ETV Bharat / sports

NZ vs BAN: କନୱେଙ୍କ ନାମରେ ବର୍ଷ ୨୦୨୨ର ପ୍ରଥମ ଅନ୍ତର୍ଜାତୀୟ ଶତକ

author img

By

Published : Jan 1, 2022, 4:54 PM IST

ବର୍ଷ ୨୦୨୨ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ନ୍ୟୁଜିଲାଣ୍ଡ ବ୍ୟାଟ୍‌ର ଡେଭନ କନୱେ(Devon Conway) ପ୍ରଥମ ଖେଳାଳି ହୋଇଛନ୍ତି । ଶନିବାର ନୂଆବର୍ଷର ପ୍ରଥମ ଦିନରେ ସେ ମୋଉଣ୍ଟ ମୋଉଙ୍ଗାନୁଇର ବା ଓଭାଲରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି । ଅଧିକ ପଢନ୍ତୁ

New Zealand vs Bangladesh: Devon Conway hits the 1st international hundred in 2022
NZ vs BAN: କନୱେଙ୍କ ନାମରେ ବର୍ଷ ୨୦୨୨ର ପ୍ରଥମ ଅନ୍ତର୍ଜାତୀୟ ଶତକ

ନୂଆଦିଲ୍ଲୀ: ବର୍ଷ ୨୦୨୨ରେ ପ୍ରଥମ ଅନ୍ତର୍ଜାତୀୟ ଶତକ(1st international hundred in 2022) ହାସଲ କରିବାରେ ନ୍ୟୁଜିଲାଣ୍ଡ ବ୍ୟାଟ୍‌ର ଡେଭନ କନୱେ ପ୍ରଥମ ଖେଳାଳି ହୋଇଛନ୍ତି । ଶନିବାର ନୂଆବର୍ଷର ପ୍ରଥମ ଦିନରେ ସେ ମୋଉଣ୍ଟ ମୋଉଙ୍ଗାନୁଇର ବା ଓଭାଲରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି ।

SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ ହାସଲ କରିଛନ୍ତି କନୱେ । ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ୍‌ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପରେ କୱଲେ ଭ୍ରମଣକାରୀ ଟିମର ବୋଲରଙ୍କୁ ଉଚିତ୍‌ ମୁକାବିଲା କରିବା ସହ ୨୨୭ ବଲ୍‌ରୁ ୧୨୨ ରନ୍‌ର ଇଂନିସ ଖେଳିଛନ୍ତି ।

ତେବେ ଟି ବ୍ରେକ୍‌ ସେସନରେ କନୱେ ଆଉଟ୍‌ ହେବାପୂର୍ବରୁ କିୱି ଓପନର ନ୍ୟୁଜିଲାଣ୍ଡକୁ ନୂଆବର୍ଷ ଟେଷ୍ଟରେ ଭଲ ଆମ୍ଭ ଦେଇସାରିଛନ୍ତି । ଶତକୀୟ ଇଂନିସରେ କନୱେ ୧୬ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । କ୍ୟାପଟେନ ଟମ ଲାଥମ ମାତ୍ର ୧ ରନ୍‌ରେ ଶୀଘ୍ର ଆଉଟ୍‌ ହେବାପରେ ୱିଲ ୟଙ୍ଗ୍‌ଙ୍କ ସହ ମିଶି ୧୩୮ ରନ୍‌ର ଉପଯୋଗୀ ଭାଗିଦାରୀ କରିଥିଲେ । ପରେ ରସ୍‌ ଟେଲରଙ୍କ ସହ ମିଶି ୫୦ ରନ୍‌ର ଭାଗିଦାରୀ କରିଥିଲେ ।

ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ୫ ୱିକେଟ ହରାଇ ନ୍ୟୁଜିଲାଣ୍ଡ ୨୫୮ ରନ୍‌ ସଂଗ୍ରହ କରିନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.