ETV Bharat / sports

ସ୍ମୃତିରେ ଟିମ ଇଣ୍ଡିଆର ସପ୍ତମ ଏସିଆ କପ୍‌ ବିଜୟ - ଟିମ ଇଣ୍ଡିଆ ଏସିଆ କପ୍‌ ବିଜୟୀ

ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବାଂଲାଦେଶକୁ ହରାଇ ସପ୍ତମଥର ଏସିଆ କପ୍‌ ଟ୍ରଫି ଜିତିଥିଲା । ଅଧିକ ପଢନ୍ତୁ...

On this day in 2018: Rohit Sharma-led India won its seventh Asia Cup title
ସ୍ମୃତିରେ ଟିମ ଇଣ୍ଡିଆର ସପ୍ତମ ଏସିଆ କପ୍‌ ବିଜୟ
author img

By

Published : Sep 28, 2021, 9:10 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜି(ସେପ୍ଟେମ୍ବର ୨୮) ଏକ ସ୍ମରଣୀୟ ଦିନ । ଆଜିକୁ ଠିକ୍‌ ୩ ବର୍ଷ ତଳେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ସପ୍ତମ ଏସିଆପ କପ୍‌ ଟାଇଟେଲ ନିଜ ନାମରେ କରିଥିଲା ।

୨୦୧୮ ଏସିଆ କପ୍‌ ଫାଇନାଲରେ ଭାରତ ୩ ୱିକେଟରେ ବାଂଲାଦେଶକୁ ହରାଇଥିଲା । ୨୨୩ରନକୁ ପିଛା କରିଥିବା ମେନ ଇନ୍‌ ବ୍ଲୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା । କେଦାର ଯାଦବ ଓ କୁଲଦୀପ ଯାଦବ ଶେଷ ପର୍ଯ୍ୟନ୍ତ ଅରାଜିତ ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ।

ଭାରତ ପକ୍ଷରୁ ରୋହିତ ଶର୍ମା ୪୮ ଓ ଦିନେଶ କାର୍ତ୍ତିକ ୩୭ ରନ୍‌ର ଇଂନିସ ଖେଳିଥିଲେ । ପୂର୍ବରୁ କୁଲଦୀପ ଯାଦବ ଓ କେଦାର ୫ ୱିକେଟ ହାସଲ କରିବା ଫଳରେ ବାଂଲାଦେଶକୁ ୨୨୨ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତ । ବାଂଲା ଟାଇଗର୍ସ ପକ୍ଷରୁ ଲିଟନ ଦାସ ୧୨ଚି ଚୌକା ଓ ୨ଟି ଛକା ସହାୟତାରେ ୧୨୧ ରନ୍‌ର ଶତକୀୟ ଇଂନିସ ଖେଳିଥିଲେ ।

ଏସିଆନ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ସଫଳତମ ଟିମର ରହିଛି । ଶେଷ ଦୁଇଟି ସଂସ୍କରଣର ଟାଇଟେଲ ସହିତ ମୋଟ ୭ଠର ଚମ୍ପିଆନ ହୋଇସାରିଛି । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୧୪ଟି ସଂସ୍କରଣ ଖେଳାଯାଇଛି ଓ ଭାରତ ୭ ଥର ଟାଇଟେଲ ବିଜେତା ହୋଇଛି । ଶ୍ରୀଲଙ୍କା ୫ଥର ଏସିଆନ କପ ଟାଇଟେଲ ଜିତିଥିବାବେଳେ, ପାକିସ୍ତାନ ଦୁଇଥର ଟ୍ରଫି ଜିତିପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.