ETV Bharat / sports

ଆହତ ସମସ୍ୟା ଉପରେ ଗୁରୁତ୍ବ ଦେବା ନେଇ କହିଲେ ବିସିସିଆଇ ନୂଆ ଅଧ୍ୟକ୍ଷ

ବିସିିଆଇର ୩୬ ତମ ସଭାପତି ଭାବରେ ନିଯୁକ୍ତ ହେବା ପରେ ରୋଜର ବିନ୍ନି କହିଛନ୍ତି ସେ କ୍ରିକେଟରଙ୍କ ଆହତ ସମସ୍ୟାର ସମାଧାନକୁ ନେଇ ଅଧିକ ଗୁରୁତ୍ବ ଦେବେ । ଅଧିକ ପଢନ୍ତୁ

author img

By

Published : Oct 18, 2022, 7:23 PM IST

ଆହତ ସମସ୍ୟା ଉପରେ ଗୁରୁତ୍ବ ଦେବା ନେଇ କହିଲେ ବିସିସିଆଇ ନୂଆ ଅଧ୍ୟକ୍ଷ
ଆହତ ସମସ୍ୟା ଉପରେ ଗୁରୁତ୍ବ ଦେବା ନେଇ କହିଲେ ବିସିସିଆଇ ନୂଆ ଅଧ୍ୟକ୍ଷ

ମୁମ୍ବାଇ: ବିସିସିଆଇକୁ ମିଳିଛି ନୂଆ ବସ୍ । ଭାରତର ପୂର୍ବତନ କ୍ରିକେଟର ରୋଜର ବିନ୍ନି ( Roger Binny ) ହୋଇଛନ୍ତି ବିସିସିଆଇର ନୂଆ ସଭାପତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକରେ ଭେଟେରାନ କ୍ରିକେଟର ରୋଜର ବିନ୍ନିଙ୍କୁ ସଭାପତି ପଦରେ ନିଯୁକ୍ତ କରାଯାଇଛି । ତେବେ ଏହି ଭେଟେରାନ କ୍ରିକେଟର ସଭାପତି ପଦରେ ନିଯୁକ୍ତ ହେବା ପରେ କହିଛନ୍ତି କି ସେ କ୍ରିକେଟରଙ୍କ ଆହତ ସମସ୍ୟାର ସମାଧାନକୁ ନେଇ ଅଧିକ ଗୁରୁତ୍ବ ଦେବେ ।

ଆଜି ( ମଙ୍ଗଳବାର ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ଧିବଦ୍ଧ ଭାବରେ ରୋଜର ବିନ୍ନି ବିସିସିଆଇର ୩୬ ତମ ନୂଆ ସଭାପତି ହୋଇଛନ୍ତି । ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ । ତେବେ ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ଭାବରେ ନିଯୁକ୍ତ ହେବା ପରେ ଗଣମାଧ୍ୟମ ଆଗରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ଯେ " ମୁଁ ମୁଖ୍ୟତଃ ଦୁଇଟି ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ପ୍ରଥମେ କ୍ରିକେଟରଙ୍କ ଆହାତ ସମସ୍ୟାର ସମାଧାନ ବାଟ ବାହାର କରିବାକୁ ଚାହିଁବି । ଫାଷ୍ଟ ବୋଲର ଜଶପ୍ରିତ ବୁମରା ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଆହତ ହୋଇଗଲେ । ଯାହା ଫଳରେ ଦଳର ସବୁ ଯୋଜନା ପ୍ରଭାବିତ ହୋଇଛି । ସେହିପରି ମୁଁ ଦ୍ବିତୀୟରେ ପିଚ୍ ଉପରେ ଗୁରୁତ୍ବ ଦେବାକୁ ଚାହୁଁଛି ।"

ଭାରତର ଏହି ପୂର୍ବତନ କ୍ରିକେଟର 1883 ବିଶ୍ବ ବିଜୟୀ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଥିଲେ । ସେତେବେଳର ଧୂଆଁଧାର ପେସ୍ ବୋଲର ସହ ଅଲରାଉଣ୍ଡର ଭାବେ ପରିଚିତ ଥିଲେ ରୋଜର ବିନ୍ନି । 1983 ବିଶ୍ବକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ତାଙ୍କ ନାଁରେ ରହିଛି । ସେ ୨୭ ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୭୨ ଟି ଦିନିକିଆ ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଏହା ସହିତ ରୋଜର ବିନ୍ନି କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ମଧ୍ୟ ସଭାପତି ଥିଲେ । ବର୍ତ୍ତମାନ ସେ ବିସିସିଆଇ ସଭାପତି ହେବା ପରେ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.