ETV Bharat / sports

IPL 2022 Eliminator: ରଜତ ପାଟିଦାରଙ୍କ ଦମଦାର ଶତକ, ଲକ୍ଷ୍ନୌ ସମ୍ମୁଖରେ ୨୦୮ ରନ୍‌ ଟାର୍ଗେଟ

author img

By

Published : May 25, 2022, 10:26 PM IST

IPL 2022 ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ବିଜୟ ପାଇଁ ଲକ୍ଷ୍ନୌ ୨୦୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବ । ଅଧିକ ପଢ଼ନ୍ତୁ

IPL 2022 Eliminator: ରଜତ ପାଟିଦାରଙ୍କ ଦମଦାର ଶତକ, ଲକ୍ଷ୍ନୌ ସମ୍ମୁଖରେ ୨୦୮ ରନ୍‌ ଟାର୍ଗେଟ
IPL 2022 Eliminator: ରଜତ ପାଟିଦାରଙ୍କ ଦମଦାର ଶତକ, ଲକ୍ଷ୍ନୌ ସମ୍ମୁଖରେ ୨୦୮ ରନ୍‌ ଟାର୍ଗେଟ

କୋଲକାତା: IPL 2022 ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ବିଜୟ ପାଇଁ ଲକ୍ଷ୍ନୌ ୨୦୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରଥମ ୱିକେଟ ମାତ୍ର ୪ ରନ୍‌ ଦଳୀୟ ସ୍କୋର୍‌ରେ ହରାଇଥିଲା RCB ।

𝗜𝗻𝗻𝗶𝗻𝗴𝘀 𝗕𝗿𝗲𝗮𝗸!

A stunning maiden IPL ton (1⃣1⃣2⃣*) from Rajat Patidar & a cracking 3⃣7⃣* from @DineshKarthik power @RCBTweets to 207/4. 💪 💪

The @LucknowIPL chase to begin shortly. 👍 👍

Scorecard ▶️ https://t.co/cOuFDWIUmk #TATAIPL | #LSGvRCB pic.twitter.com/Xw0O1FrYrP

— IndianPremierLeague (@IPL) May 25, 2022

ଏହାପରେ ବିରାଟ କୋହଲି କିଛିଟା ବଡ଼ ସଟ୍‌ ଖେଳିଥିଲେ । ତେବେ ରଜତ ପାଟିଦାର ପିଚ୍‌କୁ ଆସୁଆସୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ୫୪ ବଲ୍‌ରୁ ୧୧୨ ରନ୍‌ କରି ଲକ୍ଷ୍ନୌ ବୋଲରଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିବା ବେଲେ ରଜତ ନିଜ ଖେଳରେ କୌଣସି ପରିବର୍ତ୍ତନ କରିନଥିଲେ । ପଞ୍ଚମ ୱିକେଟ ଭାଗିଦାରୀରେ ଦୀନେଶ କାର୍ତ୍ତିକ ମଧ୍ୟ ରଜତ ପାଟିଦାରଙ୍କ ଭରପୁର ସାଥ ଦେଇଥିଲେ । ସେ ୨୩ଟି ବଲ୍‌ରୁ ୩୭ ରନ୍‌ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ଦଳ ୪ ୱିକେଟ ହରାଇ ୨୦୭ ରନ୍‌ କରିଛି ।

ସେପଟେ ଭଲ ଆରମ୍ଭ ପାଇବା ସତ୍ତ୍ବେ ଲକ୍ଷ୍ନୌ ବୋଲରଙ୍କ ନିଜ ବୋଲିଂ ହାର ସମ୍ଭାଳିବାରେ ଅସମର୍ଥ ରହିଥିଲେ । ଦଳ ପକ୍ଷରୁ ମୋସିନ ଖାନ୍‌, କ୍ରୁଣାନ ପାଣ୍ଡ୍ୟା, ଆଭେଶ ଖାନ୍‌ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଦୁଷ୍ମନ୍ତ ଚମିରା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କୋଲକାତା: IPL 2022 ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ବିଜୟ ପାଇଁ ଲକ୍ଷ୍ନୌ ୨୦୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରଥମ ୱିକେଟ ମାତ୍ର ୪ ରନ୍‌ ଦଳୀୟ ସ୍କୋର୍‌ରେ ହରାଇଥିଲା RCB ।

ଏହାପରେ ବିରାଟ କୋହଲି କିଛିଟା ବଡ଼ ସଟ୍‌ ଖେଳିଥିଲେ । ତେବେ ରଜତ ପାଟିଦାର ପିଚ୍‌କୁ ଆସୁଆସୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ୫୪ ବଲ୍‌ରୁ ୧୧୨ ରନ୍‌ କରି ଲକ୍ଷ୍ନୌ ବୋଲରଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିବା ବେଲେ ରଜତ ନିଜ ଖେଳରେ କୌଣସି ପରିବର୍ତ୍ତନ କରିନଥିଲେ । ପଞ୍ଚମ ୱିକେଟ ଭାଗିଦାରୀରେ ଦୀନେଶ କାର୍ତ୍ତିକ ମଧ୍ୟ ରଜତ ପାଟିଦାରଙ୍କ ଭରପୁର ସାଥ ଦେଇଥିଲେ । ସେ ୨୩ଟି ବଲ୍‌ରୁ ୩୭ ରନ୍‌ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ଦଳ ୪ ୱିକେଟ ହରାଇ ୨୦୭ ରନ୍‌ କରିଛି ।

ସେପଟେ ଭଲ ଆରମ୍ଭ ପାଇବା ସତ୍ତ୍ବେ ଲକ୍ଷ୍ନୌ ବୋଲରଙ୍କ ନିଜ ବୋଲିଂ ହାର ସମ୍ଭାଳିବାରେ ଅସମର୍ଥ ରହିଥିଲେ । ଦଳ ପକ୍ଷରୁ ମୋସିନ ଖାନ୍‌, କ୍ରୁଣାନ ପାଣ୍ଡ୍ୟା, ଆଭେଶ ଖାନ୍‌ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଦୁଷ୍ମନ୍ତ ଚମିରା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.