ETV Bharat / sports

T20 ବିଶ୍ବକପ ଦାବିଦାର ଟିମ ଚିତ୍ର ଅସ୍ପଷ୍ଟ: ମୂଲରିଧରନ - ଟି୨୦ ବିଶ୍ବକପ ୨୦୨୧

କୌଣସି ଟିମ୍‌କୁ ନିର୍ଦ୍ଦିଷ୍ଟ ଭାବେ ଟି-୨୦ ବିଶ୍ବକପ ୨୦୨୧ର ଟ୍ରଫି ବିଜେତା ଦାବିଦାର କୁହାଯାଇପାରିବ ନାହିଁ କହିଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ । ଅଧିକ ପଢନ୍ତୁ...

No team is a clear favourite in T20 World Cup: Muralitharan
ଟି-୨୦ ବିଶ୍ବକପର ଦାବିଦାର ଟିମ ଚିତ୍ର ଅସ୍ପଷ୍ଟ: ମୂଲରିଧରନ
author img

By

Published : Oct 15, 2021, 10:50 PM IST

ଦୁବାଇ: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ ୨୦୨୧ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପୂର୍ବତନ ଶ୍ରୀଲଙ୍କା ଅଫ-ସ୍ପିନର ମୁଥୟା ମୂଲରିଧରନଙ୍କ ବଡ ବୟାନ । କୌଣସି ଟିମ୍‌କୁ ନିର୍ଦ୍ଦିଷ୍ଟ ଭାବେ ଟ୍ରଫି ବିଜେତା ଦାବିଦାର କୁହାଯାଇପାରିବ ନାହିଁ, ଯାହାକି ଆଗାମୀ ଟି-୨୦ ବିଶ୍ବକପକୁ ଅଧିକ ରୋମାଞ୍ଚକ କରିବ ।

ଏହା କହିଛନ୍ତି କିମ୍ବଦନ୍ତୀ ସ୍ପିନର ମୂଲରିଧରନ । ଅକ୍ଟୋବର ୧୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ UAE ଓ ଓମାନରେ ଆରମ୍ଭ ହେବାକୁ ଯାଉଛି । ବିଶ୍ବକପରେ ଟୁର୍ଣ୍ଣାମେଣ୍ଟର ପାୱରପ୍ଲେ ଓଭର ଉଭୟ ବ୍ୟାଟିଂ ଓ ବୋଲିଂ ଟିମ ପାଇଁ ନିର୍ଣ୍ଣାୟକ ହେବ । ପ୍ରାୟ ୬୦ରୁ ୭୦ ପ୍ରତିଶତ ମ୍ୟାଚ୍‌ ଫଳାଫଳ ପ୍ରଥମ ୬ ଓଭର ପ୍ରଦର୍ଶନ ଉପରେ ନିର୍ଭର କରିବ କହିଛନ୍ତି ମୂଲରିଧରନ ।

ଶ୍ରୀଲଙ୍କା ଟିମର ଭଲ ପ୍ରଦର୍ଶନ ନେଇ ମଧ୍ୟ ଆଶାବାଦୀ ଅଛନ୍ତି ମୂଲରିଧରନ । ୨୦୧୪ ସଂସ୍କରଣର ଟି-୨୦ ବିଶ୍ବକପ ଚମ୍ପିଆନ ଶ୍ରୀଲଙ୍କାର ପ୍ରଦର୍ଶନ ବିଗତ କିଛି ବର୍ଷ ମଧ୍ୟରେ ଭଲ ରହିନାହିଁ । ଫଳରେ ଟି-୨୦ ବିଶ୍ବକପରେ ରାଉଣ୍ଡ ୧ ମ୍ୟାଚ୍‌ ଖେଳିବ ଓ ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବା ଲକ୍ଷ୍ୟରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.