ETV Bharat / sports

Ranji Trophy: ଓଡିଶା ରଣଜୀ ଟିମ ଘୋଷଣା, ଶୁଭ୍ରାଂଶୁ ସେନାପତି ଅଧିନାୟକ - ଓଡିଶା ରଣଜୀ ଟିମ ଘୋଷଣା

ଘୋଷଣା ହୋଇଛି ଓଡିଶା ରଣଜୀ ଟିମ । 20 ଜଣିଆ ଓଡିଶା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ(OCA)। ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ଅଧିନାୟକ ଭାର । ଅଧିକ ପଢନ୍ତୁ

OCA announced 20 member squad for Ranji season 2021-22
Ranji Trophy: ଓଡିଶା ରଣଜୀ ଟିମ ଘୋଷଣା, ଶୁଭ୍ରାଂଶୁ ସେନାପତି ଅଧିନାୟକ
author img

By

Published : Feb 6, 2022, 3:19 PM IST

Updated : Feb 6, 2022, 3:56 PM IST

କଟକ: ଘୋଷଣା ହୋଇଛି ଓଡିଶା ରଣଜୀ ଟିମ । 20 ଜଣିଆ ଓଡିଶା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ(OCA)। ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ଅଧିନାୟକ ଭାର । ଦଳରେ ରହିଛନ୍ତି ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି। ରଣଜୀ ଟ୍ରଫି ୨୦୨୧-୨୨ ସିଜିନର ଟୁର୍ନାମେଣ୍ଟରେ ଶକ୍ତିଶାଳୀ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ଟିମ ସହିତ ଗ୍ରୁପ୍‌ ଡି'ରେ ରହିଛି ଓଡିଶ । ପ୍ରତି ଗ୍ରୁପ ଗୋଟିଏ ଟିମ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବାକୁ ଥିବାବେଳେ ଓଡିଶା ପାଇଁ ଏହା ଆହ୍ବାନପୂର୍ଣ୍ଣ ସହ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅବସର ରହିବ ।

Ranji Trophy: ଓଡିଶା ରଣଜୀ ଟିମ ଘୋଷଣା, ଶୁଭ୍ରାଂଶୁ ସେନାପତି ଅଧିନାୟକ

ଏହାମଧ୍ୟ ପଢନ୍ତୁ: ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

ବିଜୟ ହଜାରେ ଟ୍ରଫିରେ ଓଡିଶା ବେଶ ଭଲ ପଦର୍ଶନ କରିଥିଲା । ଦୁଇ ବର୍ଷ ପରେ ରଣଜୀ ସିଜିନ ଫେରିଛି। ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ଓଡିଶା ଟିମର ମୁଖ୍ୟ କୋଚ୍ ଥିବାରୁ ଏହି ସିଜିନରେ ଟିମ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛନ୍ଚି ଚୟନକର୍ତ୍ତା । କୋଭିଡ ସମୟରେ ଝାରଖଣ୍ଡ ସହ 4 ଟି ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା ଓଡିଶା। ଘୋଷିତ ରଣଜୀ ସ୍କ୍ବାଡ୍‌ରେ 4ଟି ଓପନର ଦୁଇଜଣ କିପର ରହିଛନ୍ତି । ହଂକଂ ପକ୍ଷରୁ ବିଶ୍ବକପ ଖେଳିଥିବା ଅଂଶୁମାନ ରଥ ପ୍ରଥମ ଥର ପାଇଁ ଓଡିଶା ଟିମ ପକ୍ଷରୁ ରଣଜୀ ମୈଦାନରେ ନଜର ଆସିବେ।

ତେବେ ବୋଲିଂ ବିଭାଗରେ ଭେଟେରାନ ବସନ୍ତ ମହାନ୍ତି ମଧ୍ୟ ଦଳରେ ରହିଛନ୍ତି । 2019 -20 ରଣଜୀ ସିଜିନରେରେ ବେଙ୍ଗଲଠୁ କ୍ବାର୍ଟରରେ ହାରିଥିଲା ଓଡିଶା। କିନ୍ତୁ ଏଥର ଟିମ ଭଲ ପ୍ରଦର୍ଶନ କରିବା ନେଇ ଆଶାଥିବା କହିଛନ୍ତି ଓସିଏ ଚୟନକର୍ତ୍ତା କମିଟି ମୁଖ୍ୟ ପ୍ରଭଞ୍ଜନ ମଲ୍ଲିକ।

ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ଓଡିଶା ସ୍କ୍ବାଡ୍‌: ଶୁଭ୍ରାଂଶୁ ସେନାପତି(କ୍ୟାପଟେନ୍‌), ଅନୁରାଗ ଷଡଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା(ୱିକେଟ କିପର), ଜୟନ୍ତ ବେହେରା, ପପ୍ପୁ ରୟ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରାଣା, ଆଶିଷ ରୟ, ତାରିଣୀ ସା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Feb 6, 2022, 3:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.