ETV Bharat / sports

ରସିଦ ଖାନ ଆଫଗାନିସ୍ତାନ ଟିମର ନୂଆ ଟି20 କ୍ୟାପଟେନ

author img

By

Published : Jul 6, 2021, 9:52 PM IST

ଆଫଗାନିସ୍ତାନ ଟିମର ଟି20 କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ଅଲ-ରାଉଣ୍ଡର ରସିଦ ଖାନ । ଅଧିକ ପଢନ୍ତୁ...

Rashid Khan named Afghanistan's T20I skipper
ରସିଦ ଖାନ ଆଫଗାନିସ୍ତାନ ଟିମର ନୂଆ ଟି20 କ୍ୟାପଟେନ

କାବୁଲ: ଅଲ-ରାଉଣ୍ଡର ରସିଦ ଖାନଙ୍କୁ ମିଳିଲା ବଡ ଦାୟିତ୍ବ। ମଙ୍ଗଳବାର ଆଫଗାନିସ୍ତାନ ଟିମର ଟି20 କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ରସିଦ । ଏଥିସହ ନାଜିବୁଲାହ ଜର୍ଡାନଙ୍କୁ ଭାଇସ-କ୍ୟାପଟେନ ଦାୟିତ୍ବ ଦେଇଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ।

ଘାତକ ବୋଲିଂ ବଳରେ ରସିଦ ବର୍ତ୍ତମାନ ଜଣାଶୁଣା ମୁହଁ । ଗତ କିଛି ବର୍ଷ ମଧ୍ୟରେ ପ୍ରଭାବୀ ପ୍ରଦର୍ଶନ, ଅଭିଜ୍ଞତା ଓ ନେତୃତ୍ବ ନେବାର କୌଶଳ ଯୋଗୁଁ ଜାତୀୟ ଟିମର ପ୍ରମୁଖ ଖେଳାଳି ହୋଇଛନ୍ତି ରସିଦ । ଫଳରେ ACB ଚେୟାଲମ୍ୟାନ ଫରହାନ ୟୁସୁଫଜାଇଙ୍କ ଅଧ୍ୟକ୍ଷତାରେ ACBର ବରିଷ୍ଠ ନେତ୍ବତ୍ବ ରସିଦଙ୍କୁ କ୍ୟାପଟେନ ଚୟନ କରିଛନ୍ତି ।

ରସିଦ ଖାନ ବର୍ତ୍ତମାନ ଆଇସିସି ଟି20 ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଶିର୍ଷ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକୀୟ ତାବରିଜ ସାମସିଙ୍କ ଠାରୁ 31 ପଏଣ୍ଟଟ ପଛରେ ଅଛନ୍ତି ।

ଆଫଗାନିସ୍ତାନ ଗ୍ରୁପ ବି'ରେ ଟି20 ବିଶ୍ବକପ 2021ରେ ଇଂଲଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକା ସହ ରହିଛି । 2021 ସଂସ୍କରଣର ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅକ୍ଟୋବରରେ UAE ଓ ଓମାନରେ ଖେଳାଯିବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.