ETV Bharat / sports

କୋଚ୍‌ଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ପନ୍ତ

author img

By

Published : Nov 6, 2021, 7:11 PM IST

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ କ୍ରିକେଟ କୋଚ୍‌ ତାରକ ସିହ୍ନାଙ୍କ ଦେହାନ୍ତରେ ଶୋକାକୁଳ ଭାରତୀୟ କ୍ରିକେଟ ଜଗତ । ଅଧିକ ପଢନ୍ତୁ...

Pant, Sehwag and others mourn death of noted coach Tarak Sinha
କୋଚ୍‌ଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ପନ୍ତ

ନୂଆଦିଲ୍ଲୀ: ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ କ୍ରିକେଟ କୋଚ୍‌ ତାରକ ସିହ୍ନାଙ୍କ ଦେହାନ୍ତରେ ଶୋକାକୁଳ ଭାରତୀୟ କ୍ରିକେଟ ଜଗତ । ୭୧ ବର୍ଷ ବୟସରେ କୋଚ୍‌ ସିହ୍ନା ଶନିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ଧରି କ୍ୟାନସର୍‌ରେ ପୀଡିତ ଥିଲେ ।

  • Heart broken to hear about Tarak sir's demise . His contribution to Indian cricket n the sport itself is unparalleled . Om Shanti 🙏🏼🙏🏼

    — Deep Dasgupta (@DeepDasgupta7) November 6, 2021 " class="align-text-top noRightClick twitterSection" data=" ">

ଭାରତୀୟ କ୍ରିକେଟକୁ ସିହ୍ନାଙ୍କ ଅବଦାନ ଅବିସ୍ମରଣୀୟ । ତାଙ୍କ ଠାରୁ କ୍ରିକେଟ ଶିକ୍ଷା ନେଇ ଅନେକ ଖେଳାଳି ଭାରତ ଟିମର ତଥା ବିଶ୍ବ କ୍ରିକେଟର ଷ୍ଟାର ଖେଳାଳି ହୋଇପାରିଛନ୍ତି ।

  • My mentor, coach, motivator, my biggest critic and my greatest fan. You took care of me like your son, I am devastated.💔 You will always be with me whenever I walk out onto the field. My heartfelt condolences & prayers. May your soul rest in peace, Tarak sir. 🕊️🙏 pic.twitter.com/kLE7qlKMXK

    — Rishabh Pant (@RishabhPant17) November 6, 2021 " class="align-text-top noRightClick twitterSection" data=" ">

ସିହ୍ନାଙ୍କ ମୃତ୍ୟୁ ଜଣାପଡିବା ପରେ ଭାରତୀୟ ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାରକ ସିହ୍ନାଙ୍କ ଠାରୁ କ୍ରିକେଟ କୋଚିଂ ନେଇଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ସୁରିନ୍ଦର ଖାନ୍ନା, ମନାଜ ପ୍ରଭାକର, ଅଜୟ ଶର୍ମା, ଅତୁଲ ୱାସନ, ଆଶିଷ ନେହରା, ସଞ୍ଜୀବ ଶ୍ମା, ଆକାଶ ଚୋପ୍ରା, ଶିଖର ଧାୱନ, ଅଞ୍ଜୁମ ଚୋପ୍ରା ଓ ଋଷଭ ପନ୍ତ ।

ପନ୍ତ କହିଛନ୍ତି, "ଏହି ଖବର ଶୁଣି ଅତ୍ୟନ୍ତ ମର୍ମାହତ । କୋଚ୍‌ ସର୍ବଦା ହୃଦୟରେ ରହିବେ, ଯେବେବି ମ୍ୟାଚ୍‌ ଖେଳିବାକୁ ପଡିଆରେ ପାଦ ଥାପିବି ସେ ମୋ ସହିତ ରହିବେ । ମୋର ମେଣ୍ଟର, କୋଚ୍‌ ମୋଟିଭେଟର, ବଡ ସମାଲୋଚକ, ମହାନତମ ପ୍ରଂଶସକ । ନିଜର ପୁଅ ଭଳି ଯତ୍ନ ନେଇଛ, ମୁଁ ଅତ୍ୟନ୍ତ ମର୍ମାହତ । ଅମର ଆତ୍ମାର ସଦଗତି କାମନା, ତାରକ ସାର୍‌ ।" ପନ୍ତ ବର୍ତ୍ତମାନ ICC ପୁରୁଷ ଟି-୨୦ ବିଶ୍ବକପ ଖେଳିବାକୁ ଟିମ ସହିତ UAE ରେ ରହିଛନ୍ତି ।

ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ମଧ୍ୟ କୋଚ୍‌ ସିହ୍ନାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେହିପରି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି, 'ଭାରତୀୟ କ୍ରିକେଟକୁ ସିହ୍ନାଙ୍କ ଅବଦାନ ଅବିସ୍ମରଣୀୟ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.