ETV Bharat / sports

ରଣଜୀ ଟ୍ରଫି: ଓଡ଼ିଶା- ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର', ଶୁଭ୍ରାଂଶୁ ପ୍ଲେୟର ଅପ୍‌ ଦି ମ୍ୟାଚ୍‌ - ରଣଜୀ ଟ୍ରଫି

Odisha vs Madhya Pradesh Match Drawn: ରଣଜୀ 2023-24 ସିଜିନ୍‌ରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମିମାଂସିତ ଭାବେ ଶେଷ ହୋଇଛି । 277 ରନର ଧୂଆଁଧାର ପାଳି ଖେଳିଥିବା ଶୁଭ୍ରାଂଶୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶା- ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର'
ଓଡ଼ିଶା- ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର'
author img

By ETV Bharat Odisha Team

Published : Jan 15, 2024, 7:21 PM IST

Updated : Jan 15, 2024, 7:50 PM IST

ଇନ୍ଦୋର (ମଧ୍ୟପ୍ରଦେଶ): ଜାରି ରହିଥିବା ରଣଜୀ 2023-24 ସିଜିନ୍‌ରେ ଓଡ଼ିଶା ଦମଦାର ପ୍ରଦର୍ଶନ କରିଛି । ବରୋଦା ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିବା ପରେ ମଧ୍ୟପ୍ରଦେଶ ବିପକ୍ଷରେ ଦମଦାର କମ୍‌ବ୍ୟାକ୍‌ କରିଛି ଟିମ୍‌ ଓଡ଼ିଶା । ପ୍ରଥମ ଇନିଂସ୍‌ରେ 318ରେ ଅଲ୍‌ଆଉଟ୍‌ ହେବାପରେ ଓ ଦ୍ବିତୀୟ ଇନିଂସ୍‌କୁ 291ରେ ରଖିଥିଲା ମଧ୍ୟପ୍ରଦେଶ । ସେପଟେ ପ୍ରଥମ ଇନିଂସ୍‌ରେ 498 ରନ୍‌ର ବିଶାଳ ସ୍କୋର କରିଥିବା ଓଡ଼ିଶା ଦ୍ବିତୀୟ ପାଳିରେ 38 ରନ କରିଥିବାବେଳେ ମ୍ୟାଚ୍‌ ଅମିମାଂସିତ ଭାବରେ ଶେଷ ହୋଇଛି । 277 ରନର ଧୂଆଁଧାର ପାଳି ଖେଳିଥିବା ଶୁଭ୍ରାଂଶୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଶାନ୍ତନୁ ମିଶ୍ରଙ୍କ ନେତୃତ୍ବାଧିନ ଓଡ଼ିଶା ଦଳ ପ୍ରଥମ ପାଳିରେ 498 ରନର ବିଶାଳ ସ୍କୋର କରିଥିଲା । ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି 487 ବଲର ସମ୍ମୁଖୀନ ହୋଇଥିବାବେଳେ 19 ଚୌକା ଓ 11 ଛକା ବଳରେ 277 ରନର ବଡ଼ ଇନିଂସ୍‌ ଖେଳିଥିଲେ । ରବିବାର ପ୍ରଥମ ଓଭରରେ ହିଁ ଶୁଭ୍ରାଂଶୁଙ୍କୁ କୁମାର କାର୍ତ୍ତିକେୟ ପାଭିଲିୟନ ଫେରାଇଥିଲେ । ଫଳରେ ଏହିଦିନ ସକାଳେ ହିଁ ପ୍ରଥମ 8 ବଲ ଭିତରେ ଓଡ଼ିଶାର ବଳକା ଥିବା 2ଟି ୱିକେଟ୍‌ ଚାଲିଯାଇଥିଲା । ଏହି ମ୍ୟାଚ୍‌ ପୂର୍ବରୁ ଦଳରେ ସାମିଲ ହୋଇଥିବା ହର୍ଷିତ ରାଠୋଡ ଅପରାଜିତ 60 ରନର ପାଳି ଖେଳିଥିଲେ । ମଧ୍ୟପ୍ରଦେଶ ପକ୍ଷରୁ ଅଫ୍‌ ସ୍ପିନର ସାରାଂଶ ଜୈନ ସର୍ବାଧିକ 3ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଆର୍ଯ୍ୟନ ପାଣ୍ଡେ, କୁମାର କାର୍ତ୍ତିକେୟ ଓ ଭେଙ୍କଟେଶ ଆୟର 2ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫିରେ ଭୁବନେଶ୍ବରଙ୍କ ବିସ୍ଫୋରଣ, ପ୍ରଥମ ମ୍ୟାଚ୍‌ରେ ନେଲେ ୮ ୱିକେଟ୍‌

ସେପଟେ ଓଡ଼ିଶାର ବିଶାଳ 498 ରନ ଜବାବରେ ମଧ୍ୟପ୍ରଦେଶ ପାଳି ଆରମ୍ଭ କରିଥିବା । ହେଲେ ଆରମ୍ଭରୁ ହିଁ ଘରୋଇ ଦଳକୁ ବାନ୍ଧି ରଖିଥିଲେ ଓଡ଼ିଆ ବୋଲିଂ ଆଟାକ୍‌ । ଏହି ପାଳିରେ ମଧ୍ୟପ୍ରଦେଶ ପକ୍ଷରୁ ହର୍ଷ ଗୌଲି ସର୍ବାଧିକ 167 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଦଳ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରିଥିଲେ ସାରାଂଶ ଜୈନ (40) । ଅନ୍ୟ କୌଣସି ବ୍ୟାଟର 30 ରନ ମଧ୍ୟ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ 318 ରନରେ ପ୍ରଥମ ପାଳି ଶେଷ କରିଥିଲା ମଧ୍ୟପ୍ରଦେଶ । ଏହି ପାଳିରେ ଭାରତ ପକ୍ଷରୁ ସୁନୀଲ ରାଉଳ ସର୍ବାଧିକ 5 ୱିକେଟ୍‌ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ୍ଣ କରିଥିଲେ । ପ୍ରୟାସ ସିଂ ଓ ଗୋବିନ୍ଦ ପୋଦାର 2ଟି ଲେଖାଏଁ ୱିକେଟ୍‌ ହାସଲ କରିଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି: ଓଡିଶା ଟିମରେ ହର୍ଷିତ ରାଠୋଡ ସାମିଲ

ଏହାପରେ ଓଡ଼ିଶା ଠାରୁ 180 ରନ ପଛରେ ରହି ଦ୍ବିତୀୟ ପାଳି (ଫଲୋ ଅନ୍‌) ଆରମ୍ଭ କରିଥିଲା ମଧ୍ୟପ୍ରଦେଶ । ଏହି ପାଳିରେ ୟଶ ଦୁବେ (91) ଓ ଶୁଭମ ଶର୍ମା (48)ଙ୍କ ଉପଯୋଗୀ ପାଳି ସହିତ ଓ ହିମାଂଶୁ ମନ୍ତ୍ରୀଙ୍କ 119 ରନ ଶତକୀୟ ପାଳି ବଳରେ 291/4ରେ ପାଳି ଶେଷ କରିଥିଲା ମଧ୍ୟପ୍ରଦେଶ । ଏଥିରେ ମଧ୍ୟ ସୁନୀଲ ରାଉଳ ଗୋଟିଏ ୱିକେଟ୍‌ ହାସଲ କରିଥିଲେ । ଗୋବିନ୍ଦ ପୋଦାର ଗୋଟିଏ ୱିକେଟ୍‌ ହାସଲ କରିଥିବା ବେଳେ ଜୟନ୍ତ ବେହେରାଙ୍କୁ ମିଳିଥିଲା 2ଟି ୱିକେଟ୍‌ । ଏହାପରେ ଓଡ଼ିଶା ପାଇଁ ଦ୍ବିତୀୟ ପାଳି ଆରମ୍ଭ କରି ଶୁଭ୍ରାଂଶୁ ପୁଣିଥରେ ଦମଦାର ଆରମ୍ଭ କରିଥିଲେ । ସେ 33 ରନ କରି ଅପରୀଜିତ ରହିଥିଲେ । 10 ଓଭରରେ ଓଡ଼ିଶା ଗୋଟିଏ ୱିକେଟ୍‌ ହରାଇ 38 ରନ କରିଥିଲା । ତେବେ ଏହି ମ୍ୟାଚ୍‌ ଅମିମାଂସିତ ରହିବା ଫଳରେ ଓଡ଼ିଶା ଖାତାକୁ 3 ପଏଣ୍ଟ ଆସିଛି । ଏହାର ପୂର୍ବ ମ୍ୟାଚ୍‌ ବରୋଦା ବିପକ୍ଷରେ 147 ରନରେ ହାରିଯାଇଥିଲା ଟିମ୍‌ ଓଡ଼ିଶା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2024, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.