ETV Bharat / sports

Ranji Trophy Cricket Tournament: ରବିବାର ଘୋଷଣା ହେବ ଓଡିଶା ରଣଜୀ ଟିମ

author img

By

Published : Feb 5, 2022, 4:58 PM IST

ଚଳିତ ରଣଜୀ ସିଜିନ ପାଇଁ ଆସନ୍ତାକାଲି (ରବିବାର) ଦଳ ଘୋଷଣା କରିବ ଓଡିଶା କ୍ରିକେଟ ସଙ୍ଘ। ଟିମ ଚୟନ ପୂର୍ବରୁ 28 ଜଣ ସିନିୟର ଖେଳାଳିଙ୍କୁ ନେଇ ନେଟ ପ୍ରାଟିସ ଆରମ୍ଭ କରିଛି ଓଡିଶା। ଅଧିକ ପଢନ୍ତୁ

Ranji Trophy Cricket Tournament: ରବିବାର ଘୋଷଣା ହେବ ଓଡିଶା ରଣଜୀ ଟିମ
Ranji Trophy Cricket Tournament: ରବିବାର ଘୋଷଣା ହେବ ଓଡିଶା ରଣଜୀ ଟିମ

କଟକ: ଆସନ୍ତା 10 ତାରିଖରୁ ଆରମ୍ଭ ହେବ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି । ଚଳିତ ରଣଜୀ ସିଜିନ ପାଇଁ ଆସନ୍ତାକାଲି (ରବିବାର) ଦଳ ଘୋଷଣା କରିବ ଓଡିଶା କ୍ରିକେଟ ସଙ୍ଘ। ଏନେଇ ଅଙ୍କକଷା ଆରମ୍ଭ କରି ଦେଇଛି OCA । ତେବେ ଟିମ ଚୟନ ପୂର୍ବରୁ 28 ଜଣ ସିନିୟର ଖେଳାଳିଙ୍କୁ ନେଇ ନେଟ ପ୍ରାଟିସ ଆରମ୍ଭ କରିଛି ଓଡିଶା। ଦଳ ଦୀର୍ଘ ଦିନ ପରେ ରେଡ଼ ବଲରେ ଖେଳିବ । ତେଣୁ ଏହାକୁ ନଜରରେ ରଖି ଏକ ମଜଭୁତ ଦଳ ଗଠନ କରିବାକୁ ଲକ୍ଷ୍ୟ ରଖିଛି ଓସିଏ ।

BCCIର ଚୂଡାନ୍ତ ଖେଳ ସୂଚିରେ ଗ୍ରୁପ ଡିରେ ରହିଛି ଓଡିଶା। ଯେଉଁଥିରେ ମୁମ୍ବାଇ, ସୌରାଷ୍ଟ୍ର ଓ ଗୋଆ ଭଳି ଶକ୍ତିଶାଳୀ ଟିମ ରହିଛନ୍ତି। ତେଣୁ ଏହି 3 ଟିମକୁ ଟ୍ରାକ କରିବା ପାଇଁ ଦଳରେ ଉଭୟ ଅଭିଜ୍ଞ ଓ ନୂଆ ମୁଁହକୁ ସ୍ଥାନ ଦେବା ଲକ୍ଷ୍ୟରେ ରହିଛି ଓସିଏ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.