ETV Bharat / sports

NZ vs Ban, 2nd Test: ବୋଲ୍ଟଙ୍କ ଘାତକ ବୋଲିଂ, ୧୨୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୨୬ ରନ୍‌ରେ ଅଲଆଉଟ୍‌ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ୩୯୫ ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି । ଘରୋଇ ଟିମ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୫ ୱିକେଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

NZ vs Ban, 2nd Test: Latham, Boult and Southee help hosts dominate
NZ vs Ban, 2nd Test: ବୋଲ୍ଟଙ୍କ ଘାତକ ବୋଲିଂ, ୧୨୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ
author img

By

Published : Jan 10, 2022, 9:34 PM IST

ଖ୍ରୀଷ୍ଟଚର୍ଚ୍ଚ: କ୍ୟାପଟେନ ଟମ ଲାଥମଙ୍କ ମାରାଥନ ୨୫୨ ରନ୍‌ରେ ଇଂନିସ ଓ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୨୬ ରନ୍‌ର ଅଲଆଉଟ୍‌ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ୩୯୫ ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି । ଘରୋଇ ଟିମ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୫ ୱିକେଟ ହାସଲ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: କେପ୍‌ ଟାଉନ୍‌ରେ କ୍ୟାପଟେନ କୋହଲିଙ୍କ ଉପରେ ନଜର, ଐତିହାସିକ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

୫୨୧ ରନ୍‌ ପଛରେ ଥିବା ବାଂଲାଦେଶ ଘୋର ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । ଦଳୀୟ ସ୍କୋର ମାତ୍ର ୨୭ ଥିବାବେଳେ ଅଧାଖେଳାଳି ଆଉଟ୍‌ ହୋଇ ପାଭିଲିଅନ ଫେରିଯାଇଥିଲେ । ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ ଓ ଟିମ ସାଉଦୀ ୨ଟି ଶୀକାର କରି ଭ୍ରମଣକାରୀ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଏହାପରେ ୟାସିର ଅଲି ଓ ନାରୁଲ ହସନ ଷଷ୍ଠ ୱିକେଟ ଯୋଡିରେ ୬୦ ରନ୍‌ ଯୋଡିଥିଲେ । ମାତ୍ର ୪୧ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ହସନଙ୍କୁ ଟିମ ସାଉଦୀ ଆଉଟ୍‌ କରିବା ସହ ଭାଗିଦାରୀ ଭାଙ୍ଗିଥିଲେ । ଫଳରେ ବାଂଲାଦେଶ ୮୬/୬ରେ ପହଞ୍ଚିଥିଲା ।

ମେହେଦୀ ହସନ ପରେ ୟାସିର ଅଲୀ ମିଶି ସପ୍ତମ ୱିକେଟ ଯୋଡିରେ ୨୨ ରନ୍‌ ଯୋଡିଥିଲେ । ତେବେ ଏହାପରେ ଟସକିନ ଅହମ୍ମଦଙ୍କୁ ଜେମିଏସନ ଆଉଟ୍‌ କରିବା ପରେ ୫୦ ଓଭର ମଧ୍ୟରେ ଅଲଆଉଟ୍‌ ହୋଇଥିଲା । ଷ୍ଟମ୍ପ୍‌ସ ଅପସାରଣ ପୂର୍ବରୁ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା ୟାସିର ଅଲୀଙ୍କୁ ଶେଷ ୱିକେଟ ଭାବେ ଜେମିଏସନ ଆଉଟ୍‌ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୫୨୧/୬(ଟମ ଲାଥମ, ଡେଭନ କନୱେ ୧୦୯; ସୋରିଫୁଲ ଇସଲାମ ୨-୭୯); ବାଂଲାଦେଶ ୧୨୬ ଅଲଆଉଟ୍‌(ୟାସିର ଅଲୀ ୫୫, ନାରୁଲ ହସନ ୪୧; ଟ୍ରେଣ୍ଟ ବୋଲ୍ଟ ୫-୪୩) ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.