ETV Bharat / sports

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ, କହିଲେ ଟି-20 ବିଶ୍ବକପ ପାଇଁ ଭାରତ ପ୍ରଥମ ଦାବିଦାର

2024 ଜୁନରେ ଆଇସିସି ପୁରୁଷ ଟି-ଟ୍ବେଣ୍ଟି ବିଶ୍ବକପ ଖେଳାଯିବ । ଏହାପୂର୍ବରୁ ଭାରତ ଟି-20 ବିଶ୍ବକପ ପାଇଁ ଭାରତ ପ୍ରଥମ ଦାବିଦାର ବୋଲି ଭବିଷ୍ଯବାଣୀ କରିଛନ୍ତି ରବି ଶାସ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 28, 2023, 10:57 AM IST

Ravi shastri prediction on t20 world cup 2024
T20 world cup 2024

ମୁମ୍ବାଇ: ପୂର୍ବତନ ଭାରତୀୟ କୋଚ ତଥା ଅଲରାଉଣ୍ଡର ରବି ଶାସ୍ତ୍ରୀ ମେନ ଇନ୍ ବ୍ଲ୍ୟକୁ ନେଇ ପୁଣି ଭବିଷ୍ୟବାଣୀ କରିଛନ୍ତି । ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଘରୋଇ ମୈଦାନରେ ଆଇସିସି ଦିନିକିଆ ବିଶ୍ବକପରେ ବିଫଳ ହୋଇଥିଲା । ଏହା କଷ୍ଟ ଦେଇଛି ମାତ୍ର ଦଳ ଖୁବଶୀଘ୍ର ଆଉ ଏକ ବିଶ୍ବକପ ଜିତିବାକୁ ଯାଉଛି ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଆସନ୍ତା ବର୍ଷ ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି20 ବିଶ୍ବକପ ପାଇଁ ଭାରତ ପ୍ରଥମ ଦାବିଦାର ବୋଲି ରବି ଶାସ୍ତ୍ରୀ କହିଛନ୍ତି ।

ଏକ କାର୍ଯ୍ୟକ୍ରମରେ ରବି ଶାସ୍ତ୍ରୀ କହିଛନ୍ତି, ''ଦିନିକିଆ ବିଶ୍ବକପରେ ପରାଜୟ ବହୁତ କଷ୍ଟ ଦେଇଛି ମାତ୍ର ଏଥିରୁ ଦଳ ବହୁତ କିଛି ଶିଖିଛି । ମୁଁ ଦେଖି ପାରୁଛି କି ଭାରତ ଖୁବଶୀଘ୍ର ଏକ ବିଶ୍ବକପ ଜିତିବ । ଏହା 50 ଓଭରିଆ ବିଶ୍ବକପ ନ ହୋଇପାରେ । କାରଣ ଏଥିଲାଗି ଦଳକୁ ପୁନଃଗଠନ କରିବାକୁ ପଡିବ । କିନ୍ତୁ 20 ଓଭର କ୍ରିକେଟରେ ହେବାକୁ ଥିବା ପରବର୍ତ୍ତୀ ବିଶ୍ବକପରେ ଭାରତୀୟ ଦଳ ସବୁଠୁ ବଡ ଦାବିଦାର କାରଣ ଭାରତ ପାଖରେ ସେହିଭଳି ଖେଳାଳି ରହିଛନ୍ତି । ଏହା କ୍ରିକେଟର ଛୋଟ ଫର୍ମାଟ । ଦଳର ଫୋକସ ଏହା ଉପରେ ରହିବ ।''

ସେ ଆହୁରି କହିଛନ୍ତି ଯେ, କିଛି ବି ସହଜରେ ମିଳେ ନାହିଁ । ମହାନ କ୍ରିକେଟର ସଚିନ ତେନ୍ଦୁଲକର ବି ବିଶ୍ବକପ ଜିତିବାକୁ 6ଟି ବିଶ୍ବକପର ଅପେକ୍ଷା କରିଥିଲେ । ଗୋଟିଏ ବିଶ୍ବକପ ଜିତିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । ଫାଇନାଲରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଫାଇନାଲରେ ପହଞ୍ଚିବା ପରେ ଏହା କିଛି ଗୁରୁତ୍ବ ରଖେ ନାହିଁ କି ତୁମେ ଟୁର୍ଣ୍ଣାମେଣ୍ଟରେ କ'ଣ ପ୍ରଦର୍ଶନ କରିଥିଲ । ଆରମ୍ଭରୁ ବାଧା ପାର କରି ଶ୍ରେଷ୍ଠ 4ରେ ପହଞ୍ଚ ତେବେ ଶେଷ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ହେବ । ସେହି ପ୍ରଦର୍ଶନ ତୁମକୁ ଚମ୍ପିଆନ କରାଇବ । ଅଷ୍ଟ୍ରେଲିଆ ଏମିତି ହିଁ କରିଥିଲା । ସେ ପ୍ରଥମରୁ ଦୁଇ ମ୍ୟାଚ ହାରିଥିଲା ମାତ୍ର ଆବଶ୍ୟକ ସମୟରେ ପ୍ରଦର୍ଶନ କରି କମବ୍ୟାକ କରିଥିଲା ।

ଏହା ବି ପଢନ୍ତୁ...ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା

ଏହା ବି ପଢନ୍ତୁ...U19 ଏସିଆ କପ୍‌ ପାଇଁ ସ୍କ୍ବାଡ୍‌ ଘୋଷଣା କଲା BCCI, ଜାଣନ୍ତୁ କାହା କାନ୍ଧରେ କମାଣ

ପ୍ରକାଶ ଥାଉ କି, ସଦ୍ୟ ସମାପ୍ତ କ୍ରିକେଟ ବିଶ୍ବକପ 2023 ଫାଇନାଲରେ ବିଫଳ ହୋଇଥିଲା ଟିମ୍ ଇଣ୍ଡିଆ । ଲିଗ ଓ ସେମିରେ ଅପରାଜେୟ ରହିଥିବା ରୋହିତ ସେନା ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଫଳରେ 12 ବର୍ଷ ପରେ ବିଶ୍ବକପ ହାତେଇବାକୁ ନେଇ ଦଳ ଯେଉଁ ସ୍ବପ୍ନ ଦେଖିଥିଲା ତାହା ଅଧାରେ ରହିଯାଇଥିଲା । ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଚମ୍ପିଆନ ହୋଇଥିଲା । ତେବେ ଆସନ୍ତା 2024 ଜୁନରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି20 ବିଶ୍ବକପର ନବମ ସଂସ୍କରଣ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.