ETV Bharat / sports

ସଜେଇ ହେଉଛି ବାରବାଟୀ, ଆକର୍ଷଣ ହେବ ଟି-20 ମୁକାବିଲା - ସଜେଇ ହେଉଛି ବାରବାଟୀ

ବାରବାଟୀରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରସ୍ତୁତ ହେଲା OCA । ନବୀକରଣ କାର୍ଯ୍ୟ ସାଙ୍ଗକୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି । ଅଧିକ ପଢନ୍ତୁ

ବାରବାଟୀରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରସ୍ତୁତ ହେଲା OCA !

author img

By

Published : May 19, 2022, 12:51 PM IST

କଟକ: ବାରବାଟୀର ନବକଳେବର ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଆସନ୍ତା ଜୁନ୍ ୧୨ତାରିଖରେ ବାରବାଟୀ ଭାରତ ଦକ୍ଷିଣ ଆଫ୍ରିକା ଟି-20 ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁ ଥିବାବେଳେ ଷ୍ଟାଡ଼ିୟମରେ ସମସ୍ତ ପ୍ରସ୍ତୁତି ଆଗେଇ ଆଗେଇ ଚାଲିଛି । ତେବେ ବହୁ ଆଗରୁ ପଡିଆର ଆଉଟ ଫିଲ୍ଡ ଓ ଫ୍ଲଡ ଲାଇଟ କାମକୁ ଶେଷ କରାଯାଇ ଥିବାବେଳେ ଏବେ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସଜେଇ ହେଉଛି ବାରବାଟୀ, ଆକର୍ଷଣ ହେବ ଟି-20 ମୁକାବିଲା

ବାରବାଟୀର ନବକଳେବର ଦାୟିତ୍ବ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ । ମ୍ୟାଚକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବାରବାଟୀ ଷ୍ଟାଡିୟମର ରୂପରେଖ ବଦଳାଇବା ପାଇଁ ଲାଗି ପଡ଼ିଛି ଓସିଏ । ଷ୍ଟାଡିୟମର ନବକଳେବର ପରେ ଏହାର ଭିତର ଓ ବାହାର ପଟର ନୂତନତ୍ବ ଦର୍ଶକଙ୍କୁ ଢେର ଆକର୍ଷିତ କରିବ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି କାର୍ଯ୍ୟ । କାମ ଶେଷ ହେବା ପରେ ସୁନ୍ଦର ଦେଖାଯିବ ବାରବାଟୀ ଷ୍ଟାଡିୟମର ମୁଖ୍ୟ ପ୍ରବେଶ ପଥ ।

ଏହି ନବକଳେବର ଦାୟିତ୍ବ ନେଇଛି ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ତିଆରି କରିଥିବା ସଂସ୍ଥା । ଅନ୍ୟପଟେ ପ୍ରାୟ ଦୁଇ ବର୍ଷ ଧରି ବାରବାଟୀ ଷ୍ଟାଡିୟମର ନବିକରଣ କାର୍ଯ୍ୟ ଜାରିରହିଛି । ପ୍ରଥମେ ଷ୍ଟାଡିୟମ ଗ୍ରାଉଣ୍ଡକୁ ସ୍ୟାଣ୍ଡ ବେସଡ୍ କରାଯାଇଥିଲା । ଏହା ପରେ ଷ୍ଟାଡିୟମରେ ଲାଗିଥିବା 20 ବର୍ଷ ତଳର ପୁରୁଣା ଲାଇଟକୁ ବଦଳାଇ ସେହି ସ୍ଥାନରେ ଅତ୍ୟାଧୁନିକ ଧଳା ଏଲିଡି ଲାଇଟ ଗୁଡିକୁ ଲଗାଯାଇଛି । ସମଗ୍ର ଷ୍ଟାଡ଼ିୟମର ଏହି ନବକଳେବର କାମ କିଛି ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ଶେଷ ହେବାକୁ ଲକ୍ଷ୍ୟ ଥିବାବେଳେ ଅବଶିଷ୍ଟ କାର୍ଯ୍ୟକୁ ସେହି ମ୍ୟାଚ ଶେଷ ହେବା ପରେ ପୁଣି ଥରେ ଆରମ୍ଭ କରି ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।

ଏହି ନବୀକରଣ ପରେ ବିଶ୍ବର ଅନ୍ୟ ଷ୍ଟାଡିୟମ ଗୁଡ଼ିକ ଭଳି ବାରବାଟୀ ଷ୍ଟାଡିୟମରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ । ଏଥିରେ ସୁରକ୍ଷା ପ୍ରତି ସବୁଠାରୁ ଅଧିକ ଧ୍ୟାନ ଦିଆଯିବ । ଖାସ କରି ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.