ETV Bharat / sports

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଉଛନ୍ତି ଜାଡେଜା

ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra jadeja ) ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏନେଇ ନିଜ ଟ୍ବିଟର ଆକାଉଣ୍ଟରେ "ଗୋଟେ ମୁହୂର୍ତ୍ତରେ ଗୋଟେ ପାଦ" ଲେଖି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଧିରେ ଧିରେ ସୁସ୍ଥ ହେଉଛନ୍ତି ଜାଡେଜା
ଧିରେ ଧିରେ ସୁସ୍ଥ ହେଉଛନ୍ତି ଜାଡେଜା
author img

By

Published : Sep 15, 2022, 10:59 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବାରୁ ସେ ଏସିଆ କପରୁ ବାଦ ପଡିଥିଲେ । ପରେ ରବିନ୍ଦ୍ର ଜାଡେଜାଙ୍କର ଆଣ୍ଠୁ ଅସ୍ତ୍ରୋପ୍ରଚାର ହୋଇଥିଲା । ଆଣ୍ଠୁ ଅସ୍ତ୍ରୋପ୍ରଚାର ସଫଳ ହେବା ନେଇ ଜାଡେଜା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ସେ ଧିରେ ଧିରେ ସୁସ୍ଥ ହେଉଥିବା ନେଇ ନିଜ ଟ୍ବିଟର ଆକାଉଣ୍ଟରେ "ଗୋଟେ ମୁହୂର୍ତ୍ତରେ ଗୋଟେ ପାଦ" ଲେଖି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ସେ କେବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଦଳକୁ ଫେରିବେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ରବିନ୍ଦ୍ର ଜାଡେଜାଙ୍କ ଆହତ କାରଣରୁ ସେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରୁ ବାଦ ପଡିଛନ୍ତି । ଏହା ପୂର୍ବରୁ ଜାଡେଜା ତାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିଥିବାରୁ ସେ ଏସିଆ କପ ଅଧାରୁ ବାଦ ପଡିଥିଲେ । ଆଣ୍ଠୁରେ ଆଘାତ କାରଣରୁ ସେ ଏସିଆ କପର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ ପଡିଥିଲେ । ଏନେଇ ଟ୍ବିଟ୍‌ର କରି ସୂଚନା ଦେଇଥିଲା ବିସିସିଆଇ ।

ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଦଳରେ ସ୍ଥାନ ପାଇଥିଲେ ଅଲରାଉଣ୍ଡର ଅକ୍ଷର ପଟେଲ । ଏସିଆ କପର ଗ୍ରୁପ ଏରେ ଭାରତ ଖେଳିଥିବା ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କର ଭଲ ପ୍ରଦର୍ଶନ ରହିଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ବ୍ୟାଟିଂରେ ଗୁରୁତ୍ବପୂର୍ଣ୍ଣ ଇଂନିସ ସହ ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୯ ବଲରୁ ୩୫ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ହଂକଂ ବିପକ୍ଷରେ ଜାଡେଜା ୪ ଓଭର ବୋଲିଂ କରି ୧୫ ରନ୍‌ ବ୍ୟୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.