ETV Bharat / sports

ଆଫଗାନବାସୀଙ୍କୁ ବଞ୍ଚାଇବା ପାଇଁ ରାଶିଦ-ନବୀଙ୍କ ଅପିଲ - Rashid khan tweet

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ପ୍ରାଣହାନୀ ହୋଇଛି । ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କ୍ରିକେଟର ରାଶିଦ ଖାନ ଓ ମହମ୍ମଦ ନବୀ । ଅଧିକ ପଢ଼ନ୍ତୁ...

ଆଫଗାନିସ୍ତାନବାସୀଙ୍କୁ ବଞ୍ଚାଇବାକୁ ରାଶିଦ ଓ ନବୀଙ୍କ ବିଶ୍ବସମୁଦାୟକୁ ନିବେଦନ

author img

By

Published : Aug 27, 2021, 9:39 PM IST

କାବୁଲ: କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ପ୍ରାଣହାନୀ ହୋଇଛି । ଏହାକୁ ନେଇ ଗଭୀର ଦୁଃଖ ଜାହିର କରିବା ସହ ନୀରିହ ଆଫଗାନବାସୀଙ୍କୁ ନମାରିବାକୁ ନେହୁରା ହୋଇଛନ୍ତି ଆଫଗାନ କ୍ରିକେଟର ରାଶିଦ ଖାନ ଓ ମହମ୍ମଦ ନବୀ । ଗତକାଲି (ଗୁରୁବାର) କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ISIS-k ଏହି ବିସ୍ଫୋରଣ କରିଥିବା ନେଇ ସୂଚନା ଦେଇଛି । ଫଳରେ ଆଫଗାନ ନାଗରିକଙ୍କ ସହ ଅନ୍ୟ ଦେଶର ନାଗରିକ ଓ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଛି ।

  • Kabul is bleeding again 😢😢💔💔
    STOP KILLING AFGHAN PLEASE 🙏🙏😢😢🇦🇫🇦🇫

    — Rashid Khan (@rashidkhan_19) August 26, 2021 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନରେ ତାଲିବାନ କବଜା ପରେ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଉଛନ୍ତି ଆଫଗାନିସ୍ତାନବାସୀ । ଏଥିପାଇଁ ବର୍ତ୍ତମାନ କାବୁଲ ବିମାନ ବନ୍ଦରରେ ଆଫଗାନିସ୍ତାନ ବାସିନ୍ଦାଙ୍କ ସହ ଅନ୍ୟ ପ୍ରବାସୀଙ୍କ ଭିଡ଼ ଲାଗିଥିଲା । ଅଚାନକ ଆତ୍ମଘାତି ବିସ୍ଫୋରଣ ହେବାରୁ ୧୦୦ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ନେଇ ସୋସିଆଲ ମିଡିଆରେ, ଦେଶବାସୀଙ୍କ ଦୁଃଖ ଦୁର୍ଦ୍ଦଶା ବଖାଣିଛନ୍ତି ରାଶିଦ ଖାନ ।

ରାଶିଦ ଖାନ ଟ୍ବିଟରର ସାହାରା ନେଇ ଆଫଗାନିସ୍ତାନ ନାଗରିକଙ୍କୁ ନମାରିବାକୁ ନେହୁରା ହୋଇଛନ୍ତି । ସେ କହିଛନ୍ତି ଯେ ,"କାବୁଲ ଆଜି ପୁଣି ରକ୍ତାକ୍ତ ହୋଇଛି । ଦୟାକରି ଆଫଗାନବାସୀଙ୍କୁ ମାରିବା ବନ୍ଦ କରନ୍ତୁ, ପ୍ଲିଜ୍ ।"

କେବଳ ରାଶିଦ ଖାନ ନୁହଁନ୍ତି । ଫାଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବୀ ମଧ୍ୟ କାବୁଲ ବିମାନ ବନ୍ଦର ବିସ୍ଫୋରଣ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "କାବୁଲ ବିମାନ ବନ୍ଦର ବିସ୍ଫୋରଣରେ ପ୍ରାଣ ହରାଇଥିବା ଦେଶବାସୀଙ୍କ ପାଇଁ ମୁଁ ଗଭୀର ଶୋକ ପ୍ରକାଶ କରୁଛି । ଏଭଳି ଆକ୍ରମଣର ମୁଁ କଡ଼ା ଶବ୍ଦରେ ନିନ୍ଦା କରିବା ସହ ଏହି ସଙ୍କଟ ସମୟରେ ଉଦ୍ଧାର କରିବାକୁ ବିଶ୍ବବାସୀଙ୍କୁ ନିବେଦନ କରୁଛି ।"

  • I express my deepest condolences to my countrymen lost their lives in today’s attack in the vicinity fo Kabul airport. We condemn such attacks on the strongest possible terms and urge the world to help Afghans get through these tough times. #KabulBlast pic.twitter.com/lJP5GKFuAE

    — Mohammad Nabi (@MohammadNabi007) August 26, 2021 " class="align-text-top noRightClick twitterSection" data=" ">

ଦ୍ବିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟର ରାଶିଦ ଖାନ ନିଜ ଦେଶକୁ ବଞ୍ଚାଇବା ପାଇଁ ବିଶ୍ବ ଶକ୍ତି ନିକଟର ନିବେଦନ କରିଛନ୍ତି । ଏହାପୂର୍ବରୁ ମଧ୍ୟରେ ଏହି ଅରାଜକତା ମଧ୍ୟରେ ଦେଶ ନଛାଡ଼ିବାକୁ ଲୋକଙ୍କୁ ନିବେଦନ କରିଥିଲେ ରାଶିଦ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.