ETV Bharat / sports

ଖରାପ ଫର୍ମକୁ ନେଇ ବିରାଟ କହିଲେ କ୍ରିକେଟର ଏବଂ ମଣିଷ ହିସାବରେ ମୋର ମୂଲ୍ୟ କଣ

author img

By

Published : Aug 24, 2022, 9:57 PM IST

ଏସିଆ କପ ପୂର୍ବରୁ ବିରାଟ କହିଲେ ହି ଖରାପ ଫର୍ମକୁ ମୁଁ ସବୁବେଳେ ବଜାୟ ରଖିବାକୁ ଚାହୁଁ ନାହିଁ । ମୁଁ ଗତି କରିଥିବା ଏହି ଖରାପ ସମୟରୁ କିଛି ଶିଖିବାକୁ ଚାହେଁ । ମୁଁ ଜାଣିବାକୁ ଚାହେଁ କି ଜଣେ କ୍ରିକେଟର ଏବଂ ଜଣେ ମଣିଷ ହିସାବରେ ମୋର ମୂଲ୍ୟ କଣ ।

ଖରାପ ଫର୍ମକୁ ନେଇ ବିରାଟ କହିଲେ କ୍ରିକେଟର ଏବଂ ମଣିଷ ହିସାବରେ ମୋର ମୂଲ୍ୟ କଣ
ଖରାପ ଫର୍ମକୁ ନେଇ ବିରାଟ କହିଲେ କ୍ରିକେଟର ଏବଂ ମଣିଷ ହିସାବରେ ମୋର ମୂଲ୍ୟ କଣ

ହାଇଦ୍ରାବାଦ: ନିଜର ଖରାପ ଫର୍ମକୁ ନେଇ ଏସଆ କପ ପୂର୍ବରୁ ମୁହଁ ଖୋଲିଲେ ବିରାଟ । ରନ ମେସିନ ଭାବରେ ପରିଚିତ ଭାରତୀୟ କ୍ରିକେଟର ବିରାଟ କୋହଲି ଗତ କିଛି ଦିନ ହେବ ହେବ ଖରାପ ଫର୍ମ ଦେଇ ଗତି କରିଆସୁଛନ୍ତି । ଏନେଇ ସେ ବହୁ ଆଲୋଚନାର ଶିକାର ହେବା ସହିତ ଟ୍ରୋଲ ମଧ୍ୟ ହୋଇଛନ୍ତି । ଗତ ତନି ବର୍ଷ ହେବ ବିରାଟ ଶତକ ହାସଲ କରିବାରେ ବିଫଳ ରହିଛନ୍ତି ।

ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ । ତେବେ ଏହା ପୂର୍ବରୁ ବିରାଟ ନିଜ ଫର୍ମ ବାବଦରେ ମୁହଁ ଖୋଲିଛନ୍ତି । ବିରାଟ କୋହଲି ନିଜେ ସ୍ବୀକାର କରିଛନ୍ତି କି ନିକଟରେ ଖେଳାଯାଇଥିବା ଇଂଲଣ୍ଡ ଗସ୍ତରେ ଖରାପ ଫର୍ମ ତଥା ଛୋଟ ଇନିଂସ ଖେଳିବା ଏକ ମୋ ପାଇଁ ଏକ ପର୍ଯ୍ୟାୟ ଥିଲା । ଯେଉଁଥିରେ ମୋତେ ମୋ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ମିଳିଥିଲା ଆଉ ମୁଁ ସେହି ମ୍ୟାଚରେ ନିଜକୁ ପ୍ରମାଣିତ କରିବାର ବିଫଳ ରହିଲି । ଏମିତି କିଛି ବି ନୁହେଁ ଯେଉଁଥିରେ କୁହାଯାଇ ପାରିବ କି ଏହା ଏକ ନିର୍ଦ୍ଦିଷ୍ଟ ସମସ୍ୟା । ମୋ ପାଇଁ ଏହି ସମସ୍ୟାକୁ ସମାଧାନ କରିବା ଏକ ସାଧାରଣ କଥା । ମୋତେ ଜଣା ଅଛି କି ମୋର ପ୍ରଦର୍ଶନ କିଭଳି ଭାବରେ ରହୁଛି । ଯେତେବେଳେ ବି ମୁଁ ମୋର ପ୍ରଦର୍ଶନକୁ ଅନୁଭବ କରେ ସେତେବେଳେ ମୁଁ ମୋର ଗତି ବଦଳାଇ ଥାଏ । ଇଂଲଣ୍ଡ ଗସ୍ତରେ ମୋର ପ୍ରଦର୍ଶନ ଭଲ ରହି ନଥିଲା ବୋଲି ମୁଁ ସ୍ବୀକାର କରୁଛି । ଆଗାମୀ ମ୍ୟାଚ ପାଇଁ ମୁଁ ପ୍ରସ୍ତୁତ ରହିଛି । ସେଥିପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିଛି । ମୋ ଅନୁଭବ ମୋ ପାଇଁ ପବିତ୍ରତାର ପ୍ରତୀକ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ଜଣା ଅଛି କି କ୍ରିକେଟ ଜଗତର ମୋ ସ୍ଥାନ କେଉଁଠି ରହିଛି, ଏହା ନ ହୋଇଥିଲେ କେହି ବି କ୍ରିକେଟର ଅନ୍ତର୍ଜାତୀୟ କ୍ୟାରିୟରରେ ଏତେ ଲମ୍ବା ରାସ୍ତା ଯାଏଁ ଆସି ନଥାନ୍ତା । ପରିସ୍ଥିତିର ମୁକାବିଲା କରିବା ଏବଂ ବ୍ୟାଟିଂ ସମୟରେ ବିଭିନ୍ନ ବଲକୁ ସାମ୍ନା କରିବାର କ୍ଷମତା ମୁଁ ସବୁବେଳେ ରଖିଥାଏ । ହେଲେ ଏହି ଖରାପ ଫର୍ମକୁ ମୁଁ ସବୁବେଳେ ବଜାୟ ରଖିବାକୁ ଚାହୁଁ ନାହିଁ । ମୁଁ ଗତି କରିଥିବା ଏହି ଖରାପ ସମୟରୁ କିଛି ଶିଖିବାକୁ ଚାହେଁ । ମୁଁ ଜାଣିବାକୁ ଚାହେଁ କି ଜଣେ କ୍ରିକେଟର ଏବଂ ଜଣେ ମଣିଷ ହିସାବରେ ମୋର ମୂଲ୍ୟ କଣ ।"

ବିରାଟ କୋହଲି ଜୁଲାଇରେ ଖେଳାଯାଇଥିବା ଇଂଲଣ୍ଡ ଗସ୍ତ ପରେ ଦଳରୁ ଏକ ମାସରୁ ଅଧିକ ସମୟ ହେବ ବାଦ ପଡିବା ପରେ ଟି-୨୦ ଏସିଆ କପ ଟୁର୍ଣ୍ଣାମେଣ୍ଟ ଦ୍ବାରା ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କିରଛନ୍ତି । ଜୁଲାଇରେ ଥିବା ଇଂଲଣ୍ଡ ଗସ୍ତରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବିରାଟ ଗୋଟିଏ ମ୍ୟାଚରେ ୧୬ ରନ ଏବଂ ଅନ୍ୟ ମ୍ୟାଚରେ ୧୭ ରନ କରି ଆଉଟ ହୋଇଥିଲେ । ଇଂଲଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନକୁ ନେଇ ବିରାଟ ବହୁ ଟ୍ରୋଲର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଦଳ ତରଫରୁ ବିଶ୍ରାମ ଦିଆଯାଇଥିଲା । ଭାରତ ଖେଳିଥିବା ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ଗସ୍ତରୁ ବିରାଟ ବାଦ ପଡିଥିଲେ ।

ବିରାଟ କୋହଲି ଶେଷ ଥର ପାଇଁ ୨୦୧୯ ମସିହା ବାଲାଂଦେଶ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିଲେ । ଏହା ପରେ ସେ ତିନି ବର୍ଷ ହେବ ବଡ ଇନିଂସ ଖେଳିବା ପାଇଁ ବିଫଳ ହେବା ସହିତ ସେ ଶତକ ହାସଲ କରିବାର ବିଫଳ ରହିଛନ୍ତି । ଟି-୨୦ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଭାରତର ପ୍ରଥମ ମ୍ୟାଚ ରହିଛି । ଯଦି ପ୍ରଥମ ମ୍ୟାଚ ପ୍ଲେଇଂ ଇଲେଭେନରେ କୋହଲି ସ୍ଥାନ ପାଉଛନ୍ତି ତାହାଲେ ବିରାଟ ତାଙ୍କ ଟି-୨୦ କ୍ୟାରିୟରରେ ୧୦୦ ତମ ମ୍ୟାଚ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.