ETV Bharat / sports

ବିରାଟ, ବିନା ଅନ୍ତର୍ଜାତୀୟ ଶତକ-ବିବାଦ

author img

By

Published : Jun 25, 2021, 8:04 PM IST

Updated : Jun 25, 2021, 8:35 PM IST

ନଭେମ୍ବର 2019ରେ କୋଲକାତାରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ବିରାଟ କୋହଲି । ଅଧିକ ପଢନ୍ତୁ...

Off-form Kohli's Test century drought continues
ବିରାଟ, ବିନା ଅନର୍ଜାତୀୟ ଶତକ-ବିବାଦ

ହାଇଦ୍ରାବାଦ: କ୍ରିକେଟରେ ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କ କଣ ହୋଇପାରେ ସଂଜ୍ଞା ? ଏହି ପ୍ରଶ୍ନର ସରଳ ଓ ସଠିକ୍‌‌ ଉତ୍ତର ହୁଏତ ହୋଇପାରେ ରନ୍‌ । ରନ୍‌ ବିଶ୍ବର ସବୁ ସ୍ଥାନରେ, ସମସ୍ତ ପରିସ୍ଥିତିରେ । ରନ୍‌, ବ୍ୟାଟିଂ ଅନୂକୂଳ ପିଚ୍‌ରେ ଓ ରନ୍‌ ବୋଲିଂ ଅନୂକୁଳ ପିଚ୍‌ରେ । ରନ୍‌, ପ୍ରତିକୂଳ ପରିସ୍ଥିତିରେ, ରନ୍‌ ଯେବେ ଟିମ୍‌ ସବୁଠୁ ଅଧିକ ଆବଶ୍ୟକ କରେ । ଯେଉଁ ରନ୍‌ ଟିମର ବିଜୟରେ ସହାୟକ ହୁଏ ।

ଅଧିକରୁ ଅଧିକ ରନ୍‌ ଶତକ ଆଡକୁ ନେଇଯାଏ, ଶତକ ସଂଖ୍ୟା ବଢାଇବାରେ ଭିଟାମିନ ସାବ୍ୟସ୍ତ ହୁଏ, ଅଧିକ କିର୍ତ୍ତୀମାନ ଯୋଡିହୁଏ ଆଉ ଏହି ସବୁ କିର୍ତ୍ତୀମାନ ଜଣେ ଖେଳାଳିଙ୍କୁ ମହାନତମ ବନାଏ ।

ବର୍ତ୍ତମାନର ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ମଡର୍ଣ୍ଣ ଡେ କ୍ରିକେଟର ମହାନ ଖେଳାଳି ବୋଲି କୁହାଯାଉଛି । ଦିନିକିଆ କ୍ରିକେଟରେ, ଅତୁଲ୍ୟ ବିରାଟ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ 49 ଶତକ ଠାରୁ ମାତ୍ର 6ଟି ଶତକ ଦୂରରେ ରହିଛନ୍ତି । ବର୍ତ୍ତମାନ କ୍ରିକେଟର ତିନୋଟି ଫର୍ମାଟରେ ବିରାଟଙ୍କ ଆଭରେଜ 50ରୁ ଉର୍ଦ୍ଧ୍ବ ରହିଛି, ଯାହାକି ଏକ ସୁନ୍ଦର ଓ ସଫଳ ପରିସଂଖ୍ୟାନ । ମାତ୍ର ମହାନତମର ଉପାଧୀ ସହିତ ସ୍ବାଭାବିକ ଭାବେ ଫ୍ୟାନ୍ସଙ୍କ ଠାରୁ ଓ ବିଶ୍ବର ପ୍ରଦର୍ଶନ ଆଶା, ଅପେକ୍ଷା ଢେର ଅଧିକ ରହିଥାଏ । ଏମିତିରେ ବି ବିରାଟ ତାଙ୍କ ଖେଳକୁ ଏତେ ଉଚ୍ଚ ସ୍ତରକୁ ନେଇଯାଇଛନ୍ତି ଯେ, ପ୍ରତିଥର ଯେତେବେଳ ସେ ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାନ୍ତି ଏକ ନିଶ୍ଚିନ୍ତ ଶତକ ଆଶା ରଖନ୍ତି ଫ୍ୟାନ୍ସ ।

ତେବେ ବିରାଟଙ୍କ ପରବର୍ତ୍ତୀ ଅନ୍ତର୍ଜାତୀୟ ଶତକର ଲମ୍ବା ଅପେକ୍ଷା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନଭେମ୍ବର 2019ରେ କୋଲକାତାରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ବିରାଟ କୋହଲି ।

ନିଜର ପ୍ରଭାବୀ ପ୍ରଦର୍ଶନ ଦ୍ବାରା ବିରାଟ ସର୍ବଦା ସାମ୍ନାରେ ରହି ପ୍ରତିନିଧିତ୍ବ କରିବା ଆଶା ରହିଥାଏ । ମାତ୍ର ବିନା ଶତକରେ ବିରାଟ 46ଟି ଅନ୍ତର୍ଜାତୀୟ ଇଂନିସ ଖେଳିସାରିଛନ୍ତି, ଯାହା କି ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଅର୍ଦ୍ଧଶତକକୁ ଶତକରେ ପରିଣତ କରିବା ଯେଉଁଥିରେ ବିରାଟ ଧୁରନ୍ଦର, ଯେଉଁ କୌଶଳ ବିରାଟଙ୍କୁ କ୍ରିକେଟର ମହାରଥୀ ବନାଇଛି, ଯେଉଁଥିପାଇଁ ସେ ଜଣାଯା'ନ୍ତି, ସେ ସବୁ ଉପରେ ଏବେ ବିରାଟ ପ୍ରଶ୍ନବାଚୀ । ନଭେମ୍ବର 2019ରୁ ବିରାଟଙ୍କ ବ୍ୟାଟ୍‌ରୁ ଶତକୀୟ ଇଂନିସ ଦେଖିନାହାନ୍ତି ଫ୍ୟାନ୍ସ । ଏହା ନୁହେଁ ଯେ ଏହି ଲମ୍ବା ସମୟ ମଧ୍ୟରେ ବିରାଟ ରନ ସଂଗ୍ରହ କରିନାହାନ୍ତି । 17ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି, ମାତ୍ର ଗୋଟିଏ କୁ ବି ଶତକରେ ପରିଣତ କରିବାକୁ ସଫଳ ହୋଇନାହାନ୍ତି ।

ଏହା ମଧ୍ୟ ବାସ୍ତବ ଯେ, ଅଧିନାୟକ ଭାବେ ବିରାଟ ଏବେବି ପ୍ରଥମ ଆଇସିସି ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛନ୍ତି ।

ନଭେମ୍ବର 2019 ଠାରୁ(ଶେଷ ଅନ୍ତର୍ଜାତୀୟ ଶତକ), ଭାରତୀୟ କ୍ୟାପଟେନ 46ଟି ଅନ୍ତର୍ଜାତୀୟ ଇଂନିସ ଖେଳିଛନ୍ତି ଓ 42.57 ଆଭରେଜ, 86ରୁ ଅଧିକ ଷ୍ଟ୍ରାଇକରେଟ ସହ 1703 ରନ୍‌ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ 345 ଟେଷ୍ଟ ରନ୍‌, 649 ଦିନିକିଆ ଓ 709 ଅନ୍ତର୍ଜାତୀୟ ଟି20 ରନ ରହିଛି । ନଭେମ୍ବର 2019 ଠାରୁ ଏଯାବତ ବିରାଟ 38ଟି ଛକା ଲଗାଇଛନ୍ତି । ଏହି ସଂଖ୍ୟା ଓ ପରିସଂଖ୍ୟାନରେ ଅଧିକାଂଶ ବ୍ୟାଟ୍ସମ୍ୟାନ ଖୁସି ହେବେ, ମାତ୍ର ବିରାଟଙ୍କ ସ୍ଥିତିରେ ବିପରିତ । ନିଜର ପ୍ରଦର୍ଶନ ମାତ୍ରାର ମାନଦଣ୍ଡ ଓ ଯେଉଁ ସ୍ତର ସେ ସ୍ଥିର କରିଛନ୍ତି, ତାହା ହିଁ ତାଙ୍କପାଇଁ ଅଡୁଆ ହୋଇଛି । ବିରାଟଙ୍କ ପରି ବ୍ୟାଟ୍ସମ୍ୟାନ ବିନା କୌଣସି ଶତକରେ 46ଟି ଇଂନିସ ଖେଳିବା ଅନେକଙ୍କ ପାଇଁ ଗ୍ରହଣୀୟ ହୋଇପାରୁନାହିଁ ।

ଶେଷ ଅନ୍ତର୍ଜାତୀୟ ଶତକ ଠାରୁ ତାଙ୍କର ଟେଷ୍ଟ ରେକର୍ଡ ମିଟର ମଧ୍ୟ ତଳେ ରହିଛି । ନଭେମ୍ବର 2019 ଠାରୁ ସେ ଖେଳିଛନ୍ତି 14ଟି ଟେଷ୍ଟ ଇଂନିସ ଓ 24.64 ଆଭରେଜରେ ସଂଗ୍ରହ କରିଛନ୍ତି ମାତ୍ର 345 ରନ୍‌ । ଶେଷ ଶତକ ଠାରୁ ଟେଷ୍ଟରେ ବିରାଟଙ୍କ ସର୍ବାଧିକ ସ୍କୋର ରହିଛି 74, ଯାହାକି ସେ ଡିସେମ୍ବର 2020ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଖେଳିଥିଲେ । ପଡିଆର ଜମି ସାରିଥିବା ବିରାଟ ଚତ୍ରୁପାର୍ଶ୍ବକୁ ଚମତ୍କାର ସଟ୍‌ମାନ ଖେଳି ଶତକ ଆଡକୁ ଅଗ୍ରସର ହେଉଥିଲେ । ସବୁକିଛି ଠିକ୍‌ଠାକ୍‌ ଥିଲା, କଙ୍ଗାରୁ ବୋଲର ଏକପ୍ରକାର ନିସ୍ପ୍ରଭ ହୋଇସାରିଥିଲେ । ମାତ୍ର ଏକ ଦ୍ରୁତ ରନ ଚୋରାଇନେବା ଚକରରେ ନନ୍‌ ଷ୍ଟ୍ରାଇକ ପାର୍ଟନରଙ୍କ ଏକ ଭୁଲ କଲ୍‌କୁ ଗ୍ରହଣ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇ ଫେରିଥିଲେ ।

ସେହିପରି କୋହଲିଙ୍କ ଶେଷ ଦିନିକିଆ ଶତକ ଅଗଷ୍ଟ 14, 2019ରେ ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସିଥିଲା । 114 ରନ୍‌ର ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ ବିରାଟ । ଏହାପର ଠାରୁ 15ଟି ଦିନିକିଆ ଇଂନିସ ଖେଳିଥିଲେ ମଧ୍ୟ ଶତକଶୂନ୍ୟ ରହିଛନ୍ତି । ତେବେ ଏହି ସମୟ ମଧ୍ୟରା ତାଙ୍କର ଦିନିକିଆ ଆଭରେଜ ଭଲ ଅପେକ୍ଷାକୃତ ଭଲ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁ ଓ ସିଡନୀରେ ଦୁଇଥର ଶତକର ନିକଟତର ହୋଇଥିଲେ ମଧ୍ୟ 89 ରନରେ ପାଭିଲିୟନ ଫେରିଛନ୍ତି ।

ସେହିପରି ଟି20ରେ ନଭେମ୍ବର 2019(ଶେଷ ଅନ୍ତର୍ଜାତୀୟ ଶତକ) ଠାରୁ ଅପରାଜିତ 94 ରନ ତାଙ୍କର ସର୍ବାଧିକ ସ୍କୋର ରହିଛି । ଡିସେମ୍ବର 2019ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ହାଇଦ୍ରାବାଦରେ ଏହି ଇଂନିସ ଖେଳିଥିଲେ ବିରାଟ ।

ତେବେ ବିରାଟଙ୍କ ଶତକ ମରୁଡିରୁ ନେଇ ଘନଉଥିବା ବିବାଦ ଯଥାର୍ଥ କି ନୁହେଁ, ତାଙ୍କ ସମକକ୍ଷ ବ୍ୟାଟ୍ସମ୍ୟାନଙ୍କ ତୁଳନା ଓ ରେକର୍ଡ ଉପରେ ନଜର ପକାଇଲେ ସ୍ପଷ୍ଟ ହେବ ନିଶ୍ଚୟ ।

ନଜର ପକାନ୍ତୁ ବିରାଟଙ୍କ ସହ କିଛି ଖେଳାଳିଙ୍କ ତୁଳନା ଉପରେ...ଯେଉଁମାନେ ସେମାନଙ୍କ ଟିମର କ୍ୟାପଟେନ ମଧ୍ୟ ରହିଛନ୍ତି ।

କେନ ୱିଲିୟମସନ: 30 ବର୍ଷୀୟ -ଅନ୍ତର୍ଜାତୀୟ ଡେବ୍ୟୁ ଅଗଷ୍ଟ 2020

କେନ ୱିଲିୟମସନ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମର କ୍ୟାପଟେନ ରହିଛନ୍ତି । ତାଙ୍କ ନେତୃତ୍ବରେ କିୱି ଟିମ ବିରାଟଙ୍କ ଟିମକୁ ହରାଇ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଟାଇଟେଲ ବିଜେତା ହୋଇଛି ।

ୱିଲିୟମସନ ମଧ୍ୟ 23ଟି ଇଂନିସରେ ଅନ୍ତର୍ଜାତୀୟ ଶତକ ଶୂନ୍ୟ ରହିଥିଲେ । ଏହା କୌତୁହଳର କଥା ଯେ ଏହା ତାଙ୍କ କ୍ୟାରିୟରରେ ଦୁଇଥର ଘଟିସାରିଲାଣି । ଜୁନ 30, 2012ରୁ ନଭେମ୍ବର 19, 2012ରେ ପ୍ରଥମ ଥର ଓ ଦ୍ବିତୀୟ ଥର ଡିସେମ୍ବର 31, 2015ରୁ ଅଗଷ୍ଟ 3, 2016 । ପ୍ରଥମ 23ଟି ଇଂନିସରେ 19.21 ଆଭରେଜ ଓ ଦ୍ବିତୀୟ 23 ଇଂନିସରେ 43.80 ଆଭରେଜ ରହିଥିଲା ।

ଜୋ ରୁଟ୍‌- 30 ବର୍ଷୀୟ ଅନ୍ତର୍ଜାତୀୟ ଡେବ୍ୟୁ- ଡିସେମ୍ବର 2012

ଏହି ଚର୍ଚ୍ଚାରେ ତୁଳନା ପାଇଁ ଦ୍ବିତୀୟ ଖେଳାଳି ରହିଛନ୍ତି ଜୋ ରୁଟ୍‌ । ରୁଟ୍‌ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ । ଡିସେମ୍ବର 2012ରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।

ଅଗଷ୍ଟ 1, 2013 ରୁ ମାର୍ଚ୍ଚ 2, 2014 ମଧ୍ୟରେ କ୍ୟାରିୟରରେ 28 ଇଂନିସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶତକ ଶୂନ୍ୟ ରହିଥିଲେ ରୁଟ୍‌ । 28ଟି ଇଂନିସରେ ରୁଟ୍‌ଙ୍କ ଆଭରେଜ ରହିଥିଲା 25.75 । ତେବେ ଏହା ତାଙ୍କର କ୍ୟାରିୟରର ପ୍ରାରମ୍ଭିକ ସମୟ ଥିଲା ।

ଷ୍ଟିଭ ସ୍ମିଥ 32 ବର୍ଷୀୟ- ଅନ୍ତର୍ଜାତୀୟ ଡେବ୍ୟୁ- ଫ୍ରେବୃଆରୀ 2010

ଏହି ଚର୍ଚ୍ଚାରେ ତୃତୀୟ ଖେଳାଳି ଯାହାଙ୍କ ସହ ତୁଳନା କରାଯାଇପାରେ, ସେ ହେଉଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟିଂ ଷ୍ଟାର ଷ୍ଟିଭ ସ୍ମିଥ ।

ଫେବ୍ରୁଆରୀ 5, 2010ରୁ ଅଗଷ୍ଟ 9, 2013 ପର୍ଯ୍ୟନ୍ତ 59 ଇଂନିସ ପର୍ଯ୍ୟନ୍ତ ସ୍ମିଥ ଅନ୍ତର୍ଜାତୀୟ ଶତକ ଶୂନ୍ୟ ରହିଥିଲେ । ଏହା ତାଙ୍କର କ୍ୟାରିୟର ପ୍ରାରମ୍ଭିକ ସମୟ ଥିଲା । ଲେଗସ୍ପିନର ଭାବେ କ୍ୟାରିୟର ଆରମ୍ଭ କରିଥିବା ସ୍ମିଥ 8 ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ । 2010ରୁ 2011 ମଧ୍ୟରେ ମାତ୍ର 5ଟି ମ୍ୟାଚ ଖେଳିଥିଲେ । ପରେ 2013ରେ ଦଳକୁ ଫେରିଥିଲେ ଓ 2015ରେ ଅଷ୍ଟ୍ରେଲିଆର କ୍ୟାପଟେନ ନିଯୁକ୍ତ ହୋଇଥିଲେ । ତେବେ ପରବର୍ତ୍ତୀ 5 ବର୍ଷ ମଧ୍ୟରେ ସେ ନିଜକୁ ବିଶ୍ବର ନମ୍ବର ୱାନ ଟେଷ୍ଟ ବ୍ୟାଟ୍ସମ୍ୟାନ(ସେହିସମୟରେ) କରିପାରିଥିଲେ । ବିନା ଶତକରେ ଖେଳିଥିବା 59 ଇଂନିସରେ ସ୍ମିଥଙ୍କ ଆଭରେଜ ଥିଲା 23.30 ।

ତେବେ ବିରାଟଙ୍କ ସଫଳତମ କ୍ୟାରିୟର ରହିଛି । 2008 ଅଗଷ୍ଟରେ ଅନ୍ତର୍ଜାତୀୟ ଡେବ୍ୟୁ ପରେ ବିରାଟ ଏଯାବତ 22,875 ଅନ୍ତର୍ଜାତୀୟ ରନ ସଂଗ୍ରହ କରିସାରିଛନ୍ତି । ରୁଟ୍‌ 15,569 ଅନ୍ତର୍ଜାତୀୟ ରନ୍‌, ୱିଲିୟମସନ 15,208 ଅନ୍ତର୍ଜାତୀୟ ରନ୍‌ ଓ ସ୍ମିଥଙ୍କ ନାମରେ ବର୍ତ୍ତମାନ ପର୍ଯ୍ୟନ୍ତ 12,712 ଅନ୍ତର୍ଜାତୀୟ ରନ୍‌ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2021, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.