ETV Bharat / sports

T20 World Cup: କୋହଲିଙ୍କ ଇଣ୍ଟରଭିୟୁ ନେଲେ ହାର୍ଦ୍ଦିକ

author img

By

Published : Oct 25, 2022, 10:25 AM IST

ଚଳିତ ଟି୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହଯୋଗରେ ଅବିଶ୍ବସନୀୟ ଇନିଂସ ଖେଳି ଭାରତକୁ ଦୀପାବଳି ଅବସରରେ ବିଜୟ ଭେଟି ଦେଇଛନ୍ତି ଚେଜ୍‌ ମାଷ୍ଟର୍‌ ବିରାଟ କୋହଲି । ଏହାପରେ ପାଣ୍ଡ୍ୟା ବିରାଟ କୋହଲିଙ୍କର ସାକ୍ଷାତକାର ନେଉଥିବାର ଭିଡିଓ ପୋଷ୍ଟ କରିଛି ବିସିସିଆଇ ।

ଯାହା କୋହଲି କଲେ ତାହା ଆନ୍ୟ କେହି କରିନଥାନ୍ତେ: ହାର୍ଦ୍ଦିକ ପାଣ୍ଡ୍ୟା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଜାରି ରହିଥିବା ଟି୨୦ ବିଶ୍ବକପରେ ଗତକାଲି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିଥିଲା ଭାରତ । ଏଥିରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବାବେଳେ ୫୩ ବଲରୁ ୮୨ ରନର ଦମଦାର ପାଳି ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ ଚେଜ୍‌ ମାଷ୍ଟର୍‌ ବିରାଟ କୋହଲି । ଏଥିରେ ବିରାଟ କୋହଲିଙ୍କ ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ଯୋଗଦାନ ରହିଥିଲା ।

ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ମିଶି ୭୮ ବଲରେ ୧୧୩ ରନର ମହତ୍ତ୍ବପୂର୍ଣ୍ଣ ଭାଗିଦାରୀ କରିଥିଲେ । ଯାହା ଭାରତକୁ ପରାଜୟ ଉଦ୍ଧାର କରିଥିଲା । ଏହାପରେ କିନ୍ତୁ ପୁଣିଥରେ ଭାରତୀୟ ଦଳ ଉପରେ ଚାପ ପକାଇଥିଲେ ପାକିସ୍ତାନ ବୋଲର । କୋହଲି ପରିସ୍ଥିତିକୁ ସମ୍ଭାଳି ୧୯ ନମ୍ବର ଓଭରର ଶେଷ ଦୁଇ ବଲରେ ପାକିସ୍ତାନୀ ଦ୍ରୁତ ବୋଲର ହରିଶ ରୌଫଙ୍କୁ ଦୁଇଟି ଛକା ମାରିଥିଲେ । ଏହି ଦୁଇ ଛକା ବଳରେ ଭାରତ ବିଜୟ ଦ୍ବାରରେ ପହଞ୍ଚିଥିଲା ।

ତେବେ ଏହି ରୋମାଞ୍ଚକର ମ୍ୟାଚ ପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିରାଟ କୋହଲିଙ୍କର ଏକ ସାକ୍ଷାତକାର ନେଇଥିଲେ । ଏହି ଭିଡିଓକୁ ବିସିସିଆଇ (Board of Control for Cricket in India) ନିଜ ଟ୍ବିଟର ପୃଷ୍ଠାରେ ପୋଷ୍ଟ କରିବା ପରେ ଏହାକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, "ବିରାଟ କୋହଲିଙ୍କର ସେହି ଦୁଇ ଛକା ଭାରତର ବିଜୟ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । ମୁଁ ଜାଣିଥିଲି ଯେ, ଏଭଳି ମ୍ୟାଚରେ ହାରିଶ ରୌଫଙ୍କ ବଲରେ ବିରାଟଙ୍କ ଛଡ଼ା ଅନ୍ୟ କେହି ଏଭଳି ସର୍ଟ ଖେଳିପାରିବେ ନାହିଁ ।"

ଭାରତକୁ ଜିତାଇବା ପାଇଁ କୋହଲିଙ୍କ ସହ ଖେଳିଥିବା ନିଜର ଗୁରୁତ୍ବପୂର୍ଣ୍ଣ ଇନିଂସକୁ ନେଇ ପାଣ୍ଡ୍ୟା କହିଛନ୍ତି, "ଆମେ ଦୁଇଜଣ ପରିସ୍ଥିତିକୁ ବୁଝିଲୁ । ଏବଂ ସେହି ଅନୁସାରେ ଖେଲିଥିଲୁ । ତେବେ ବିରାଟଙ୍କ ସହ ଭାରତକୁ ବିଜୟ ଦେବାରେ ସଙ୍ଘର୍ଷ କରିବା ମୋ ପାଇଁ ସୌଭାଗ୍ୟ ଥିଲା ।"

ପ୍ରକାଶ ଥାଉକି ଯେତେବେଳେ ଅଧିନାୟକ ରୋହିତ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଅକ୍ଷର ପଟେଲ ବିଫଳ ହୋଇ ପାକିସ୍ତାନୀ ବୋଲରଙ୍କର ଶିକାର ହୋଇଥିଲେ, ସେତେବେଳେ ବିରାଟ କୋହଲିଙ୍କ ସହ ପାଳି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.