ETV Bharat / sports

ମୁଖ୍ୟ କୋଚ୍‌ ପାଇଁ ଆବେଦନ କଲେ ଦ୍ରାବିଡ, ଲକ୍ଷ୍ମଣ ହେବେ NCA ମୁଖ୍ୟ ! - vvs laxman

ଜାତୀୟ କ୍ରିକେଟ ଏକାଡେମୀ (NCA)ର ବର୍ତ୍ତମାନ ମୁଖ୍ୟ ଥିବା ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ...

RAHUL DRAVID APPLIES FOR TEAM INDIA HEAD COACH POST VVS LAXMAN LIKELY TO TAKE OVER AT NCA
ମୁଖ୍ୟ କୋଚ୍‌ ପାଇଁ ଆବେଦନ କଲେ ଦ୍ରାବିଡ, ଲକ୍ଷ୍ମଣ ହୋଇପାରନ୍ତି NCA ମୁଖ୍ୟ
author img

By

Published : Oct 26, 2021, 9:24 PM IST

ନୂଆଦିଲ୍ଲୀ: ଜାତୀୟ କ୍ରିକେଟ ଏକାଡେମୀ (NCA)ର ବର୍ତ୍ତମାନ ମୁଖ୍ୟ ଥିବା ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି । ଦ୍ରାବିଡଙ୍କ ଆବେଦନ ପରେ କ୍ରିକେଟ ପରାମର୍ଶଦାତା କମିଟିର କାମ ସହଜ ହୋଇଯାଇଛି, କାରଣ ଦ୍ରାବିଡଙ୍କ ପରି ବଡ ନାମ ଦୌଡରେ ନାହିଁ । ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ପାଇଁ ରାହୁଲ ଦ୍ରାବିଡ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ପ୍ରଥମ ଓ ଏକମାତ୍ର ପସନ୍ଦ କୁହାଯାଉଛି ।

BCCIର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି ଯେ, ରାହୁଲ ଔପଚାରିକ ଭାବେ ମୁଖ୍ୟ କୋଚ୍‌ ପାଇଁ ଶେଷ ଦିନରେ ଆବେଦନ କରିଛନ୍ତି । ଏଥିସହ ଦ୍ରାବିଡଙ୍କ NCA ସାଥୀ ପରାସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍‌ ପାଇଁ ଅଭୟ ଶର୍ମା ପୂର୍ବରୁ ଆବେଦନ କରିସାରିଛନ୍ତି ।

RAHUL DRAVID APPLIES FOR TEAM INDIA HEAD COACH POST VVS LAXMAN LIKELY TO TAKE OVER AT NCA
ରାହୁଲ ଦ୍ରାବିଡ

ନିକଟରେ ଦୁବାଇରେ ଦ୍ରାବିଡ ଆଇପିଏଲ ଫାଇନାଲ ମୁକାବିଲା ଅବସରରେ BCCIର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗାଙ୍ଗୁଲି ଓ ଶାହ ଟି-୨୦ ବିଶ୍ବକପ ପରେ କୋଚ୍‌ ଭାର ସମ୍ଭାଳିବାକୁ କହିଥିଲେ ।

ଟି-୨୦ ବିଶ୍ବକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଶାସ୍ତ୍ରୀ ମଧ୍ୟ କହିଥିଲେ ସେ କୋଚ୍ ପଦବୀ ପାଇଁ ପୁନର୍ବାର ଆବେଦନ କରିବେ ନାହିଁ। ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କର କାର୍ଯ୍ୟକାଳ ମଧ୍ୟ ଟି-୨୦ ବିଶ୍ବକପ ପରେ ଶେଷ ହୋଇଯିବ।

ଅନ୍ୟପଟେ NCA ମୁଖ୍ୟ ପାଇଁ ଭିଭିଏସ ଲକ୍ଷ୍ମଣ ଆଗ୍ରହ ଦେଖାଇଥିବା କୁହାଯାଉଛି । ଏପରି ହୋଇଥିଲେ ବୋର୍ଡ, ଲକ୍ଷ୍ମଣଙ୍କ ସହ ସଂପର୍କ କରିବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.