କଟକ: IPL ରେ ପୁଣି ଚମକିଲେ ଓଡ଼ିଆ । ବିପ୍ଳବ ସାମନ୍ତରାୟଙ୍କ ପରେ ଓଡିଶା କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ 15ତମ ସଂସ୍କରଣରେ ସ୍ଥାନ ମିଳିଛି । ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆ ପ୍ରିମିୟର ଲିଗ(IPL 2022 Auction) ନିଲାମୀ ପ୍ରକ୍ରିୟାର ଶେଷ ଦିନରେ ଶୁଭ୍ରାଂଶୁଙ୍କୁ 20 ଲକ୍ଷରେ କିଣିଛି ଗତ ଚାମ୍ପିଅନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ।
ଏନେଇ ଖବର ପ୍ରସାରଣ ହେବା ପରେ ରାଜ୍ୟ ସମେତ ଓଡି଼ଶା କ୍ରିକେଟ ସଙ୍ଘରେ ଖୁସିର ଲହର ଖେଳିଯାଇଛି । ତେବେ ଶୁଭ୍ରାଂଶୁ ବର୍ତ୍ତମାନ ଓଡି଼ଶା ରଣଜୀ ଟିମର ଅଧିନାୟକ ରହିଛନ୍ତି । ପୂର୍ବରୁ ଆଇପିଏଲ ନିଲାମ ପ୍ରକ୍ରିୟାରେ ଶୁଭ୍ରାଂଶୁଙ୍କ ନାମ ଆସୁଥିଲେ ସୁଦ୍ଧା କୌଣସି ଫ୍ରାଞ୍ଚଇଜ ତାଙ୍କ ପ୍ରତି ଦୃଷ୍ଟି ଦେଉ ନଥିଲେ । ମାତ୍ର ଚଳିତବର୍ଷ ଶୁଭ୍ରାଂଶୁଙ୍କ ଉପରେ ଆଶା ପ୍ରକଟ କରିଛି ସୁପର କିଙ୍ଗ୍ସ । ଅନ୍ୟପଟେ ଶୁଭ୍ରାଂଶୁ IPL ରେ ସାମିଲ ପରେ ଓଡ଼ିଶା କ୍ରିକେଟ ସଙ୍ଘ BCCI ଙ୍କୁ ଧନ୍ୟବାଦ ଜଣାଇଛି ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ