ETV Bharat / sports

Ranji Trophy: ବିନା ବିଜୟରେ ରଣଜୀ ଟୁର୍ନାମେଣ୍ଟରୁ ଓଡିଶା ବାହାର

author img

By

Published : Mar 6, 2022, 5:21 PM IST

Updated : Mar 6, 2022, 5:45 PM IST

ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୨ରୁ ଲିଗ ପର୍ଯ୍ୟାୟରେ ବିନା ବିଜୟରେ ଟିମ ଓଡିଶାର ଅଭିଯାନ ଶେଷ । ଅଧିକ ପଢନ୍ତୁ

Ranji Trophy 2022: team Odisha out of tournament after defeat from mumbai
Ranji Trophy: ନିରାଶ ଟିମ ଓଡିଶା, ଲିଗ ପର୍ଯ୍ୟାୟରୁ ବିନା ବିଜୟରେ ବାହାର

କଟକ: ଟିମ ଓଡିଶାର ରଣଜୀ ଅଭିଯାନ(Ranji Trophy 2022) ଶେଷ ହୋଇଛି । ଲିଗ ପର୍ଯ୍ୟାୟରେ ବିନା ବିଜୟରେ ଅଭିଯାନ ଶେଷ କରିଛି ଟିମ ଓଡିଶା। ଚଳିତ ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୨ର ଗ୍ରୁପ ଡି' ରେ ଥିବା ଟିମ ଓଡିଶାକୁ ଖାଲି ହାତରେ ଫେରିବାକୁ ପଡିଛି । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଖେଳିଥିବା ଓଡିଶା ଟିମ ୩ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚ୍‌ରେ ବିଜୟୀ ହୋଇ ନପାରି ନିରାଶ କରିଛି । ଯାହାଦ୍ବାରା ରଣଜୀ ଲିଗ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି ।

Ranji Trophy: ବିନା ବିଜୟରେ ରଣଜୀ ଟୁର୍ନାମେଣ୍ଟରୁ ଓଡିଶା ବାହାର

କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଖେଳାଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର(BCCI) ଏହି ମେଗା ଘରୋଇ ଟୁର୍ନାମେଣ୍ଟ ପୂର୍ବରୁ 20 ଜଣିଆ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସହିତ ଟିମ ଘୋଷଣା କରିଥିଲା ଓଡିଶା କ୍ରିକେଟ ଆସୋସିଏସନ(OCA)। ରଣଜୀ ଟୁର୍ନାମେଣ୍ଟ ତାରିଖ ଘୋଷଣା ହେବା ପୂର୍ବରୁ ଭଲ ପ୍ରସ୍ତୁତି କରିଥିଲା ଓଡିଶା ଟିମ। ମାତ୍ର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମର ସବୁ ରଣନୀତି ଫେଲ୍‌ ମାରିଥିଲା ।

ପ୍ରଥମ ମ୍ୟାଚ୍‌ରେ ଗୋଆ ବିପକ୍ଷରେ ଖେଳିଥିଲା ଓଡିଶା ଟିମ ଓ ଏହି ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଦ୍ବିତୀୟ ମ୍ୟାଚ୍‌ରେ କିନ୍ତୁ ଶକ୍ତିଶାଳୀ ସୌରାଷ୍ଟ୍ର ବିପକ୍ଷରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏକ ଇଂନିସ ଓ 131 ରନରେ ପରାଜିତ ହୋଇଥିଲା ଓଡିଶା । ମୁମ୍ବାଇ ବିପକ୍ଷରେ ମଧ୍ଯ ସମାନ ଦଶା ହୋଇଥିଲା । ଶେଷ ମ୍ୟାଚ୍‌ରେ ଏକ ଇଂନିସ ଓ 108 ରନ୍‌ରେ ପରାସ୍ତ ହୋଇଥିଲା ।

ଭେଟେରାନ ପୂର୍ବତନ କ୍ରିକେଟର ୱାସମ ଜାଫରଙ୍କୁ କୋଚ୍‌ ଭାବେ ପାଇ ଓଡିଶା କ୍ୟାମ୍ପ୍‌ ଉତ୍ସାହିତ ଥିଲା । ଗତ ରଣଜୀ ସିଜିନରେ କ୍ବାର୍ଟର-ଫାଇନାଲ ପର୍ଯ୍ୟନ୍ତ ଓଡିଶା ପହଞ୍ଚିଥିଲା । ଫଳରେ ଚଳିତ ଥର ଅଧିକ ଆଶା ରହିଥିଲା । ମାତ୍ର ଓଡିଶା ଫ୍ୟାନ୍ସଙ୍କୁ ପୁଣି ନିରାଶ ହେବାକୁ ପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Mar 6, 2022, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.