ETV Bharat / sports

ରଣଜୀ ଟ୍ରଫି: ଓଡିଶାକୁ ହରାଇ ୭ ପଏଣ୍ଟ ପୋଛିନେଲା ସୌରାଷ୍ଟ୍ର - ଡିଶାକୁ ହରାଇ ସୌରାଷ୍ଟ୍ର ବିଜୟ

ରଣଜୀ ଟ୍ରଫିରେ ଓଡିଶାର ଶୋଚନୀୟ ପରାଜୟ । ଏକ ଇନିଂସ ଏବଂ ୧୩୧ ରନରେ ପରାଜିତ ହେଲା ଓଡିଶା । ପ୍ରଥମ ପାଳିରେ ସୌରାଷ୍ଟ୍ର 501 ରନ କରିଥିବା ବେଳେ ପ୍ରଥମ ଇନିଂସିର ପ୍ରଥମ ପାଳିରେ 165 ରନ୍‌ କରିଥିଲା ଓଡିଶା । ଅଧିକ ପଢନ୍ତୁ

ରଣଜୀ ଟ୍ରଫି:  ଓଡିଶାକୁ ହରାଇ ସୌରାଷ୍ଟ୍ର ବିଜୟ
ରଣଜୀ ଟ୍ରଫି: ଓଡିଶାକୁ ହରାଇ ସୌରାଷ୍ଟ୍ର ବିଜୟ
author img

By

Published : Feb 27, 2022, 4:58 PM IST

Updated : Feb 27, 2022, 7:00 PM IST

କଟକ: ରଣଜୀ ଟ୍ରଫିରେ ଓଡିଶାର ଶୋଚନୀୟ ପରାଜୟ । ପ୍ରଥମ ପାଳିରେ ସୌରାଷ୍ଟ୍ର 501 ରନ କରିଥିବା ବେଳେ ପ୍ରଥମ ଇନିଂସିର ପ୍ରଥମ ପାଳିରେ 165 ରନ୍‌ କରିଥିଲା ଓଡିଶା । ପ୍ରତିପକ୍ଷ ଦଳ ପକ୍ଷରୁ ଓଡିଶାକୁ ଫଲୋଅନ ଦିଆଯାଇଥିଲା ।

ଓଡିଶାକୁ ହରାଇ ୭ ପଏଣ୍ଟ ପୋଛିନେଲା ସୌରାଷ୍ଟ୍ର

ତେବେ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆରମ୍ଭ କରି ମାତ୍ର 205 କରିବାକୁ ସକ୍ଷମ ହୋଇଥିଲା ଓଡିଶା କ୍ରିକେଟ ଟିମ । ଫଳରେ ଏକ ଇନିଂସ ଏବଂ 131 ରନ ବ୍ୟବଧାନରେ ସୌରାଷ୍ଟ୍ର ଠାରୁ ପରାଜୟ ହୋଇଛି ଓଡିଶା । ଏପେଟେ ସୌରଷ୍ଟ୍ର ଟସ ଜିତି ପ୍ରଥମ ପାଳିରେ 501 ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ଜବରଦସ୍ତ ବିଜୟ ସହ ୭ ପଏଣ୍ଟ ପୋଛି ନେଇଛି ସୌରାଷ୍ଟ୍ର । ତେବେ ମ୍ୟାଚରେ ଦ୍ବିଶତୀୟ ଇନିଂସ ପାଇଁ ଚିରାଗ ଜାନିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚନା କରାଯାଇଛି ।

ଅନ୍ୟପଟେ ଦ୍ବିତୀୟ ଇନିଂସରେ ଓଡିଶା ପକ୍ଷରୁ କେବଳ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକୀୟ ପାଳିକୁ ଛାଡିଲା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନଥିଲେ । ଏତେ ବଡ଼ ପରାଜୟ ପରେ ଓସିଏ ପାଇଁ ଚିନ୍ତାର କାରଣ ହୋଇଛି । ପରବର୍ତୀ ମ୍ୟାଚରେ ଶକ୍ତିଶାଳୀ ମୁମ୍ବାଇକୁ ଭେଟିବ ଓଡିଶା । ତେବେ ନିଜର ପ୍ରଥମ ମ୍ୟାଚରେ ଓଡିଶା, ଗୋଆ ବିପକ୍ଷରେ ୪ ପଏଣ୍ଟ ହାସଲ କରିଥିଲା ।

ଏଣୁ ମୁଖ୍ୟ କୋଚ ୱାସିମ୍‌ ଜାଫର ଓ ଓସିଏ ଏବଂ ଓଡିଶା ନୂଆ ରଣନୀତି ସହ ଆଗାମୀ ମ୍ୟାଚରେ ଗ୍ରାଉଣ୍ଡକୁ ଓହ୍ଲାନ୍ତୁ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 27, 2022, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.