ETV Bharat / sports

ICC Test Ranking: ପଞ୍ଚମ ସ୍ଥାନରେ ପନ୍ତ, କୋହଲି ଟପ 10ରୁ ବାଦ

author img

By

Published : Jul 6, 2022, 10:11 PM IST

ବୁଧବାର ICC ପକ୍ଷରୁ ଘୋଷଣା କରାଯାଇଥିବା ନୂତନ ଟେଷ୍ଟ ମାନ୍ୟତାରେ ରିଷଭ ପନ୍ତ ଟେଷ୍ଟ କ୍ୟାରିୟର ର୍ୟାଙ୍କିଙ୍ଗରେ ପାଞ୍ଚ ନମ୍ବର ସ୍ଥାନ ପ୍ରାପ୍ତ କରିଛନ୍ତି । ଅଧିକ ପଢନ୍ତୁ

ICC Test Ranking : ପଞ୍ଚମ ସ୍ଥାନରେ ପନ୍ତ, କୋହଲି ଶୀର୍ଷ 10 ରୁ ବାଦ

ହାଇଦ୍ରାବାଦ: ଭାରତର ଯୁବ ୱିକେଟ କିପର ରିଷଭ ପନ୍ତ ଟେଷ୍ଟ କ୍ୟାରିୟର ମାନ୍ୟତାରେ ପାଞ୍ଚ ନମ୍ବର ସ୍ଥାନ ପ୍ରାପ୍ତ କରିଛନ୍ତି । ଆଜି (ବୁଧବାର) ICC ପକ୍ଷରୁ ଘୋଷଣା କରାଯାଇଥିବା ନୂତନ ଟେଷ୍ଟ ମାନ୍ୟତାରେ ରିଷଭ ପନ୍ତଙ୍କୁ ପଞ୍ଚମ ସ୍ଥାନରେ ରଖାଯାଇଛି । ଏଜବେଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ରିଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ । ୱିକେଟ କିପର ରିଷଭ ପ୍ରଥମ ଇନିଂସରେ ଶତକ ହାସଲ କରି 146 ରନ କରିଥିବା ବେଳେ ଦ୍ବିତୀୟ ଇନିଂସରେ ଅର୍ଦ୍ଧ ଶତକ ହାସଲ କରି 57 ରନ କରି ଆଉଟ ହୋଇଥିଲେ । ସେହିପରି ନିକଟରେ ଖେଳାଯାଇଥିବା ଛଟି ଟେଷ୍ଟ ମ୍ୟାଚରୁ ଦୁଇଟି ଶତକ ଏବଂ ତିନୋଟି ଅର୍ଦ୍ଧ ଶତକଲ ହାସଲ କରିଥିଲେ ।

  • Rishabh Pant and Jonny Bairstow break into top 10 🔺
    James Anderson moves up 📊

    Plenty happening in the latest @MRFWorldwide ICC Men's Player Rankings 👀

    — ICC (@ICC) July 6, 2022 " class="align-text-top noRightClick twitterSection" data=" ">

ସେପଟେ ଶୀର୍ଷ 10 ନମ୍ବର ସ୍ଥାନରୁ ବାଦ ପଡିଛନ୍ତି ବିରାଟ କୋହଲି । ପ୍ରାୟ 6 ବର୍ଷ ପରେ ବିରାଟ କୋହଲି ICC ଟେଷ୍ଟ ମାନ୍ୟତାର ଶୀର୍ଷ 10 ସ୍ଥାନରୁ ବାଦ ପଡିଛନ୍ତି । କୋହଲି ଟେଷ୍ଟ ମାନ୍ୟତା 4 ନମ୍ବର ସ୍ଥାନରୁ ଖସି 13 ନମ୍ବର ସ୍ଥାନରେ ରହିଛନ୍ତି । 6 ବର୍ଷ ପରେ କୋହଲି ଟେଷ୍ଟ କ୍ରିକେଟ ମାନ୍ୟତାର ଶୀର୍ଷ 10ରେ ନିଜ ସ୍ଥାନ ପକ୍କା କରିବାରେ ଅସଫଳ ହୋଇଛନ୍ତି । ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ICC ଟେଷ୍ଟ ମାନ୍ୟତାରୁ ଗୋଟେ ସ୍ଥାନ ତଳକୁ ଖସି ଆସିଛନ୍ତି । ରୋହିତ କରୋନା ଆକ୍ରାନ୍ତ କାରଣରୁ ଏଜବେଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ ।

ଏଜବେଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଦ୍ବିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟର ଜୋ ରୁଟ 142 ରନ କରି ମାନ୍ୟତା ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ପଞ୍ଚମ ଟେଷ୍ଟର ଇଂଲଣ୍ଡକୁ ମ୍ୟାଚ ଜିତି ବାରେ ସହାୟକ ବନି ଥିବା ତଥା ପ୍ରଥମ ଇନିଂସ ଓ ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିବା ଜନୀ ବେୟାରଷ୍ଟୋ ର୍ୟାଙ୍କିଙ୍ଗ 11 ସ୍ଥାନରୁ ଗୋଟେ ସ୍ଥାନ ଉପରକୁ ଉଠି 10 ନମ୍ବର ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.