ମୁମ୍ବାଇ: ଭାଙ୍ଗିଲା ଦିଲ୍ଲୀର ହୃଦୟ । ମଉଳିଲା ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ସ୍ବପ୍ନ । କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁମ୍ବାଇ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) 69ତମ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟରେ ଜିତି ନେଇଛି । ଲଢୁଆ ପ୍ରଦର୍ଶନ ପରେ ବି 2 ପଏଣ୍ଟ ହାତେଇ ନପାରିବାରୁ କ୍ୟାପିଟାଲ୍ସର ପ୍ଲେ ଅଫ ସ୍ବପ୍ନ ଧୂଳିସାତ ହୋଇଛି । ଏହା ସହ ଚଳିତ ସିଜିନରେ ଦିଲ୍ଲୀର ଅଭିଯାନ ଶେଷ ହୋଇଛି । କ୍ୟାପିଟାଲ୍ସ ପରାସ୍ତ ହେବା ପରେ ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ ।
-
.@mipaltan end their #TATAIPL 2022 campaign on a winning note! 👍 👍
— IndianPremierLeague (@IPL) May 21, 2022 " class="align-text-top noRightClick twitterSection" data="
The @ImRo45-led unit beat #DC by 5 wickets & with it, @RCBTweets qualify for the Playoffs. 👏 👏 #MIvDC
Scorecard ▶️ https://t.co/sN8zo9RIV4 pic.twitter.com/kzO12DXq7w
">.@mipaltan end their #TATAIPL 2022 campaign on a winning note! 👍 👍
— IndianPremierLeague (@IPL) May 21, 2022
The @ImRo45-led unit beat #DC by 5 wickets & with it, @RCBTweets qualify for the Playoffs. 👏 👏 #MIvDC
Scorecard ▶️ https://t.co/sN8zo9RIV4 pic.twitter.com/kzO12DXq7w.@mipaltan end their #TATAIPL 2022 campaign on a winning note! 👍 👍
— IndianPremierLeague (@IPL) May 21, 2022
The @ImRo45-led unit beat #DC by 5 wickets & with it, @RCBTweets qualify for the Playoffs. 👏 👏 #MIvDC
Scorecard ▶️ https://t.co/sN8zo9RIV4 pic.twitter.com/kzO12DXq7w
ଟସ ଜିତି ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । କ୍ୟାପଟାଲ୍ସ 50 ରନରେ 4ଟି ୱିକେଟ ହରାଇଥିଲା । ଓପନର ଡେଭିଡ ୱାର୍ଣ୍ଣର ମାତ୍ର 5, ମିଚେଲ ମାର୍ଶ 0, ପୃଥୀ ଶ' 24 (2ଟି ଚୌକା, 1ଟି ଛକା) ଓ ସର୍ଫରାଜ ଖାନ 10ରନ କରି ଆଉଟ ହୋଇଥିଲେ । ରିଷବ ପନ୍ତ ଓ ରୋଭମାନ ପାୱେଲ ଲଢୁଆ ବ୍ୟାଟିଂ କରି 75 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 125ରେ ପହଞ୍ଚିଥିଲା । ପାୱେଲ ବଡ ସର୍ଟ୍ସ ଖେଳୁଥିଲେ ମଧ୍ୟ 19ତମ ଓଭରରେ ଆଉଟ୍ ହୋଇଥିଲେ ।
-
Playoffs spot sealed ✅
— IndianPremierLeague (@IPL) May 21, 2022 " class="align-text-top noRightClick twitterSection" data="
Congratulations to the @RCBTweets on making it to the #TATAIPL 2022 playoffs! 👏👏 pic.twitter.com/pipXAVUQQg
">Playoffs spot sealed ✅
— IndianPremierLeague (@IPL) May 21, 2022
Congratulations to the @RCBTweets on making it to the #TATAIPL 2022 playoffs! 👏👏 pic.twitter.com/pipXAVUQQgPlayoffs spot sealed ✅
— IndianPremierLeague (@IPL) May 21, 2022
Congratulations to the @RCBTweets on making it to the #TATAIPL 2022 playoffs! 👏👏 pic.twitter.com/pipXAVUQQg
ସେହିପରି ସରଫରାଜ ଖାନ 10, ଅକ୍ଷର ପଟେଲ ଅପରାଜିତ 19, ଶାର୍ଦ୍ଦୁଲ ଠାକୁର 4, କୁଲଦୀପ ଯାଦବ ଅପରାଜିତ ଗୋଟିଏ ରନ୍ କରିଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ବୁମରାଙ୍କୁ ସର୍ବାଧିକ 3 ୱିକେଟ ମିଳି ଥିବାବେଳେ ରମଣଦୀପ ସିଂଙ୍କୁ 2, ଡାନିଏଲ ସାମ୍ସ, ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 159 ରନ୍ ସଂଗ୍ରହ କଲା ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ଦେଇଥିବା ଦିଲ୍ଲୀ ।
160ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମାତ୍ର 2 ରନ କରି ରୋହିତ ଶର୍ମା ସଅଳ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ଇଶାନ କିଷନ ଓ ଡେୱାଲ୍ଡ ବ୍ରେଭିସ ଲଢୁଆ ବ୍ୟାଟିଂ କରି 51 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 76ରେ ବ୍ୟକ୍ତିଗତ 48ରନ (3ଟି ଚୌକା, 3ଟି ଛକା) କରି କିଷନ ଆଉଟ ହୋଇଥିଲେ । ପରେ ପରେ ବ୍ରେଭିସ 37 ରନ (3ଟି ଛକା, 1ଟି ଚୌକା) କରି ଆଉଟ ହୋଇଥିଲେ । ଦିଲ୍ଲୀର ବିଜୟ ଆଶା ଦେଖାଦେଇଥିଲା । ହେଲେ ତିଲକ ବର୍ମା ଓ ଡେଭିଡ ଲଢୁଆ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋରକୁ 145ରେ ପହଞ୍ଚାଇଥିଲେ । ଡେଭିଡ 11ବଲରେ 34 ରନ କରି ଆଉଟ ହୋଇଥିଲେ । ପରେ ପରେ ତିଲକ 21 ରନ କରି ପାଭିଲିୟନ ଫେରିଥିଲେ । ରମଣଦୀପ (13) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ