ETV Bharat / sports

ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟ

author img

By

Published : Jan 28, 2022, 3:23 PM IST

Updated : Jan 28, 2022, 3:35 PM IST

୨୦୨୧-୨୨ ସିଜିନର ରଣଜୀ ଟ୍ରଫି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ପ୍ରସ୍ତୁତି । ଦୁଇଟି ପର୍ଯ୍ୟାୟରେ ଖେଳାଯିବ ଦେଶର ଏହି ସମ୍ମାନଜନକ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

Ranji Trophy to take place in two phases this season: Jay Shah
ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟରେ

ନୂଆଦିଲ୍ଲୀ: ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ମିଳିଲା ଗ୍ରୀନ ସିଗନାଲ । ଚଳିତ ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ହେବାନେଇ ସ୍ପଷ୍ଟ କରିଛନ୍ତି BCCI ସମ୍ପାଦକ ଜୟ ଶାହା । ଜାନୁଆରୀ ୪ ତାରିଖରେ ଦେଶରେ ବର୍ଦ୍ଧିତ COVID-19 ସଂକ୍ରମଣ ସଂଖ୍ୟାକୁ ଦେଖି ସ୍ଥଗିତ ଘୋଷଣା କରିଥିଲା ବୋର୍ଡ ।

ତେବେ ଶୁକ୍ରବାର BCCI ସମ୍ପାଦକ ଜୟ ଶାହା କହିଛନ୍ତି ଏହି ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଜୁନ ମାସରେ ଦ୍ବିତୀୟ ପର୍ଯ୍ୟାୟରେ ନକଆଉଟ୍‌ ମ୍ୟାଚ୍‌ ଖେଳାଯିବ । ଶାହା କହିଛନ୍ତି, ରଣଜୀ ଟ୍ରଫି ଦେଶର ସବୁଠୁ ସମ୍ମାନଜନକ ଘରୋଇ ପ୍ରତିଯୋଗିତା । ପ୍ରତିବର୍ଷ ଏହି ପ୍ରତିଯୋଗିତା ଭାରତୀୟ କ୍ରିକେଟକୁ ଦେଇଥାଏ ଦକ୍ଷ ଓ ପ୍ରତିଭାବାନ ଖେଳାଳିଙ୍କ ପରିଚୟ । ସେଥିପାଇଁ ଏହି ଇଭେଣ୍ଟର ଆୟୋଜନ ଆବଶ୍ୟକତା ଓ ଗୁରୁତ୍ବକୁ ଅନୁଭବ କରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।"

ଦେଶରେ COVID-19ର ତୃତୀୟ ଲହର ଓ ଭୁତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂଖ୍ୟା ବୃଦ୍ଧି ଯୋଗୁଁ ପୂର୍ବରୁ BCCI 2021-22 ସିଜିନର ରଣଜୀ ଟ୍ରଫି ସହିତ ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି-୨୦ ଲିଗ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଟେଷ୍ଟ ଟିମର ଅଧିନାୟକ ଭାର ସମ୍ଭାଳିବାକୁ ପ୍ରସ୍ତୁତ: ମହମ୍ମଦ ସାମି

ଦେଶ ତମାମରୁ ୩୮ଟି ଟିମ ଅଂଶଗ୍ରହଣ କରିବା ସହ ଚଳିତ ବର୍ଷ ଜାନୁଆରୀ ୧୩ରୁ ରଣଜୀ ଟ୍ରଫି ପ୍ରତିଯୋଗିତା ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଚଳିତ ମାସ ୪ ତାରିଖରେ BCCI ଏହାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲା ।୨୦୨୦-୨୧ ସିଜିନର ଏହି ସମ୍ମାନଜନକ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ସମ୍ମାନଜନକ ଟୁର୍ଣାମେଣ୍ଟର ୮୫ ବର୍ଷର ଇତିହାସରେ ପ୍ରଥମ ଥର COVID-19 ମହାମାରୀ ପାଇଁ ବାତିଲ ହୋଇଥିଲା ।

ରଣଜୀ ଟ୍ରଫି ଆୟୋଜନ ନେଇ ପୂର୍ବତନ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଶୁକ୍ରବାର ମତ ଦେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଦର୍ଶନ ଆଧାରରେ ସିନିଅର ଟେଷ୍ଟ ଟିମ ଓ ଇଣ୍ଡିଆ A ଟିମର ଚୟନ ମଧ୍ୟ ହୋଇଥାଏ । ଶାସ୍ତ୍ରୀ କହିଥିଲେ, "ରଣଜୀ ଟ୍ରଫି ଭାରତୀୟ କ୍ରିକେଟର ମେରୁଦଣ୍ଡ । ଏହାକୁ ଅଣଦେଖା କରିବା ଅନୁଚିତ୍‌ ।"

Last Updated : Jan 28, 2022, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.