ETV Bharat / sports

ଫାଇନାଲରେ ହାରିଲା ପାକିସ୍ତାନ, ଏମିତି କହିଲେ ଅମିର - pakistan lost T20 World Cup

ପାକିସ୍ତାନ ବାବଦରେ ବିବାଦୀୟ ବୟାନ ଦେଲେ ମହମ୍ମଦ ଅମିର । କହିଲେ ଫାଇନାଲ ଖେଳିବାରେ ପାକିସ୍ତାନ ପାଖରେ ଯୋଗ୍ୟତା ନଥିଲା । ଅଧିକ ପଢନ୍ତୁ

ଫାଇନାଲ ଖେଳିବା ପାଇଁ ପାକିସ୍ତାନ ପାଖରେ ଯୋଗ୍ୟତା ନଥିଲା କହିଲେ ମହମ୍ମଦ ଆମିର

author img

By

Published : Nov 14, 2022, 10:44 PM IST

ହାଇଦ୍ରାବାଦ : ପାକିସ୍ତାନ ବାବଦରେ ବିବାଦୀୟ ବୟାନ ଦେଲେ ମହମ୍ମଦ ଅମିର । କହିଲେ ଫାଇନାଲ ଖେଳିବାରେ ପାକିସ୍ତାନ ପାଖରେ ଯୋଗ୍ୟତା ନଥିଲା । ପରାଜୟକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ଅମିର ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଆମେ ଫାଇନାଲରେ ଖେଳିଛୁ । ଏହା ଆମ ପାଇଁ ସୌଭାଗ୍ୟର କଥା । ହେଲେ ସତ କଥା ହେଉଛି ଆମେ ଫାଇନାଲରେ ଖେଳିବା ପାଇଁ ଆଦୌ ଯୋଗ୍ୟ ନ ଥିଲୁ । ସାରା ଦୁନିଆ ଦେଖିଥିଲା କି ଆମେ ଫାଇନାଲ ଟିକେଟ କିଭଳି ହାତେଇଥିଲୁ । ଆହ୍ଲା ଆମକୁ ଫାଇନାଲ ପ୍ରବେଶ କରିବା ପାଇଁ ସାହା ହୋଇଥିଲେ । ଯଦି ଆପଣ ଆମ ବ୍ୟାଟିଂ ଲାଇନ୍ ଅପ୍ ଉପରେ ନଜର ପକାଇବେ ତାହେଲେ ଆପଣ ପ୍ରତିମ୍ୟାଚରେ ଦଳର ପରିଣାମ ବାବଦରେ ଜାଣି ପାରିବେ ।"

ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ସେମିଫାଇନାଲରେ ଖେଳିବା ଆଶା ମଉଳି ଯାଇଥିଲା । ହେଲେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ଦଳ ହରାଇବା ପରେ ପାକିସ୍ତାନ ଟିମ୍‌ର ସେମିରେ ପ୍ରବେଶ କରିବା ଆଶା ଉଜ୍ଜିବୀତ ହୋଇଥିଲା । ବାଂଲାଦେଶ ଶେଷ ଗ୍ରୁପ୍‌ ୧୨ ପର୍ଯ୍ୟାୟ ମ୍ୟାଚ୍‌ରେ ମାତ୍‌ ଦେଇ ପାକିସ୍ତାନ ସେମିରେ ପହଞ୍ଚିଥିଲା । ସେମିଫାଇନାଲରେ ଆଶ୍ଚର୍ଯ୍ୟଜନକ ଭାବରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲ ଟିକଟ୍ ହାତେଇଥିଲା ।

୧୯୯୨ ମସିହାର ଦିନିକିଆ ବିଶ୍ବକପ ଇତିହାସରେ ଯାହା ଘଟିଥିଲା ୨୦୨୨ ଟି୨୦ ବିଶ୍ବକପରେ ପ୍ରାୟ ସମାନ ଘଟଣା ଘଟୁଥିବା କିଛି ଫଳାଫଳ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । କିଛି କ୍ରିକେଟ ମହଲରେ ଚର୍ଚ୍ଚା ହୋଇଥିଲା କି ଇମ୍ରାନ ଖାନଙ୍କ ଭଳି ବାବର ଆଜମ ମଧ୍ୟ ଇଂଲିସ ଟିମକୁ ପରାସ୍ତ କରି ୨୦୨୨ ବିଶ୍ବକପ ଟାଇଟଲ ହାତେଇବ । ହେଲେ ବଟଲର ଏଣ୍ଡ କୋ ଫାଇନାଲରେ ୫ ୱିକେଟରେ ମେନ ଇନ୍ ଗ୍ରୀନକୁ ପରାସ୍ତ ପାକିସ୍ତାନର ବିଶ୍ବକପ ଜିତିବା ସ୍ବପ୍ନ ଚୁରମାର ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.