ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସ୍ଥିତି ସଙ୍ଗୀନ ରହିଛି । ଏଭଳି ସ୍ଥିତିରେ ମାସ୍କର ବ୍ୟବହାର ଜରୁରୀ ହୋଇ ପଡ଼ିଛି । ତେବେ ଯେଉଁମାନେ ମାସ୍କ କିଣିବାକୁ ଅସମର୍ଥ ସେମାନଙ୍କୁ ମାଗଣାରେ N-95 ମାସ୍କ ଯୋଗାଇ ଦେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ମହାମାରୀ କୋରୋନା ସହ ଲଢ଼େଇ ପାଇଁ ସେ ଯଥାଶୀଘ୍ର କୋଭିଡ ଭ୍ୟାକ୍ସିନ ନେବାକୁ ଅନୁରୋଧ କରିଛନ୍ତି ।
ଏହାକୁ ନେଇ ଅଶ୍ବିନ ଟ୍ବିଟ କରି କହିଛନ୍ତ ଯ, "ମୁଁ ସଭିଙ୍କୁ ନିବେଦନ କରୁଛି ଯେ, ସଭିଏଁ ଭ୍ୟାକ୍ସିନ ନିଅନ୍ତୁ । ସାମାଜିକ ଦୂରତା ରକ୍ଷା କରିବା ସହ ଦୁଇଟି ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଅନ୍ତୁ । କପଡ଼ା ମାସ୍କ ବ୍ୟବହାର କରନ୍ତୁ ନାହିଁ । ମହାମାରୀ ସହ ଲଢ଼େଇ ପାଇଁ ଏହି ଦୁଇଟି ଅସ୍ତ୍ର ଗୁରୁତ୍ବପୂର୍ଣ୍ଣ ।"
ଅଶ୍ବିନଙ୍କ ଏହି ଟ୍ବିଟ୍ ପରେ ଜଣେ ୟୁଜର ତାଙ୍କୁ କହିଥିଲେ ଯେ, କପଡ଼ା ମାସ୍କ ବ୍ୟବହାର କରିବାକୁ ଆମେ ବାଧ୍ୟ । କାରଣ n-95 ମାସ୍କ ଅଧିକ ମହଙ୍ଗା । ସଂପୃକ୍ତ ୟୁଜରଙ୍କୁ ଉତ୍ତର ଦେଇ ଅଶ୍ବିନ ଲେଖିଛନ୍ତ ଯେ, N-95 ମାସ୍କ ଧୋଇ ହେବ ଓ ପୁନଃ ବ୍ୟବହାର କରି ହେବ । ଯେଉଁମାନେ ଏହି ମାସ୍କ କିଣି ପାରିବେ ସେମାନଙ୍କ ପାଇଁ ମାସ୍କ ଯୋଗାଇ ମୁଁ ଖୁସି ହେବି । ଏହି ମାସ୍କ କିଭଳି ବିତରଣ ହୋଇପାରିବ ସନେଇ ପରାମର୍ଶ ମାଗିଛନ୍ତି ଅଶ୍ବିନ ।
ଦେଶରେ କୋରୋନା ସ୍ଥିତି ସଙ୍ଗୀନ ରହିଛି । କୋଭିଡ 19 ସଂକ୍ରମଣ ବୃଦ୍ଧି ଯୋଗୁଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି । ଏହାସହ ଆପିଏଲର 14ତମ ସଂସ୍କରଣଙ୍କୁ ମଧ୍ୟ ଅଧାରୁ ସ୍ଥଗିତ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ