ETV Bharat / sports

ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ, ରସିଦ ଖାନ୍‌ଙ୍କ ଶାନ୍ତି ପ୍ରାର୍ଥନା

author img

By

Published : Aug 15, 2021, 8:06 PM IST

ପୂର୍ବରୁ ସମସ୍ତ ବଡ ସହର ନିଜ ଅକ୍ତିଆରକୁ ନେଇସାରିଥିବା ତାଲିବାନ 15 ଅଗଷ୍ଟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Rashid Khan calls for peace as Taliban forcefully capture Afghanistan cities
ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ, ରସିଦ ଖାନ୍‌ଙ୍କ ଶାନ୍ତି ପ୍ରାର୍ଥନା

କାବୁଲ: ହିଂସା, ବର୍ବରତା ଓ ଭୟର ବାତାବରଣ ମଧ୍ୟରେ ରହିଛି ଆଫଗାନିସ୍ତାନ । ପୂର୍ବରୁ ସମସ୍ତ ବଡ ସହର ନିଜ ଅକ୍ତିଆରକୁ ନେଇସାରିଥିବା ତାଲିବାନ 15 ଅଗଷ୍ଟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିଛନ୍ତି । ଯାହା ଆଫଗାନିସ୍ତାନ ପାଇଁ ଏକ ବଡ ଝଟ୍‌କା ହୋଇଛି ।

  • Peace 🤲🏻🤲🏻🤲🏻🇦🇫🇦🇫🇦🇫

    — Rashid Khan (@rashidkhan_19) August 15, 2021 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନରେ ବଢୁଥିବା ହିଂସା ଓ ତାଲିବାନ ବିଦ୍ରୋହୀଙ୍କ ଦ୍ବାର ଜବରଦସ୍ତ କବ୍ଜା କରିବା ମଧ୍ୟରେ ଦେଶର ପ୍ରମୁଖ ସ୍ପିନର ରସିଦ ଖାନ ସମସ୍ତଙ୍କ ମଧ୍ୟରେ ଶାନ୍ତି ପାଇଁ ଆହ୍ବାନ କରିଛନ୍ତି । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଅସରଫ ଘନି ନିଜ ପଦରୁ ହଟିବାକୁ ଯାଉଛନ୍ତି ଓ ଅଲି ଅହମଦ ଜଲାଲି ଅନ୍ତରୀଣ ସରକାର ଚଳାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ଏପରି ସ୍ଥିତିରେ ଆଫଗାନିସ୍ତାନ ଜାତୀୟ କ୍ରିକେଟ ଟିମ ଖେଳାଳି ରସିଦ ଖାନ ପୂର୍ବରୁ 'ବିଶ୍ବ ନେତା'ଙ୍କୁ ଆଫଗାନିସ୍ତାନକୁ ଧ୍ବଂସ କରିବା ବନ୍ଦ କରନ୍ତୁ ବୋଲି ଅପିଲ କରିଥିଲେ । 10 ଅଗଷ୍ଟରେ ଟ୍ବିଟ ମାଧ୍ୟମରେ ରସିଦ ଲେଖିଥିଲେ, "ଆମେ ଶାନ୍ତି ଚାହୁଁ, ପ୍ରିୟ ବିଶ୍ବର ନେତାମାନେ, ମୋ ଦେଶ ଅରାଜକତାରେ ରହିଛି, ମହିଳାଙ୍କ ସମେତ ହଜାର ଜହାର ନିର୍ଦ୍ଦୋଶ ଲୋକଙ୍କୁ ପ୍ରତିଦିନ ସହିଦ ହେଉଛନ୍ତି, ଘର ଓ ସମ୍ପତ୍ତି ନଷ୍ଟ ହେଉଛି । ହଜାର ହଜାର ପରିବାର ବିସ୍ଥାପିତ, ଆମକୁ ଏପରି ସ୍ଥିତିରେ ଛାଡନାହିଁ । ଆଫଗାନୀ ଲୋକଙ୍କୁ ମାରିବା ଓ ଆଫଗାନିସ୍ତାନକୁ ନଷ୍ଟ କରିବା ବନ୍ଦ କର । ଆମେ ଶାନ୍ତି ଚାହୁଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.