ETV Bharat / sports

ଭାରତୀୟ କ୍ରିକେଟ ଦଳ ହେଡ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ

author img

By ETV Bharat Odisha Team

Published : Nov 20, 2023, 8:40 AM IST

ଭାରତର ବିଶ୍ବ ବିଜୟୀ ହେବା ଆଶା ଚୁରମାର ହୋଇଛି । ଏହା ସହିତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଦଙ୍କ କାର୍ଯ୍ୟାକାଳ ମଧ୍ୟ ଶେଷ ହୋଇଛି । ଅଧିକ ପଢନ୍ତୁ

Rahul dravids tenure is over
ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ

ହାଇଦ୍ରାବାଦ: କ୍ରିକେଟ୍‌ ବିଶ୍ବକପ 2023ରେ ଭାରତର ଚମ୍ପିଆନ ହେବା ଆଶା ଆଶାରେ ରହିଛି । ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ବାଜି ମାରି ନେଇଛି । ଭାରତର ବିଶ୍ବକପ ପରାଜୟ ସହ ଦଳର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ବକପ ପର୍ଯ୍ୟନ୍ତ ସେ କୋଚ୍ ନିଯୁକ୍ତ ହୋଇଥିଲେ । 2021ରେ ରାହୁଲ ଦ୍ରାବିଡଙ୍କୁ 2 ବର୍ଷ ପାଇଁ ପ୍ରଶିକ୍ଷକ ଦାୟିତ୍ୱ ମିଳିଥିଲା । ତେବେ ବିସିସିଆଇ ତାଙ୍କ କାର୍ଯ୍ୟକାଳ ବଢ଼ାଇପାରେ ବୋଲି ଅନୁମାନ କରାଯାଉଛି ।

ରାହୁଲ ଦ୍ରାବିଡ କୋଚ୍ ନିଯୁକ୍ତ ହେବା ସମୟରେ ଭାରତ 4ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲା । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଓ ଦିନିକିଆ ସିରିଜରେ ପରାଜିତ ହୋଇଥିଲା । 20222 ଟି-ଟ୍ବେଣ୍ଟି ବିଶ୍ବକପରେ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଗତ ଜୁନରେ ଅନୁଷ୍ଠିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ଟ୍ରଫି ହାତେଇବା ଆଶା ଆଶାରେ ରହିଥିଲା । ବିଶ୍ବକପ 2023ରେ ଭଲ ପ୍ରଦର୍ଶନ ସତ୍ତ୍ବେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି ଭାରତ ।

ଏହା ବି ପଢନ୍ତୁ...ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀ ମହମ୍ମଦ ଶାମି

2015ରୁ କୋଚ୍ ଦାୟିତ୍ୱରେ ରହିଛନ୍ତି ରାହୁଲ ଦ୍ରାବିଡ । 19 ବର୍ଷରୁ କମ୍ ଭାରତୀୟ ଦଳର କୋଚ୍ ଭାବେ ସେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତ 2018ରେ 19 ବର୍ଷରୁ କମ୍ ବିଶ୍ବକପ ଚମ୍ପିଆନ୍‌ ହୋଇଥିଲା । ପୃଥ୍ବୀ ଶ'ଙ୍କ ନେତୃତ୍ବାଧୀନ ଭାରତ ଅଣ୍ଡର-19 ବିଶ୍ବକପ ଜିତିଥିଲା । ଏହା ପରେ ଭାରତ ଏ' ଦଳର କୋଚ୍ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ସମୟରେ ବହୁ ଯୁବ ପ୍ରତିଭାବାନ ଖେଳାଳି ଆର୍ବିଭାବ ହୋଇଛନ୍ତି । ତାଙ୍କର ଏହି କୋଚ୍‌ କାର୍ଯ୍ୟକୁ ସ୍ମରଣୀୟ କରିବାକୁ ଭାରତୀୟ କ୍ରିକେଟ ଦଳ ପାଖରେ କୌଣସି ସଫଳତା ନାହିଁ ।

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ୫ମରେ ବ୍ୟାଟିଂ କରି ରେକର୍ଡ, ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

କାର୍ଯ୍ୟକାଳ ବଢାଇବ କି BCCI ? ବିସିସିଆଇ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବଢାଇପାରେ । ଏଥିପାଇଁ ସମସ୍ତ ନିୟମ ପାଳ କରିବାକୁ ହେବ । ଦ୍ରାବିଡ କେବଳ କୋଚ୍ ପଦ ପାଇଁ ଆବେଦନ କରିବେ । ପୂର୍ବରୁ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା ।

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ 2023 ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ 6 ୱିକେଟରେ ବିଜୟ ସହ ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ୍‌ ହୋଇଛି ପାଟ୍‌ କାମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.