ETV Bharat / sports

ଇଂଲଣ୍ଡର ଆତ୍ମସମର୍ପଣ, 1-0ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

author img

By

Published : Jun 13, 2021, 6:30 PM IST

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ପରାସ୍ତ । 1-0ରେ ନ୍ୟୁଜିଲାଣ୍ଡ ସିରିଜ ବିଜୟୀ । ଅଧିକ ପଢନ୍ତୁ...

New Zealand defeat England in 2nd Test, clinch series 1-0
ଇଂଲଣ୍ଡର ଆତ୍ମସମର୍ପଣ, 1-0ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ବର୍ମିଂହାମ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟକୁ ଜିତି ନେଇଛି ଭ୍ରମଣକାରୀ ଦଳ । ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଛି ଇଂଲଣ୍ଡ । ନେଲ ୱାଗନର ଓ ମାଟ୍‌ ହେନରୀ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିବା ସହ ମାତ୍ର 122 ରନ୍‌ରେ ଘରୋଇ ଦଳର ଦ୍ବିତୀୟ ଇଂନିସକୁ ଶେଷ କରିଦେଇଥିଲେ । ଫଳରେ ଦ୍ବିତୀୟ ଟେଷ୍ଟର ଚତୁର୍ଥ ଦିନରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ପାଇଁ ଟମ୍‌ ଲାଥମ ଓ ରସ୍‌ ଟେଲର ଯଥାକ୍ରମେ 23 ଓ 0ରେ ଅପରାଜିତ ରହି ଦଳକୁ ଔପଚାରିକ ଭାବେ ଜିତାଇଥିଲେ । ଦ୍ବିତୀୟ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ନ୍ୟୁଜିଲାଣ୍ଡ 6ଟି ପରିବର୍ତ୍ତନ କରିଥିଲେ ମଧ୍ୟ ସମସ୍ତ ଖେଳାଳି ଐତିହାସିକ ପ୍ରଦର୍ଶନ ସହ ଦଳକୁ 1-0ରେ ସିରିଜ ବିଜୟୀ କରାଇଛନ୍ତି ।

ଫଳରେ ବିଜୟରୁ ଦୃଢ ଆତ୍ମବିଶ୍ବାସ ସହ ଭାରତ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ । ସାଉଥାମ୍ପଟରେ ଜୁନ 18ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ।

ସଂକ୍ଷିପ୍ତ ସ୍କୋର: 303 ଓ 122 ଅଲଆଉଟ(ମାର୍କ ଉଡ 29, ଓଲି ପୋପ୍‌ 23, ନେଲ ୱାଗନର 3-18); ନ୍ୟୁଜିଲାଣ୍ଡ 388 ଓ 41/2(ଟମ୍‌ ଲାଥମ 23*, ୱିଲ ୟଙ୍ଗ 8, ଷ୍ଟୁଆର୍ଟ ବ୍ରଡ 1-13) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.