ETV Bharat / sports

Happy Birthday Rahul Dravid: ଦ ୱାଲ୍‌ଙ୍କ ଶ୍ରେଷ୍ଠ ଟେଷ୍ଟ ଇଂନିସ - ରାହୁଲ ଦ୍ରାବିଡ ଜନ୍ମଦିନ

ବର୍ଷ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଇଡେନ ଗାର୍ଡେନରେ ୧୮୦ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ଦ୍ରାବିଡ। ତାଙ୍କର ଏହି ଇଂନିସକୁ କ୍ରିକେଟର ଲମ୍ବା ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ଇଂନିସ ବୋଲି ବିବେଚନା କରାଯାଏ । ଅଧିକ ପଢନ୍ତୁ

Rahul Dravid turns 49, here's a look at The Wall's finest knocks in Tests
Happy Birthday Rahul Dravid: ଦ ୱାଲ୍‌ଙ୍କ ଶ୍ରେଷ୍ଠ ଟେଷ୍ଟ ଇଂନିସ
author img

By

Published : Jan 11, 2022, 5:06 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ତଥା ଭାରତୀୟ କ୍ରିକେଟ'ର 'The Wall' ରାହୁଲ ଦ୍ରାବିଡ ମଙ୍ଗଳବାର(ଜାନୁଆରୀ ୧୧) ୪୯ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର, ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ, ବର୍ତ୍ତମାନର କ୍ରିକେଟର, ପୂର୍ବତନ କ୍ରିକେଟରଙ୍କ ସମେତ ଅଗଣିତ କ୍ରିକେଟ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

  • Warm birthday wishes to Rahul Dravid, the man who taught an entire generation the art of perseverance and patience. Watching him go about his business is the best advertisement on how to approach sport as well as life.

    — Abhinav A. Bindra OLY (@Abhinav_Bindra) January 11, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା Tata Group

ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରହିଥିବା ଦ୍ରାବିଡ, କ୍ରିକେଟ ପିଚ୍‌ ଉପରେ ଭାରତର ପରାଜୟ ସାମ୍ନାରେ ପ୍ରାଚୀର ଭଳି ଛିଡା ହେବାସହ ପ୍ରତିପକ୍ଷ ଟିମମାନଙ୍କ ପାଇଁ ଆହ୍ବାନ ରହିଥିଲେ । ଏଥିସହ ଟିମ ଇଣ୍ଡିଆର ଅନେକ ଐତିହାସିକ ବିଜୟର ବିନ୍ଧାଣି ରହିଥିଲେ । ନିଜର ନିଆରା ରକ୍ଷଣାତ୍ମକ ଅନ୍ଦାଜର ବ୍ୟାଟିଂ ପାଇଁ ପୂର୍ବତନ କ୍ୟାପଟେନ ଦ୍ରାବିଡ ଭାରତୀୟ ଫ୍ୟାନ୍ସଙ୍କ ହୃଦୟରେ ଏବେବି ସ୍ବତନ୍ତ୍ର ସ୍ଥାନରେ ରହିଛନ୍ତି ।

  • 509 international matches 👍
    24,208 international runs 💪
    48 international centuries 👌

    Here's wishing Rahul Dravid – former India captain & current #TeamIndia Head Coach – a very Happy Birthday. 🎂 👏 pic.twitter.com/qKEUd2WYpZ

    — BCCI (@BCCI) January 11, 2022 " class="align-text-top noRightClick twitterSection" data=" ">

ଦ୍ରାବିଡଙ୍କ ସ୍ମରଣୀୟ ଇଂନିସ:

  • ବର୍ଷ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଇଡେନ ଗାର୍ଡେନରେ ୧୮୦ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ଦ୍ରାବିଡ। ତାଙ୍କର ଏହି ଇଂନିସକୁ କ୍ରିକେଟର ଲମ୍ବା ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ଇଂନିସ ବୋଲି ବିବେଚନା କରାଯାଏ । ପ୍ରଥମ ଟେଷ୍ଟରେ ପରାସ୍ତ ହୋଇସାରିଥିବା ଭାରତ ପାଇଁ କୋଲକାତାରେ ଖେଳାଯାଇଥିବା ଏହି ଟେଷ୍ଟରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ ଥିଲା । ତେବେ ମ୍ୟାଚ୍‌ ସଂପୂର୍ଣ୍ଣ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଥିଲା । ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ୪୪୪ର ଜବାବରେ ଭାରତ ମାତ୍ର ୧୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଭାରତ ଉପରେ ଫଲୋଅନର ବିପଦ ରହିଥିଲା । ଦ୍ବିତୀୟ ଇଂନିସରେ ଦୁଇ ଭାରତୀୟ ଓପନର ଆଉଟ୍‌ ହେବାପରେ ଦ୍ରାବିଡ ଓ ଭିଭିଏସ ଲକ୍ଷ୍ମଣ ମ୍ୟାଚ୍‌ ବଞ୍ଚାଇବା ପାଇଁ ପହଞ୍ଚିଥିଲେ । ତେବେ ଏହାପରେ ଯାହାହୋଇଥିଲା କେହି କଳ୍ପନା କରିନଥିଲେ । ଉଭୟ ଦ୍ରାବିଡ ଓ ଲକ୍ଷ୍ମଣ ଅଷ୍ଟ୍ରେଲିଆ ବୋଲରଙ୍କୁ ଉଚିତ ମୁକାବିଲା କରିବା ସହ ସାଧାରଣ ଅନୁଭବ କରାଇଥିଲେ । ସେନ ୱାର୍ଣ୍ଣ ଓ ଗ୍ଳେମ ମାକଗ୍ରାଥ୍‌ଙ୍କ ପରି ବୋଲର ମଧ୍ୟ ନିରାଶ ହୋଇଥିଲେ । ଉଭୟଙ୍କ ମଧ୍ୟରେ ୩୭୬ ରନ୍‌ର ରେକର୍ଡ ଭାଗିଦାରୀ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ନିର୍ଣ୍ଣାୟକ ଟେଷ୍ଟ: ଟସ୍‌ ବାଜି ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ

  • ଦ୍ରାବିଡଙ୍କ ଅନ୍ୟ ଏକ ସ୍ମରଣୀୟ ଇଂନିସ ହେଉଛି ବର୍ଷ ୨୦୦୪ରେ ପାକିସ୍ତାନ ବିପକ୍ଷରେ ରାୱଲପିଣ୍ଡିରେ ୨୭୦ ରନ୍‌ର ଇଂନିସ । ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଥିଲା । ପ୍ରଥମ ଥର ପାକିସ୍ତାନ ମାଟିରେ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ଥିବା ଭାରତୀୟ ଟିମ ଉପରେ ତୃତୀୟ ମ୍ୟାଚ୍‌ରେ ଚାପ ରହିଥିଲା । ନିୟମିତ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ଅନୁପସ୍ଥିତିରେ କାମଚଳା କ୍ୟାପଟେନ ଭାବେ ପ୍ରଥମ ଦୁଇଟି ଟେଷ୍ଟରେ ନେତୃତ୍ବ ଭାର ସମ୍ଭାଳିଥିଲେ ଦ୍ରାବିଡ । ବିରେନ୍ଦ୍ର ସେହ୍ବାଗ ଇଂନିସର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ 'ଦ ୱାଲ୍‌' ବ୍ୟାଟିଂ ଭାର ସମ୍ଭାଳିଥିଲେ । ଏହି ମ୍ୟାଚ୍‌ରେ ଦ୍ରାବିଡଙ୍କ ଇଂନିସ କେବଳ ଭାରତକୁ ମ୍ୟାଚ୍‌ ବିଜୟୀ କରାଇନଥିଲା ବରଂ ଦ୍ରାବିଡଙ୍କୁ ମ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ ।
  • ବର୍ଷ ୨୦୧୧ରେ ଓଭାଲରେ ଇଂଲଣ୍ଡ ବିପକ୍ଷରେ ୧୪୬ ରନ୍‌ର ଇଂନିସ ମଧ୍ୟ ଏବେବି କ୍ରିକେଟ ପ୍ରେମୀଙ୍କ ପାଇଁ ଅଭୁଲା ହୋଇ ରହିଛି । ନିୟମିତ ଓପନର ଗୌତମ ଗମ୍ଭୀର ଆହତ କାରଣରୁ ଖେଳିପାରିନଥିଲେ । ଫଳରେ ଦ୍ରାବିଡ ଇଂନିସ ଓପନ କରିବା ସହ ୧୪୬ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ ।

ଟେଷ୍ଟ କ୍ରିକେଟ ବ୍ୟତୀତ ଦିନିକିଆ କ୍ରିକେଟରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ ବଳରେ ନିଜର ଛାପ ଛାଡିଛନ୍ତି ଦ୍ରାବିଡ । ଏକମାତ୍ର ଖେଳାଳି ଭାବେ ଦିନିକିଆ କ୍ରିକେଟରେ ୩୦୦ରୁ ଅଧିକ ରନ୍‌ ଭାଗିଦାରୀରେ ଦ୍ରାବିଡଙ୍କ ଭୂମିକା ରହିଛି । ନିଜ କ୍ରିକେଟ କ୍ୟାରିୟରରେ ସେ ୧୬୪ଟି ଟେଷ୍ଟ, ୩୪୪ଟି ଅନ୍ତର୍ଜାତୀୟ ଦିନିକିଆ ଓ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ମାର୍ଚ୍ଚ ୨୦୧୨ରେ ଭେଟେରାନ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ । ୪୮ ଅନ୍ତର୍ଜାତୀୟ ଶତକ ସହ ସେ କ୍ୟାରିୟର ଶେଷ କରିଥିଲେ ।

ଗତବର୍ଷ ନଭେମ୍ବରରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ବ ନେଇଛନ୍ତି ଦ୍ରାବିଡ । ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟେଷ୍ଟ ଖେଳୁଥିବା ଭାରତୀୟ ଟିମ ସହ ରହିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.