ETV Bharat / sports

Cricket World Cup 2023: ରସିଦ ଖାନ୍‌ଙ୍କୁ ୧୦ କୋଟି ପୁରସ୍କାର ଖବରକୁ ଖଣ୍ଡନ କଲେ ରତନ ଟାଟା - ରସିଦ ଖାନ୍‌ଙ୍କୁ ୧୦ କୋଟି ପୁରସ୍କାର

ରସିଦ ଖାନ୍‌ଙ୍କୁ ୧୦ କୋଟି ପୁରସ୍କାର ଖବରକୁ ଖଣ୍ଡନ କଲେ ରତନ ଟାଟା । କହିଲେ ମୋ ଠାରୁ ଆଧିକାରିକ ସୂଚନା ନପାଇବା ପର୍ଯ୍ୟନ୍ତ ଏଭଳି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । ଅଧିକ ପଢ଼ନ୍ତୁ

ରସିଦ ଖାନ୍‌ଙ୍କୁ ୧୦ କୋଟି ପୁରସ୍କାର ଖବରକୁ ଖଣ୍ଡନ କଲେ ରତନ ଟାଟା

author img

By ETV Bharat Odisha Team

Published : Oct 30, 2023, 8:19 PM IST

ହାଇଦ୍ରାବାଦ: ନିକଟରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ଯେ, ଭାରତୀୟ ଉଦ୍ୟୋଗୀ ରତନ ଟାଟା ଆଫଗାନିସ୍ତାନର ଶ୍ରେଷ୍ଠ କ୍ରିକେଟର ରସିଦ ଖାନଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ହେଲେ ସୋମବାର ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ନିଜେ ରତନ ଟାଟା ଏହାର ଜବାବ ଦେଇଛନ୍ତି । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏଭଳି ଖବରକୁ ମିଥ୍ୟା ବୋଲି ସ୍ପଷ୍ୟ କରିଛନ୍ତି ରତନ ଟାଟା । ସେ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି କ୍ରିକେଟରଙ୍କୁ ନେଇ କିଛି କହିନାହାଁନ୍ତି ଏବଂ ଏପରି ମିଥ୍ୟା ଖବରକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି ।

  • I have made no suggestions to the ICC or any cricket faculty about any cricket member regarding a fine or reward to any players.

    I have no connection to cricket whatsoever

    Please do not believe WhatsApp forwards and videos of such nature unless they come from my official…

    — Ratan N. Tata (@RNTata2000) October 30, 2023 " class="align-text-top noRightClick twitterSection" data=" ">

କଣ ଥିଲା ଘଟଣା ?: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଏପରିକି ଆଫଗାନିସ୍ତାନ ମଧ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଏହାକୁ ନେଇ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପୋଷ୍ଟ କରିଥିଲେ ଯେ, ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ବିଜୟ ପରେ ରସିଦ ଖାନ୍‌ ଭାରତୀୟ ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା । ଯାହାପରେ ଆଇସିସି ରସିଦ ଖାନଙ୍କ ଉପରେ ୫୫ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା । ଏହା ଜାଣିବା ପରେ ରତନ ଟାଟା ରସିଦ ଖାନ୍‌ଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ୧୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବୋଲି ସୋସିଆଲ ମିଡିଆରେ ଦାବି କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଫଗାନିସ୍ତାନ ବିପକ୍ଷରେ ଚିତପଟାଙ୍ଗ୍‌ ପାକିସ୍ତାନ, ଇର୍ଫାନଙ୍କ ସହ ଠୁମକା ଲଗାଇଲେ ରାସିଦ

ଏହି ଖବର ଭାଇରାଲ ହେବାପରେ ନିଜେ ରତନ ଟାଟା ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି । ସୋମବାର ନିଜ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ନିଜେ ରତନ ଟାଟା ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି, "ମୁଁ କୌଣସି ଖେଳାଳିଙ୍କ ଜରିମାନା ବିଷୟରେ ଆଇସିସି କିମ୍ବା ଅନ୍ୟ କୌଣସି କ୍ରିକେଟ୍ ସଂସ୍ଥାକୁ କୌଣସି ପରାମର୍ଶ ଦେଇ ନାହିଁ । କୌଣସି ଖେଳାଳିଙ୍କ ପାଇଁ କୌଣସି ପୁରସ୍କାର ଘୋଷଣା କରାଯାଇ ନାହିଁ । କ୍ରିକେଟ୍ ସହିତ ମୋର କୌଣସି ସମ୍ପର୍କ ନାହିଁ । ଯେପର୍ଯ୍ୟନ୍ତ ଆପଣ ମୋ ଠାରୁ ଆଧିକାରିକ ସୂଚନା ପାଇ ନାହାଁନ୍ତି, ଏହିପରି ଫରୱାର୍ଡ ବାର୍ତ୍ତା ଏବଂ ମିଥ୍ୟା ଭିଡିଓକୁ ବିଶ୍ବାସ କରନ୍ତୁ ନାହିଁ ।" ପ୍ରକାଶ ଥାଉ, ଚେନ୍ନାଇରେ ଅନୁଷ୍ଠିତ ମ୍ୟାଚ୍‌ରେ ଆଫଗାନିସ୍ତାନ ପାକିସ୍ତାନକୁ ପରାସ୍ତ କରିଥିଲା । ଏହାପରେ ସେହିଦିନ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍ଫା‌ନ ପଠାନ ରସିଦ ଖାନଙ୍କ ସହ ନାଚୁଥିବାର ନଜର ଆସିଥିଲେ । ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.