ETV Bharat / sports

ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ ପୃଥ୍ବୀ ଶ' - ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ ପୃଥ୍ବୀ

ମୁମ୍ବାଇର ଷ୍ଟାର କ୍ରିକେଟର ପୃଥ୍ବୀ ଶ' ଖୁବ ଶ୍ରୀଘ୍ର କାଉଣ୍ଟି କ୍ରିକେଟ ଖେଳିବାକୁ ଯାଉଛନ୍ତି । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ । ଅଧିକ ପଢନ୍ତୁ

prithvi shaw likely to play for northamptonshire
ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ ପୃଥ୍ବୀ ଶ'
author img

By

Published : Jul 2, 2023, 2:58 PM IST

ନୂଆଦିଲ୍ଲୀ: କାଉଣ୍ଟି କ୍ରିକେଟ ଖେଳିବେ ପୃଥ୍ବୀ ଶ' । ମୁମ୍ବାଇର ଷ୍ଟାର କ୍ରିକେଟର ପୃଥ୍ବୀ ଶ' ଖୁବ ଶ୍ରୀଘ୍ର କାଉଣ୍ଟି କ୍ରିକେଟ ଖେଳିବାକୁ ଯାଉଛନ୍ତି । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବା ନେଇ ଚୁକ୍ତି କରିଛନ୍ତି । ଖୁବଶୀଘ୍ର ସେ ଇଂଲଣ୍ଡ ଯାତ୍ରା କରିବା ନେଇ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ଦୁଲୀପ ଟ୍ରଫି ଶେଷ ହେବା ପରେ ଶ' ଇଂଲଣ୍ଡ ଯାତ୍ରା କରିବେ । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ । ସେ 4ଦିନିକିଆ ମ୍ୟାଚ ସମେତ 50 ଓଭର ବିଶିଷ୍ଟ ରୟାଲ ଲଣ୍ଡନ କପରେ ମଧ୍ୟ ଭାଗ ନେବେ । ପୂର୍ବରୁ ଭାରତରୁ ବିଶନ ସିଂହ ବେଦି, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳି ସାରିଛନ୍ତି । ଗତ ରଣଜୀ ଟ୍ରଫି ସିଜନରେ ଶ' ଆସାମ ବିପକ୍ଷରେ 379 ରନର ଇନିଂସ ଖେଳିଥିଲେ । ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫିରେ ବିରାଟ ଇନିଂସ ଖେଳି ରେକର୍ଡ କରିଥିଲେ ।

ଏହା ବି ପଢନ୍ତୁ...ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକରୁ ହଟିଲା BYJU's , ସ୍ଥାନ ନେଲା Dream11

ପୂର୍ବରୁ ସଞ୍ଜୟ ମାଞ୍ଜରେକର 377ରନ କରି ଏହି ରେକର୍ଡ କରିଥିଲେ । ପୃଥ୍ବୀ ଶ' ପୂର୍ବରୁ ଭାରତ ପାଇଁ ଖେଳି 42.37 ହାରରେ 339 ରେକର୍ଡ କରିଥିଲେ । ସେ ତାଙ୍କ ପଦାର୍ପଣ ଟେଷ୍ଟରେ ଶତକ ଅର୍ଜନ କରିଥିଲେ । ଫିଟନେସ ଅଭାବ ସହ ଫର୍ମ ନଥିବାରୁ ସେ ଟେଷ୍ଟ ଦଳକୁ ଫେରି ପାରିନାହାନ୍ତି । ସେ 42ଟି ମ୍ୟାଚ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 51.09 ହାରରେ 3679 ରନ ସଂଗ୍ରହ କରିଛନ୍ତି । ଏଥିରେ 12ଟି ଶତକ ଓ 15ଟି ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି ।

ପୃଥ୍ବୀ ଶ' ଆଇପିଏଲରେ ଭଲ ପ୍ରଦର୍ଶନ କରିନଥିଲେ ବି ସେ ଜଣେ ଦକ୍ଷ ଖେଳାଳି । ବର୍ତ୍ତମାନ ଦୁଲୀପ ଟ୍ରଫି ଜାରି ରହିଛି । ଯଦି ପୃଥ୍ବୀ ଶ ଜୁଲାଇ 12ରୁ 16 ଯାଏଁ ହେବାକୁ ଥିବା ଦୁଲୀପ ଟ୍ରଫି ଫାଇନାଲ ପରେ ଲଂଣ୍ଡନ ଯାତ୍ରା କରନ୍ତି ତେବେ ସେ ଦେଓଧର ଟ୍ରଫି ଖେଳିପାରିବେ ନାହିଁ । ଆସନ୍ତା 5ରୁ ଦୁଲୀପ ଟ୍ରଫି ସେମିଫାଇନାଲ ରାଉଣ୍ଡ ଆରମ୍ଭ ହେବ । ଭାରତୀୟ ଘରୋଇ କ୍ରିକେଟର ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ ଟ୍ରଫିରେ ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ସେମିରେ ପ୍ରବେଶ କରି ସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.