କଟକ: ଅମୀମାଂସିତ ଭାବରେ ଶେଷ ହେଲା ଓଡିଶା ଓ ହରିୟାଣା ମଧ୍ୟରେ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ମ୍ୟାଚ । ଓଡ଼ିଶାର ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପଦର୍ଶନ କରିଥିଲେ ମଧ୍ୟ ମ୍ୟାଚ ଡ୍ର ହୋଇଛି । ଏହି ମ୍ୟାଚ ପରେ 3 ଟି ମ୍ୟାଚରୁ ଗୋଟିଏ ପରାଜୟ ସହ 4 ପଏଣ୍ଟ ହାସଲ କରିଛି ଓଡ଼ିଶା ।
ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓଡିଶା । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ହରିୟାଣା ପଡିଆକୁ ଓହ୍ଲାଇଥିଲା ହରିୟାଣା । ପ୍ରଥମ ପାଳିରେ ହରିୟାଣା 338 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ନିଶାନ୍ତ ସିନ୍ଧୁ ସର୍ଵାଧିକ 142 ରନ କରିଥିଲେ । ଜବାବରେ ପ୍ରଥମ ପାଳିରେ ଓଡିଶା 414 ରନର ବିଶାଳ ଇନିଂସ ହରିୟାଣା ସାମ୍ନାରେ ରଖିଥିଲା । ଦଳ ପକ୍ଷରୁ ରଣଜୀ ପଦାର୍ପଣ କରିଥିବା କାର୍ତ୍ତିକ ବିଶ୍ୱାଳ 177 ବଲରୁ 101 ରନ ସଂଗ୍ରହ କରିଥିବା ବେଳେ ଅଲରାଉଣ୍ଡର ସୂର୍ଯ୍ୟକାନ୍ତ 27 ବଲରୁ 60 ରନର ଧୂଆଁଧାର ପାଳି ଖେଳି ହରିୟାଣାକୁ ଦେଇଥିଲେ କଡା ଜବାବ । ଯାହା ଫଳରେ ଓଡିଶା 76 ରନ ଅଗ୍ରଣୀ ଲାଭ କରିଥିଲା ।
ତେବେ ଦ୍ୱିତୀୟ ପାଳିରେ 384 ରନ ରନ କରି ପାଳି ଘୋଷଣା କରିଥିଲା ହରିୟାଣା । ଯାହା ଫଳରେ ଓଡ଼ିଶା ସାମ୍ନାରେ 309 ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ହରିୟାଣା । ଚତୁର୍ଥ ପାଳିରେ ବିଜୟ ଲକ୍ଷ୍ୟ ନେଇ ଓଡିଶାର ପ୍ରାରମ୍ଭିକ ଯୋଡି ବେଶ ଭଲ ପଦର୍ଶନ କରିଥିଲେ । ଅନୁରାଗ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ 53 ଓ ଶାନ୍ତନୁ ମିଶ୍ର 20 ରନ କରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲା । ଶେଷରେ ଶାନ୍ତନୁଙ୍କ ୱିକେଟ ପଡିବା ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଅନୁରାଗଶେଷ ପର୍ଯ୍ୟନ୍ତ ଖେଳିଥିଲେ ମଧ୍ୟ ମ୍ୟାଚକୁ ଅମୀମାଂସିତ ଭାବେ ଘୋଷଣା କରିଥିଲେ ଅମ୍ପାୟାର । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପଦର୍ଶନ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ତେବେ ଏହି ମ୍ୟାଚ ପରେ 3 ଟି ମ୍ୟାଚରୁ ଗୋଟିଏ ପରାଜୟ ସହ 4 ପଏଣ୍ଟ ହାସଲ କରିଛି ଓଡ଼ିଶା।
ଇଟିଭି ଭାରତ, କଟକ