ETV Bharat / sports

ସୀମିତ ଓଭର ସିରିଜ ଖେଳିବାକୁ ପାକିସ୍ତାନ ଫେରିବ ନ୍ୟୁଜିଲାଣ୍ଡ ଟିମ

author img

By

Published : Dec 20, 2021, 10:57 PM IST

ନ୍ୟୁଜିଲାଣ୍ଡ ଟିମ 5ଟି ଦିନିକିଆ ଓ 5ଟି ଟି-20 ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିବ । ଏପ୍ରିଲ 2023ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରଏ ଏହି ସୀମିତ ଓଭର ସିରିଜ ଖେଳାଯିବ । ଅଧିକ ପଢନ୍ତୁ

Pakistan Vs New Zealand
ସୀମିତ ଓଭର ସିରିଜ ଖେଳିବାକୁ ପାକିସ୍ତାନ ଫେରିବ ନ୍ୟୁଜିଲାଣ୍ଡ ଟିମ

ଇସଲାମାବାଦ: ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ସୂଚନା ଅନୁଯାୟୀ କିୱି ଟିମ ବର୍ଷ 2022 ଓ 2023ରେ ଦୁଇଥର ପାକିସ୍ତାନ ଗସ୍ତ କରିବ । ନ୍ୟୁଜିଲାଣ୍ଡ ଟିମ ଡିସେମ୍ବର-ଜାନୁଆରୀ 2022-23ରେ ଦୁଇଟି ଟେଷ୍ଟ ଓ 3ଟି ଏକଦିବସୀୟ ମ୍ୟାଚ୍‌ ପାଇଁ ପାକିସ୍ତାନ ଗସ୍ତ କରିବ । ପରେ 2023ରେ ସୀମିତ ଓଭର ସିରିଜ ପାଇଁ କିୱି ଟିମ ପାକିସ୍ତାନ ଗସ୍ତ କରିବ ।

2021ରେ ବାତିଲ ହୋଇଥିବା ଗସ୍ତର ଭରଣା କରିବାକୁ ଏହି ସିରିଜ ଖେଳାଯିବ । ପାକିସ୍ତାନ କ୍ରିକେଟ ବୋର୍ଡ(PCB) ସୋମବାର ଏହି ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ: Ashes: ବଟଲର୍‌ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ହାରିଲା ଇଂଲଣ୍ଡ, 2-0ରେ ଆଗୁଆ ଅଷ୍ଟ୍ରେଲିଆ

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଓ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ ଅନ୍ତର୍ଭୁକ୍ତ ଏହି ସିରିଜ ଖେଳାଯିବ । PCB ମୁଖ୍ୟ ରମିଜ ରାଜା ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ମୁଖ୍ୟ ମାର୍ଟିନ ସେନଡ୍ରନଙ୍କ ମଧ୍ୟରେ ଏନେଇ ବୈଠକ ହୋଇଛି ।

ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ ଟିମ ଚଳିତ ବର୍ଷ ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କରି ସ୍ବଦେଶ ଫେରିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.