ETV Bharat / sports

CWG 2022: ଭାରତର ଘାତକ ବୋଲିଂ ଆଗରେ ଧରାଶାୟୀ ପାକିସ୍ତାନ, ୯୯ ରନ୍‌ରେ ଅଲଆଉଟ୍‌

author img

By

Published : Jul 31, 2022, 6:30 PM IST

ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ୧୮ ଓଭରରେ ମାତ୍ର ୯୯ ରନ୍‌ କରି ପାକିସ୍ତାନ ଦଳ ଅଲ୍‌ ଆଉଟ ହୋଇଛି । ଅଧିକ ପଢ଼ନ୍ତୁ

CWG 2022: ଟିମ୍‌ ଇଣ୍ଡିଆର ଦମ୍‌ଦାର ବୋଲିଂ, ୯୯ ରନ୍‌ରେ ପାକିସ୍ତାନ ଦଳ ଅଲ୍‌ ଆଉଟ୍‌

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଟିମର ଦମଦରା ପ୍ରଦର୍ଶନ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଓଭର ସଂଖ୍ୟା ୧୮କୁ କମାଇ ଦିଆଯାଇଥିଲା । ପରେ ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ମାତ୍ର ୯୯ ରନ୍‌ କରି ଦଳ ଅଲ୍‌ ଆଉଟ ହୋଇଛି । ଫଳରେ ଭାରତକୁ ମାତ୍ର ୧୦୦ ରନ୍‌ ଟାର୍ଗେଟ ମିଳିଛି ।

ପ୍ରଥମରୁ ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । କୌଣସି ପାକିସ୍ତାନ ବ୍ୟାଟରଙ୍କୁ ବଡ ସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନ ଶେଷ ୫ ୱିକେଟ ମାତ୍ର ୮ଟି ବଲ୍‌ ମଧ୍ୟରେ ହରାଇଥିଲା । ତେବେ ପାକିସ୍ତାନ ପକ୍ଷରୁ ଓପନର ମୁନିବା ଅଲୀ ସର୍ବାଧିକ ୩୨ ରନ୍‌ ଓ ଅଧିନାୟିକା ବିଶମାହ ମାରୁଫ୍‌ ୧୭ ରନ୍‌ କରିଛନ୍ତି ।

ଭାରତ ପକ୍ଷରୁ ସ୍ନେହା ରାଣା ଓ ରାଧା ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ରେଣୁକା, ମେଘନା ଓ ସେଫାଳି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପାକିସ୍ତାନ ଦଳର ୩ ଜଣ ବ୍ୟାଟର ରନ୍‌ ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ସ୍ନେହା ରାଣା ସବୁଠାରୁ କମ୍‌ ରନ୍‌ ଖର୍ଚ୍ଚ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.