ଲକ୍ଷ୍ନୌ: ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବଳରେ ବଡ ଇନିଂସ ଖେଳିବାରେ ବିଫଳ ରହିଲା କିୱି ଟିମ । ଟିମ ଇଣ୍ଡିଆ ଆଗରେ ୧୦୦ ରନର ଟାର୍ଗେଟ ରଖିଲା ନ୍ୟଜିଲାଣ୍ଡ । ଆଜି (ରବିବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୯ ରନ କରିଛି । ଅଧିନାୟକ ମିଚେଲ ସାଣ୍ଟନର ସର୍ବାଧିକ ୧୯ ରନର ଇନିଂସ ଖେଳିଛନ୍ତି । ଅର୍ଶଦୀପ ସିଂହ ସର୍ବାଧିକ ୨ ଟି ୱିକେଟ ନେଇଛନ୍ତି ।
-
Innings Break!
— BCCI (@BCCI) January 29, 2023 " class="align-text-top noRightClick twitterSection" data="
An outstanding bowling performance from #TeamIndia! 🙌 🙌
2⃣ wickets for @arshdeepsinghh
1⃣ wicket each for @yuzi_chahal, @imkuldeep18, @HoodaOnFire, @Sundarwashi5 & @hardikpandya7
Scorecard ▶️ https://t.co/p7C0QbPSJs#INDvNZ | @mastercardindia pic.twitter.com/z8A9sMIEok
">Innings Break!
— BCCI (@BCCI) January 29, 2023
An outstanding bowling performance from #TeamIndia! 🙌 🙌
2⃣ wickets for @arshdeepsinghh
1⃣ wicket each for @yuzi_chahal, @imkuldeep18, @HoodaOnFire, @Sundarwashi5 & @hardikpandya7
Scorecard ▶️ https://t.co/p7C0QbPSJs#INDvNZ | @mastercardindia pic.twitter.com/z8A9sMIEokInnings Break!
— BCCI (@BCCI) January 29, 2023
An outstanding bowling performance from #TeamIndia! 🙌 🙌
2⃣ wickets for @arshdeepsinghh
1⃣ wicket each for @yuzi_chahal, @imkuldeep18, @HoodaOnFire, @Sundarwashi5 & @hardikpandya7
Scorecard ▶️ https://t.co/p7C0QbPSJs#INDvNZ | @mastercardindia pic.twitter.com/z8A9sMIEok
ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଦ୍ବିତୀୟ ଟି୨୦ରେ ପୁରୁଣା ତ୍ରୁଟିକୁ ସୁଧାରି ମଇଦାନକୁ ଓହ୍ଲାଇଥିଲା ହାର୍ଦ୍ଦିକ ଏଣ୍ଡ କୋ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ନ୍ୟୁଜିଲାଣ୍ଡ ବ୍ୟାଟିଂ ଅର୍ଡର । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ମ୍ୟାଚର ୩.୩ ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମ ୱିକେଟ ହରାଇଥିଲା । ଓପନର ଫିନ ଆଲେନ ୧୧ ରନ କରି ଚହଲଙ୍କ ବଲରେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ସେହିପରି ୪.୪ ଓଭରରେ ଓପନର ଡେଭିନ କନୱେ ୱିକେଟ କିପର ଇଶାନ କିଶାନଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେ ୧୧ ରନର ପାଳି ଖେଳିଥିଲେ ।
ଏହା ପରେ ମାର୍କ ଚପମେନ ଆସି ମଇଦାନରେ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ହେଲେ ସେ ୧୪ ରନର ଇନିଂସ ଖେଳି ରନ ଆଉଟ ହୋଇଥିଲେ । ଏହାପରେ ଦଳୀୟ ସ୍କୋର ପାଇଁ କିୱି ଟିମ ଉପରେ ଚାପ ପଡିଥିଲା । ମାଇକେଲ ବ୍ରାସୱେଲ ଏବଂ ଅଧିନାୟକ ମିଚେଲ ସାଣ୍ଟନରଙ୍କ ଇନିଂସ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲା । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ବଡ ଇନିଂସ ଖେଳି ପାରି ନଥିଲେ କିୱିର ଏହି ଦୁଇ ବ୍ୟାଟର । ଅଧିନାୟକ ମିଚେଲ ସାଣ୍ଟନର ସର୍ବାଧିକ ୧୯ ରନର ଇନିଂସ ଖେଳିଥିଲେ । ମାଇକେଲ ବ୍ରାସୱେଲ ୧୪ ରନ କରିଥିଲେ । ଗ୍ଲେନ ଫିଲିପ୍ସ ୫ ରନ, ଡାର୍ଲି ମିଚେଲ ୮ ରନ, ଇସ ସୋଧି ୧ ରନ କରିଥିଲେ ।
ଭାରତୀୟ ବୋଲର ଦ୍ବିତୀୟ ଟି୨୦ ମ୍ୟାଚରେ ଜବରଦସ୍ତ ବୋଲିଂ କରିଥିଲେ । ଅର୍ଶଦୀପ ସିଂହ ସର୍ବାଧିକ ୨ ଟି ୱିକେଟ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ଚହଲ, ଦୀପକ ହୁଡା, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ ।