କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ(India vs New Zealand Test Match) ଭ୍ରମଣକାରୀ ଦଳ ମଜଭୁତ ସ୍ଥିତିରେ ରହିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା କିୱି ଦଳ ପ୍ରଥମ ଇନିଂସରେ ୫୭ ଓଭର ଖେଳି ବିନା କୌଣସି ୱିକେଟରେ ୧୨୯ ରନ୍ ସଂଗ୍ରହ କରିଛି(New Zealand scored 129 ) । ଦ୍ବିତୀୟ ଦିନର ଦ୍ବିତୀୟ ସେସନରେ ହିଁ ଭାରତୀୟ ଦଳ ୩୪୫ ରନ୍ରେ ଅଲ ଆଉଟ ହୋଇଥିଲା ।
-
Stumps on day two in Kanpur 🏏
— ICC (@ICC) November 26, 2021 " class="align-text-top noRightClick twitterSection" data="
The @BLACKCAPS end the day on the front foot after an excellent opening partnership. #WTC23 | #INDvNZ | https://t.co/9OZPrsh0Tm pic.twitter.com/wrPaPeudgj
">Stumps on day two in Kanpur 🏏
— ICC (@ICC) November 26, 2021
The @BLACKCAPS end the day on the front foot after an excellent opening partnership. #WTC23 | #INDvNZ | https://t.co/9OZPrsh0Tm pic.twitter.com/wrPaPeudgjStumps on day two in Kanpur 🏏
— ICC (@ICC) November 26, 2021
The @BLACKCAPS end the day on the front foot after an excellent opening partnership. #WTC23 | #INDvNZ | https://t.co/9OZPrsh0Tm pic.twitter.com/wrPaPeudgj
ଏହାପରେ ପଡ଼ିଆକୁ କିୱି ଓପନର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଉଭୟ ବ୍ୟାଟର ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ଖେଳି ଭାରତୀୟ ବୋଲରଙ୍କୁ ୱିକେଟ ନେବାର କୌଣସି ସୁଯୋଗ ଦେଇନଥିଲେ । ୱିଲ୍ ୟଙ୍ଗ୍ ୭୫ ରନ୍ କରି ଅପରାଜିତ ଥିବା ବେଳେ ଟମ ଲାଥାମ ଅର୍ଦ୍ଧଶତକ ହାସଲ କରି ପିଚ୍ରେ ଅଛନ୍ତି । ଏବେବି ଭାରତଠାରୁ ୨୧୬ ରନ୍ ପଛରେ ରହିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ଦଳ ସ୍ଥିତି ଏବେ ମ୍ୟାଚରେ ସଦୃଢ଼ ରହିଛି । ଭାରତକୁ ମ୍ୟାଚରେ ଫେରିବାକୁ ହେଲେ ତୃତୀୟ ଦିନ ଆରମ୍ଭରୁ ୱିକେଟ ନେବାକୁ ହେବ ।
ସେପଟେ ଦ୍ବିତୀୟ ଆରମ୍ଭରୁ ଭାରତର ବ୍ୟାଟରମାନେ ନିରାଶ କରିଥିଲେ । ସେଟ ବ୍ୟାଟର ରବିନ୍ଦ୍ର ଜାଡେଜା ଶୀଘ୍ର ଆଉଟ କରିଥିଲେ ଟିମ୍ ସାଉଦି । ପ୍ରଥମ ସେସନରେ ହିଁ ସାଉଦି ୪ଟି ନେଇ ଭାରତୀୟ ଦଳକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ । ଏହାପରେ ରବିଚନ୍ଦ୍ରନ ଅଶ୍ବିନ କିଛି ସମୟ ପଡ଼ିଆରେ ବିତାଇ ୩୮ ରନ୍ ସଂଗ୍ରହ କରିଥିଲେ । ଏହାପୂର୍ବରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରି ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ଏଜାଜ ପଟେଲ ଓ ଜେମିସନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ