ETV Bharat / sports

Nokia New Logo: 60 ବର୍ଷ ମଧ୍ୟରେ ପ୍ରଥମ ଥର ଲୋଗୋ ବଦଳାଇଲା ନୋକିଆ

ଉନ୍ମୋଚନ ହେଲା ନୋକିଆର ନୂଆ ଲୋଗୋ । 60 ବର୍ଷ ମଧ୍ୟରେ ପ୍ରଥମ କରି ଲୋଗୋ ବଦଳାଇଲା କମ୍ପାନୀ । ଅଧିକ ପଢନ୍ତୁ

author img

By

Published : Feb 28, 2023, 1:17 PM IST

Nokia New Logo
Nokia New Logo

ନୂଆଦିଲ୍ଲୀ: ଗତ 60 ବର୍ଷ ମଧ୍ୟରେ ପ୍ରଥମ କରି ଲୋଗୋ ବଦଳାଇଲା ନୋକିଆ । କମ୍ପାନୀର ଏହି ଲୋଗୋ ପରିବର୍ତ୍ତନ କିଛି ନୂଆ ସଙ୍କେତ ଦେଉଛି । ଆଗକୁ ନୋକିଆ ପୁଣିଥରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିପାରେ ବୋଲି ଅନୁମାନ କରାଯାଉଛି । ନୋକିଆର ନୂତନ ଲୋଗୋରେ ପାଞ୍ଚଟି ଭିନ୍ନ ପ୍ରକାରର ଡିଜାଇନ୍ ଅଛି, ଯାହା ଏକତ୍ର NOKIA ଶବ୍ଦ ତିଆରି କରୁଛି । କଲର୍ ଦୃଷ୍ଟିରୁ ଏଥର ଲୋଗୋ ଖୁବ୍ ଆକର୍ଷଣୀୟ ରହିଛି । ପୂର୍ବରୁ ଏହା କେବଳ ନୀଳ ରଙ୍ଗର ଥିଲା, କିନ୍ତୁ ନୂଆ ଲୋଗୋ ଅନେକ ରଙ୍ଗରେ ଗଠିତ ।

ନିକଟରେ ନୋକିଆ ଲଞ୍ଚ କରିଥିବା ଫୋନ୍

ନିକଟରେ କମ୍ପାନୀ, ନୋକିଆ G22 ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ମୋବାଇଲ୍ ଫୋନର ପଛ କଭର 100% ରିସାଇକ୍ଲିଡ୍(ପୁନଃବ୍ୟବହୃତ) ପ୍ଲାଷ୍ଟିକରୁ ନିର୍ମିତ । ନୋକିଆ G22ର ବ୍ୟାଟେରୀ, ଡିସପ୍ଲେ, ଚାର୍ଜିଂ ପୋର୍ଟକୁ ବ୍ୟବହାରକାରୀ ଘରେ ମଧ୍ୟ ଠିକ୍ କରିପାରିବେ । ଏଥିପାଇଁ କମ୍ପାନୀ ମୋବାଇଲ୍ ଫୋନ୍ ସହିତ ମାଗଣାରେ iFixit କିଟ୍ ଦେଉଛି । ଏହି କିଟ୍ ମାଧ୍ୟମରେ ସ୍ମାର୍ଟଫୋନର ଯେକୌଣସି ପାର୍ଟକୁ ସହଜରେ ପରିବର୍ତ୍ତନ କରିପାରିବେ ।

ନୋକିଆ G22 ରେ 6.52 ଇଞ୍ଚ HD ପ୍ଲସ୍ ଡିସପ୍ଲେ ପାଇପାରିବେ ଯାହା 90hz ରିଫ୍ରେସ୍ ରେଟ୍‌କୁ ସପୋର୍ଟ କରେ । ମୋବାଇଲ୍ ଫୋନ୍ 4GB RAM ଏବଂ 128GB ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ମୂଲ୍ୟ ପ୍ରାୟ 15,500 ଟଙ୍କା । ଫୋନରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ପାଇପାରିବେ, ଯେଉଁଥିରେ 50 ମେଗାପିକ୍ସେଲର ମୁଖ୍ୟ କ୍ୟାମେରା ଥିବାବେଳେ ସାମ୍ନାରେ ସେଲଫି ପାଇଁ 8 ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି । ମୋବାଇଲ୍ ଫୋନ୍ 5000 mAh ବ୍ୟାଟେରୀ କ୍ଷମତା ରହିଛି, ଯାହା 20W ଚାର୍ଜିଂକୁ ସପୋର୍ଟ କରେ ।

ନୋକିଆର ଏହି ଫୋନ୍ ସର୍ବାଧିକ ବିକ୍ରି ହୋଇଥିଲା

କମ୍ପାନୀର Nokia 1100 ମଡେଲ୍ ଦୁନିଆର ସର୍ବୋତ୍ତମ ବିକ୍ରି ହୋଇଥିବା ଫୋନ୍ । ସମଗ୍ର ବିଶ୍ବରେ ଏହି ଫୋନର ପ୍ରାୟ 250 ନିୟୁତ(25 କୋଟି) ୟୁନିଟ୍ ବିକ୍ରି ହୋଇଥିଲା । 2003ରେ Nokia 1100 ଲଞ୍ଚ କରାଯାଇଥିଲା । ଏହାକୁ ଏକ ସରଳ ଏବଂ ସ୍ଥାୟୀ ଉପକରଣ ଭାବରେ ଗ୍ରହଣ କରିଥିଲେ ଗ୍ରାହକ । ମୂଲ୍ୟ ଦୃଷ୍ଟିରୁ, ଦୀର୍ଘ ସମୟ ବ୍ୟାଟେରୀ କ୍ଷମତା ଏବଂ ଉପଭୋକ୍ତା-ଅନୁକୂଳ ଡିଜାଇନ୍ ଯୋଗୁଁ ଏହାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ସେହି ସମୟରେ ଲୋକେ ଫୋନ୍ କହିଲେ ଏକ ପ୍ରକାର ନୋକିଆକୁ ବୁଝୁଥିଲେ । ତେବେ ସ୍ମାର୍ଟଫୋନ୍ ଯୁଗରେ ଏହି ଫୋନ୍‌ର ଚାହିଦା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ନୂଆ ଲୋଗୋ ଉନ୍ମୋଚନ ପରେ ଗ୍ରାହକ କମ୍ପାନୀଠାରୁ କିଛି ନୂଆ ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.