ETV Bharat / sports

Minor League Cricket: ଟି-୨୦ ମ୍ୟାଚ୍‌ରେ ଇଣ୍ଡିଜର ଏହି କ୍ରିକେଟର ମାରିଲେ ପ୍ରଥମ ଦ୍ୱିଶତକ - ରାହ୍‌କିନ୍‌ କର୍ଣ୍ଣ୍‌ୱାଲ୍‌ଙ୍କ ୨୦୫ ରନ୍‌ ପାଳି

ଘରୋଇ ଟି-୨୦ କ୍ରିକେଟରେ ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି ରାହ୍‌କିନ୍‌ କର୍ଣ୍ଣୱାଲ୍‌ (Rahkeem Cornwall smashed a double century )। ସବୁଠାରୁ ରୋଚକ କଥା ହେଉଛି ଏହି ଦ୍ବିଶତକ ହାସଲ କରିବା ପାଇଁ ସେ ମାତ୍ର ୫ରନ୍‌ ସିଙ୍ଗଲ୍ସ ଓ ଡବଲ୍ସ ଜରିଆରେ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

Rahkeem Cornwall smashed a double century in Minor t20 League Cricket
Minor League Cricket: ଟି-୨୦ ମ୍ୟାଚ୍‌ରେ ରାହ୍‌କିନ୍‌ କର୍ଣ୍ଣୱାଲ୍‌ଙ୍କ ଦ୍ବିଶତକ, ମାତ୍ର ୫ ରନ୍‌ ସିଙ୍ଗଲ୍ସ
author img

By

Published : Oct 6, 2022, 5:38 PM IST

ୱାଶିଂଟନ୍‌: ବିଶ୍ବ କିର୍ତ୍ତୀମାନ ରଚିଲେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟର ରାହ୍‌କିନ୍‌ କର୍ଣ୍ଣ୍‌ୱାଲ୍‌ (Rahkeem Cornwall smashed a double century )। ଘରୋଇ ଟି-୨୦ କ୍ରିକେଟରେ ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି ରାହ୍‌କିନ୍‌ କର୍ଣ୍ଣୱାଲ୍‌ । ସବୁଠାରୁ ରୋଚକ କଥା ହେଉଛି ଏହି ଦ୍ବିଶତକ ହାସଲ କରିବା ପାଇଁ ସେ ମାତ୍ର ୫ରନ୍‌ ସିଙ୍ଗଲ୍ସ ଓ ଡବଲ୍ସ ଜରିଆରେ ହାସଲ କରିଛନ୍ତି । ବାକି ସମସ୍ତ ରନ, ସେ ଛକା ଓ ଚୌକା ଜରିଆରେ ହାସଲ କରିଛନ୍ତି ।

ମାତ୍ର ୭୭ଟି ବଲ୍‌ରୁ ଦ୍ବିଶତକ ହାସଲ କରିଛନ୍ତି ରାହ୍‌କିନ୍‌ । ଏଥିରେ ୨୨ଟି ଛକା ସାମିଲ ଥିବା ବେଳେ ୧୭ଟି ଚୌକା ସାମିଲ ରହିଛି । ନିଜ ପାଳିରେ ମାତ୍ର ୫ ରନ୍‌ ହିଁ ସେ ସିଙ୍ଗଲ୍ସ ଓ ଡବଲ୍ସ ଜରିଆରେ ହାସଲ କରିଛନ୍ତି । ଆମେରିକାରେ ଚାଲିଥିବା ମାଇନର୍‌ କ୍ରିକେଟ ଲିଗ୍‌ରେ ଏହି ମାଇଲଷ୍ଟୋନ୍‌ ଛୁଇଁଛନ୍ତି ୱେଷ୍ଟ ଇଣ୍ଡିଜ୍‌ ବ୍ୟାଟର ରାହ୍‌କିନ୍‌ କର୍ଣ୍ଣ୍‌ୱାଲ୍‌ । ୨୬୬.୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି ରାହକିନ୍‌ କର୍ଣ୍ଣୱାଲ୍‌ ।

ରାହକିନ୍‌ କର୍ଣ୍ଣୱାଲ୍‌ଙ୍କ ଦ୍ବିଶତକ ପାଳି ବଳରେ ଆଟଲାଣ୍ଟା ଫାୟର ୧ ୱିକେଟ ହରାଇ ମୋଟ ୩୨୬ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଜବାବରେ ସ୍କ୍ବାଏର ଡ୍ରାଇଭ ଦଳ ୮ ୱିକେଟ ବିନିମୟରେ ମାତ୍ର ୧୫୪ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ଆଟଲାଣ୍ଟା ଫାୟର ପକ୍ଷରୁ ଜଷ୍ଟିନ୍‌ ଡିଲ୍‌ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଆଟଲାଣ୍ଟା ଫାୟର ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାହ୍‌କିନ୍‌ କର୍ଣ୍ଣ୍‌ୱାଲ୍‌ଙ୍କ ସହ ଷ୍ଟିଭେନ୍‌ ଟେଲର ଓପେନିଂ କରିବାକୁ ଓହ୍ଲାଇଥିଲେ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ପରେ ଷ୍ଟିଭେନ୍‌ ଟେଲର ଆଉଟ ହୋଇଥିଲେ । ଏହାପରେ ପାକିସ୍ତାନ ବ୍ୟାଟର୍‌ ବ୍ୟାଟିଂ ପାଇଁ ଆସିଥିଲେ । ଏହାପରେ ଉଭୟ ଙ୍କ ମଧ୍ୟରେ ୨୨୫ ରନ୍‌ର ଭାଗିଦାରୀ ହୋଇଥିଲା । ଏହି ମ୍ୟାଚ୍‌ରେ ବିଜୟୀ ଦଳକୁ ୭୫ ହଜାର ଡଲାର ପ୍ରଦାନ କରାଯାଇଛି ।

ୱେଷ୍ଟ ଇଣ୍ଡିଜ ପକ୍ଷରୁ ରାହ୍‌କିନ୍‌ କର୍ଣ୍ଣ୍‌ୱାଲ୍‌ ୯ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶତକ ହାସଲ କରିଥିବା ବେଳେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୯ରେ ଭାରତ ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ୨୦୨୧ ପରଠୁ ସେ ଆଉ ଅନ୍ତର୍ଜାତୀୟ ଦଳକୁ ଫେରି ପାରିନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.