ETV Bharat / sports

IPL2021: ଲୁଇସଙ୍କ ଦମଦାର ଅର୍ଦ୍ଧଶତକ, RCB ଆଗରେ ୧୫୦ ରନ୍‌ ଟାର୍ଗେଟ୍‌ - ରାଜସ୍ଥାନ ରୟାଲ୍ସର ୧୫୦ ରନ୍‌ ଟାର୍ଗେଟ

ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୫୦ ରନ୍‌ ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ରାଜସ୍ଥାନ ରୟାଲ୍ସ ଭଲ ଆରମ୍ଭ କରିଥିଲା । ଅଧିକ ପଢ଼ନ୍ତୁ...

IPL 2021: ଲେୱିସ୍‌ଙ୍କ ଦମଦାର ଅର୍ଦ୍ଧଶତକ, RCB ଆଗରେ ୧୫୦ ରନ୍‌ ଟାର୍ଗେଟ୍‌

author img

By

Published : Sep 29, 2021, 9:33 PM IST

Updated : Sep 29, 2021, 9:50 PM IST

ଦୁବାଇ: ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୫୦ ରନ୍‌ ବିଜୟ ଲକ୍ଷ୍ୟ ଦେଲା ରଜାସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ରାଜସ୍ଥାନ ରୟାଲ୍ସ ଭଲ ଆରମ୍ଭ କରିଥିଲା । ଓପେନିଂ ବ୍ୟାଟସମ୍ୟାନ ଯଶସ୍ବୀ ଜୈଶୱାଲ ଓ ଏଭିନ ଲୁଇସ ପ୍ରଥମ ୱିକେଟ ପାଇଁ ୭୭ ରନ୍‌ ଭାଗିଦାରୀ କରିଥିଲେ । ନବମ ଓଭରରେ ବାଙ୍ଗାଲୋରକୁ ପ୍ରଥମ ୱିକେଟ ମିଳିଥିଲା ।

ଯଶସ୍ବୀ ଜୈଶୱାଲ ମାତ୍ର ୩୧ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ଏଭିନ ଦମଦାର୍‌ ୫୮ ରନ୍‌ କରି ଗାର୍ଟନଙ୍କ ବୋଂରେ ଆଉଟ ହୋଇଥିଲେ । ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ମାତ୍ର ୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଗୋଟିଏ ସମୟରେ ସ୍କୋର ୨୦୦ ପାର୍‌ ହେବ ବୋଲି ମନେ ହେଉଥିବା ବେଳେ ଶେଷ 10 ଓଭରରେ ଦଳ କୌଣସି ବ୍ୟାଟସମ୍ୟାନ ବଡ଼ ସ୍କୋର୍‌ କରିବାରେ ସକ୍ଷମ ହୋଇ ପାରିନଥିଲେ ।

ଶେଷ ବେଳକୁ କ୍ରୀଶ ମୋରିସ୍‌ କେବଳ ୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଆଉ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ବିଶିଷ୍ଠ ରନ୍‌ କରିବାକୁ ସକ୍ଷମ ହୋଇ ପାରିନଥିଲେ । ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ତେବେ RCB ବ୍ୟାଟସ୍‌ମ୍ୟାନ୍‌ ଏହି ପିଚ୍‌ କିଭଳି ବ୍ୟାଟିଂ କରିବେ ତାହା ଦେଖିବାକୁ ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2021, 9:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.