ETV Bharat / sports

ଟିମ୍‌ ଇଣ୍ଡିଆର ମୁଖ୍ୟକୋଚ ହେଲେ ରାହୁଲ ଦ୍ରାବିଡ - ରାହୁଲ ଦ୍ରାବିଡ ମୁଖ୍ୟ କୋଚ ନିଯୁକ୍ତ

ଭାରତୀୟ ଦଳର ମୁଖ୍ୟକୋଚ୍‌ ନିଯୁକ୍ତ ହେଲେ ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ । ଅଧିକ ପଢ଼ନ୍ତୁ...

ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ମୁଖ୍ୟକୋଚ୍‌ ନିଯୁକ୍ତ

author img

By

Published : Nov 3, 2021, 9:19 PM IST

ମୁମ୍ବାଇ: ଭାରତୀୟ ଦଳର ମୁଖ୍ୟକୋଚ୍‌ ନିଯୁକ୍ତ ହେଲେ ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ । ଏହାକୁ ନେଇ ବିସିସିଆଇ ପକ୍ଷରୁ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଏହି ଦାୟିତ୍ବ ନେବେ ରାହୁଲ ଦ୍ରାବିଡ । ବିସିସିଆଇର କ୍ରିକେଟ ପରାମର୍ଶ କମିଟି ରାହୁଲ ଦ୍ରାବିଡଙ୍କୁ ଏହି ଦାୟିତ୍ବରେ ନିଯୁକ୍ତ କରିଛନ୍ତି ।

ଗତ ଅକ୍ଟୋବର ୨୬ ତାରିଖରେ ଏହି ପଦ ପାଇଁ ବିସିସିଆଇ ପକ୍ଷରୁ ଆବେଦନ ଗ୍ରହଣ କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ରାହୁଲ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହେବା ନେଇ ଆଲୋଚନା ଜୋର ଧରିଥିଲା । ନିକଟରେ ଦୁବାଇରେ ଦ୍ରାବିଡ ଆଇପିଏଲ ଫାଇନାଲ ମୁକାବିଲା ଅବସରରେ BCCIର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗାଙ୍ଗୁଲି ଓ ଶାହ ଟି-୨୦ ବିଶ୍ବକପ ପରେ କୋଚ୍‌ ଭାର ସମ୍ଭାଳିବାକୁ କହିଥିଲେ । ସେପଟେ ଦ୍ରାବିଡଙ୍କ NCA ସାଥୀ ପରାସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍‌ ପାଇଁ ଅଭୟ ଶର୍ମା ପୂର୍ବରୁ ଆବେଦନ କରିସାରିଛନ୍ତି ।

ସେପଟେ ବିଦାୟୀକାଳୀନ କୋଚଙ୍କୁ ବିସିସିଆଇ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି । ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନେତୃତ୍ବରେ ବୋଲିଂ କୋଚ ଭରତ ଅରୁଣ, ଫିଲ୍ଡିଂ କୋଚ ଆର୍‌ ଶ୍ରୀଧର ଓ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋରଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ ପରେ ଶେଷ ହେବ । ଦଳର ସଫଳତା ପଛରେ ଏହି କୋଚିଂ ଷ୍ଟାଫଙ୍କ ହାତ ରହିଛି ବୋଲି ବିସିସିଆଇ କହିଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ହିଁ ଭାରତ ଟେଷ୍ଟରେ ସର୍ବଶ୍ରେଷ୍ଠ ଟିମ୍‌ ହୋଇ ପାରିଥିଲା ।

ଏହାଛଡ଼ା ୨୦୧୮-୧୯ରେ ପ୍ରଥମ ଏସିଆ ଦଳ ଭାବରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ବିଜୟ ହୋଇଥିଲା ଭାରତ । ଏହାପରେ ୨୦୨୧-୨୨ରେ ପୁନଃ ଏହି ଇତିହାସକୁ ଦୋହରାଇଥିଲା ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ଟି-୨୦ ସିରିଜରେ କ୍ଲିନ୍‌ ସ୍ବିପ୍‌ କରିଥିଲା ଭାରତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.