ETV Bharat / sports

INDvsSL: କୋହଲିଙ୍କ 73ତମ ଶତକ, ଶ୍ରୀଲଙ୍କା ଆଗରେ ୩୭୪ ରନର ଟାର୍ଗେଟ

author img

By

Published : Jan 10, 2023, 5:19 PM IST

Updated : Jan 10, 2023, 5:52 PM IST

ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ । ବିରାଟ କୋହଲି ବିସ୍ଫୋରକ ଶତକୀୟ ଇନିଂସ ଖେଳିଥବା ବେଳେ ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଅଧିକ ପଢନ୍ତୁ

ବିରାଟ କୋହଲି
ବିରାଟ କୋହଲି

ଗୌହାଟୀ : ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ । ଆଜି (ମଙ୍ଗଳବାର) ଗୌହାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଛି । ବିରାଟ କୋହଲି ବିସ୍ଫୋରକ ଶତକୀୟ ଇନିଂସ ଖେଳିଥବା ବେଳେ ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଶତକୀୟ ଇନିଂସ ଖେଳି ୨୦୨୩ ବର୍ଷ ଆରମ୍ଭ କଲେ ଚେଜ୍ ମାଷ୍ଟର ବିରାଟ କୋହିଲ । ଗୌହାଟୀରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ କିଙ୍ଗ କୋହଲିଙ୍କ ସୁପର ସୋ ଦେଖିବାକୁ ମିଳିଥିଲା । ଦମଦାର ଷ୍ଟାଇଲରେ ବିରାଟ ମଇଦାନକୁ ଓହ୍ଲାଇ ଖେଳିଥିଲେ ଶତକୀୟ ପାଳି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ମଇଦାନକୁ ଓହ୍ଲାଇଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି ଧୂଆଁଧାର ପାଳି ଖେଳିଥିଲେ । ପ୍ରଥମ ୱିକେଟ ବେଳକୁ ଭାରତର ସ୍କୋର ବୋର୍ଡ ୧୪୩ ରହିଥିଲା । ପ୍ରଥମେ ଯୁବ ବ୍ୟାଟର ଶୁଭମନ ଗିଲ ୬୦ ବଲରୁ ୭୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି LBW ଆଉଟ ହୋଇଥିଲେ । ସେପଟେ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିବା ଲକ୍ଷ୍ୟରେ ନିଜର ଦମଦାର ବ୍ୟାଟିଂ ଜାରି ରଖିଥାନ୍ତି । ଦୁର୍ଭାଗ୍ୟବଶତଃ ଦିଲସନ ମଧୁଶଙ୍କାଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ ହିଟ୍ ମ୍ୟାନ । ସେ ୬୭ ବଲରୁ ୯ ଟି ଚୌକା ଏବଂ ୩ ଟି ଛକା ବଳରେ ୮୩ ରନର ବିସ୍ଫୋରକ ପାଳି ଖେଳିଥିଲେ ।

ତୃତୀୟ ବ୍ୟାଟିଂ ଅର୍ଡରରେ ମଇଦାନକୁ ଆସିଥିଲେ କିଙ୍ଗ କୋହଲି । କ୍ରିଜରେ ନିଜର ଆଧିପତ୍ୟ ବିସ୍ତାର କରି ଶ୍ରୀଲଙ୍କା ବୋଲରଙ୍କୁ ଧୁଲାଇ କରିଥିଲେ । ଦୃଢ ବ୍ୟାଟିଂ ଜାରି ରଖି ପ୍ରଥମେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ସେ ୮୦ ବଲରୁ ଶତକ ହାସଲ କରିଥଲେ । ୮୭ ବଲରୁ ୧୨ ଚୌକା ଏବଂ ଗୋଟିଏ ଛକା ସହାୟତାରେ ସେ ୧୧୩ ରନର ଇନିଂସ ଖେଳି ଆଉଟ ହୋଇଥିଲେ ବିରାଟ । ସେହିପରି ଲୋକେଶ ରାହୁଲ ୨୯ ବଲରୁ ୪ ଟି ଚୌକା ଓ ଗୋଟିଏ ଛକା ସହିତ ୩୯ ରନର ପାଳି ଖେଳିଥିଲେ । ଶ୍ରେୟାସ ଆୟାର ୨୪ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୮ ରନ କରିଥିଲେ । ଷ୍ଟାର ଅଲରାଉଣ୍ଡର ପାଣ୍ଡ୍ୟା ୧୪ ରନ, ଅକ୍ଷର ପଟେଲ ୯ ରନ କରିଥିଲେ । ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି କ୍ରମଶଃ ୭ ଓ ୪ ରନ କରି ଅପରାଜିତ ରହିଥିଲେ । ସେପଟେ ଭ୍ରମଣକାରୀ ଶ୍ରୀଲଙ୍କା ୩୭୪ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated : Jan 10, 2023, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.