ETV Bharat / sports

ଫେରିଗଲା ନ୍ୟୁଜିଲାଣ୍ଡ; ଭାରତ ମୁଣ୍ଡରେ ଦୋଷ ଲଦିଲେ ପାକିସ୍ତାନ ମନ୍ତ୍ରୀ

author img

By

Published : Sep 22, 2021, 7:22 PM IST

ସୁରକ୍ଷାଗତ ସମସ୍ୟା ଯୋଗୁଁ ସିରିଜ୍‌ ବାତିଲ କରି ପାକିସ୍ତାନରୁ ଫେରିଗଲା ନ୍ୟୁଜିଲାଣ୍ଡ । ବର୍ତ୍ତମାନ ଏହାକୁ ନେଇ ଭାରତକୁ ଦୋଷ ଦେଉଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ । ଅଧିକ ପଢ଼ନ୍ତୁ...

ନ୍ୟୁଜିଲାଣ୍ଡ ଫେରିଗଲା ବୋଲି ଦୋଷ ଭାରତର ?
ନ୍ୟୁଜିଲାଣ୍ଡ ଫେରିଗଲା ବୋଲି ଦୋଷ ଭାରତର ?

ଇସଲାମାବାଦ: ସୁରକ୍ଷାଗତ ସମସ୍ୟା ଯୋଗୁଁ ସିରିଜ୍‌ ବାତିଲ କରି ପାକିସ୍ତାନରୁ ଫେରିଗଲା ନ୍ୟୁଜିଲାଣ୍ଡ । ବର୍ତ୍ତମାନ ଏହାକୁ ନେଇ ଭାରତକୁ ଦୋଷ ଦେଉଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ । ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ସୁରକ୍ଷିତ ନଥିବା ନେଇ ଏକ ଇ-ମେଲ୍‌ କରାଯାଇଥିଲା । ଏହି ଇ-ମେଲ ଭାରତରୁ କରାଯାଇଥିବା ଅଭିଯୋଗ କରିଛନ୍ତି ପାକିସ୍ତାନର ମନ୍ତ୍ରୀ ।

ପାକିସ୍ତାନରେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ ପ୍ରତି ବିପଦ ଥିବା ଦର୍ଶାଇ କିୱି ଦଳ ଗତ ସପ୍ତାହରେ, ପ୍ରଥମ ମ୍ୟାଚ ଆରମ୍ଭରୁ ସିରିଜ୍‌ ବାତିଲ୍‌ କରି ସ୍ବଦେଶ ଫେରି ଯାଇଥିଲା । ୨୪ ଜଣିଆ ନ୍ୟୁଜିଲାଣ୍ଡ ଦଳ ବୁଧବାର ଅକଲାଣ୍ଡରେ ପହଞ୍ଚିଛି । ତେବେ କେଉଁ ଭଳି ଭାବରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ଅସୁରକ୍ଷିତ ରହିଥିଲା ତାହାକୁ ନେଇ କୌଣସି ସ୍ପଷ୍ଟୋକ୍ତି ଦିଆଯାଇନଥିଲା ।

ଏହାକୁ ନେଇ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ, "ଭାରତରୁ ନ୍ୟୁଜିଲାଣ୍ଡକୁ ଇ-ମେଲ୍‌ କରାଯାଇଥିଲା । ଏଥିପାଇଁ ଭିପିଏନ୍‌ର ବ୍ୟବହାର କରାଯାଇଥିଲା । ଏହି ଭିପିଏନ୍‌ରେ ଲୋକେସନ ସିଙ୍ଗାପୁର ଦେଖାଉଛି ।"

ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ମୁତାବକ ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ୍‌ ଦଳ ପାକିସ୍ତାନ ଗସ୍ତ କରିବ । ଏଥିପାଇଁ ମଧ୍ୟ ଭାରତରୁ ୱେଷ୍ଟଇଣ୍ଡିଜ୍‌କୁ ଖେଳାଳିଙ୍କ ପ୍ରତି ବିପଦ ଥିବା ନେଇ ଇ-ମେଲ୍‌ କରାଯାଇଥିବା ଅଭିଯୋଗ କରିଛନ୍ତି ଫୱାଦ ଚୌଧୁରୀ । ୨୦୦୯ ମସିହାରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ସେହି ସମୟରେ ବହୁ ଶ୍ରୀଲଙ୍କା ଖେଳାଳି ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଏହାପରେ ଅନ୍ତର୍ଜାତୀୟ ସ୍ତରରେ ନିଜର ଛବି ସୁଧାରିବାକୁ ଚେଷ୍ଟା କରୁଛି ପାକିସ୍ତାନ । ଏହାପରଠୁ କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ କରିନାହାନ୍ତି । ଯେଉଁ ଅଳ୍ପ କେତେକ ସିରିଜ ଖେଳାଯାଇଛି ତାହା ଦୁବାଇରେ ଆୟୋଜନ କରାଯାଇଛି ।

ତେବେ ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ପହଞ୍ଚିଥିଲା । ସିରିଜ ଆରମ୍ଭ ହେବାପୂର୍ବରୁ ସୁରକ୍ଷାଗତ ସମସ୍ୟା ଦର୍ଶାଇ କିୱି ଦଳ ପ୍ରତ୍ୟାବର୍ତ୍ତନ କରିବା ପରେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଥିଲା । ଯାହାର ଫଳ ସ୍ବରୁପ ଅକ୍ଟୋବରରେ ହେବାକୁ ଥିବା ଇଂଲଣ୍ଡର ଉଭୟ ମହିଳା ଓ ପୁରୁଷ ଦଳ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.