ETV Bharat / sports

NZ vs BAN T-20 series: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ରେ ଅଲଆଉଟ

author img

By

Published : Sep 1, 2021, 7:17 PM IST

ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିପୁଳ ବିଜୟ ହାସଲ କରିଛି ବାଂଲାଦେଶ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ...

NZ vs BAN T-20 series: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ରେ ଅଲଆଉଟ
NZ vs BAN T-20 series: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ରେ ଅଲଆଉଟ

ଢାକା: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିପୁଳ ବିଜୟ ହାସଲ କରିଛି ବାଂଲାଦେଶ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦଳ ମାତ୍ର ୧୬.୫ ଓଭର ଖେଳି ୬୦ କରିବାକୁ ସକ୍ଷମ ହୋଇପାରିଥିଲା । ନ୍ୟୁଜିଲାଣ୍ଡର ୯ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରିନଥିଲେ । ସେମାନଙ୍କ ମଧ୍ୟରେ ଦୁଇଜଣ ଡକଆଉଟ ହୋଇ ପାଭେଲିୟନ ଫେରିଥିଲେ ।

ବାଂଲାଦେଶର ସମସ୍ତ ବୋଲର ସଠିକ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ । ଯାହାଫଳରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଅଧିକ ସଟ ଖେଳିବାର ମଉକା ପାଇ ପାରିନଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ୱିକେଟକିପର ବ୍ୟାଟସମ୍ୟାନ ଲାଥାମ ଓ ହେନେରି ନିକୋଲାସ ସର୍ବାଧିକ ୧୮ ରନ ଲେଖାଏଁ କରିଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ସର୍ବାଧିକ ୩ଟି ୱକେଟ ନେଇଥିଲେ । ନାସୁମ ଅହମ୍ମଦ, ସାକିବ-ଉଲ-ହାସନ ଓ ସୈଫିଦ୍ଦୁନି ଶାହା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ ମହେଦି ହାସନ ।

ବାଂଲାଦେଶ ୩ଟି ୱିକେଟ ହରାଇ ମାତ୍ର ୧୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଅଲାରାଉଣ୍ଡର ସାକିବ-ଉଲ-ହାସନ ସର୍ବାଧିକ ୨୫ କରି ଦଳକୁ ବିଜୟ ଦ୍ବାରକୁ ନେଇଯାଇଥିଲେ । ଏହି ସିରିଜରେ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.