ଅକଲାଣ୍ଡ: ଟି ଟ୍ବେଣ୍ଟି ମ୍ୟାଚ ଶେଷ ପରେ ଆଜିଠୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ୩ ଟିକିଆ ଦିନିକିଆ ସିରିଜ । ଆଜି ପ୍ରଥମ ଦିନିକିଆ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଅଧିନାୟକ ଶେଖର ଧାଓ୍ବନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ଭାରତ । ବ୍ୟାଟିଂ ପାଇଁ ଓପନିଂ ଯୋଡି ଭାବେ ଶେଖର ଧାଓ୍ବନ ଓ ଶୁବମନ ଗିଲ ପଡିଆକୁ ଓହ୍ଲାଇଛନ୍ତି । ତେବେ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ଶଦୀପ ଓ ଉମ୍ରାନ ମଲିକ ।
-
🚨 Toss Update from Auckland 🚨
— BCCI (@BCCI) November 25, 2022 " class="align-text-top noRightClick twitterSection" data="
New Zealand have elected to bowl against #TeamIndia in the first #NZvIND ODI.
Follow the match 👉 https://t.co/jmCUSLdeFf pic.twitter.com/LUx0Ws1ikG
">🚨 Toss Update from Auckland 🚨
— BCCI (@BCCI) November 25, 2022
New Zealand have elected to bowl against #TeamIndia in the first #NZvIND ODI.
Follow the match 👉 https://t.co/jmCUSLdeFf pic.twitter.com/LUx0Ws1ikG🚨 Toss Update from Auckland 🚨
— BCCI (@BCCI) November 25, 2022
New Zealand have elected to bowl against #TeamIndia in the first #NZvIND ODI.
Follow the match 👉 https://t.co/jmCUSLdeFf pic.twitter.com/LUx0Ws1ikG
ଟି ଟ୍ବେଣ୍ଟିରେ ୧-୦ରେ ନ୍ୟୁଜିଲାଣ୍ଡ ଠାରୁ ବିଜୟୀ ହୋଇଥିଲା ଭାରତ । ଫଳରେ ଆଜିର ମ୍ୟାଚରେ ବିଜୟୀ ହେବା ନେଇ ମଧ୍ୟ ଭାରତର ମନୋବଳ ଦୃଢ ରହିଛି । ସେପଟେ ଟି ଟ୍ବେଣ୍ଡିରେ ଟିମ ଇଣ୍ଡିଆ ଠାରୁ ପରାଜୟ ହୋଇଥିବାରୁ ବଦଲା ନେବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ ।
ଭାରତୀୟ ଚୂଡାନ୍ତ ଏକାଦଶ: ଶେଖର ଧାଓ୍ବନ, ଶୁବମନ ଗିଲ, ଋଷଭ ପନ୍ତ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଉମ୍ରାନ ମଲିକ, ଅର୍ଶଦୀପ ସିଂ ଓ ଯୁଜବେନ୍ଦ୍ର ଚହଲ ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: କେନ ଓ୍ବିଲିୟମସନ, ଫିନ ଆଲେନ,ଡେଭେନ କନଓ୍ବେ, ଚମ ଲାଥେମ, ଡାର୍ଲି ମିଚେଲ, ଗ୍ଲେନ ଫିଲିପ୍ସ, ମିଚେଲ ଶାନଣ୍ଟାନର,ଆଦାମ ମିଲନେ, ମ୍ୟାଟ ହେଲେରୀ, ଟିମ ସୋଧି ଓ ଲୋକି ଫର୍ଗସନ, ।