ETV Bharat / sports

ନବୀନ ଉଲ ହକଙ୍କୁ ବଡ଼ ଝଟ୍‌କା, ଇଣ୍ଟରନ୍ୟାସନାଲ ଲିଗ୍‌ ଟି୨୦ରୁ ୨୦ ମାସ ବ୍ୟାନ

author img

By ETV Bharat Odisha Team

Published : Dec 18, 2023, 8:38 PM IST

Naveen ul Haq: ଆଫଗାନିସ୍ତାନ ସ୍ପିଡ୍‌ଷ୍ଟାର ନବୀନ ଉଲ୍‌ ହକ୍‌ଙ୍କୁ ବ୍ୟାନ୍‌ କଲା ଇଣ୍ଟରନ୍ୟାସନାଲ୍‌ ଲିଗ୍‌ ଟି୨୦ । ଶାରଜାହ ୱାରିୟର୍ସ ସହ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଇଣ୍ଟରନ୍ୟାସନାଲ୍‌ ଲିଗ୍‌ ଟି୨୦ । ଅଧିକ ପଢ଼ନ୍ତୁ

ନବୀନ୍‌ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା
ନବୀନ୍‌ ଉଲ୍‌ ହକ୍‌ଙ୍କୁ ବଡ଼ ଝଟ୍‌କା

ହାଇଦ୍ରାବାଦ: ଆଫଗାନିସ୍ତାନ ସ୍ପିଡ୍‌ଷ୍ଟାର ନବୀନ ଉଲ୍‌ ହକ୍‌ଙ୍କୁ ଲାଗିଛି ବଡ଼ ଝଟ୍‌କା । ଚୁକ୍ତିନାମା ଉଲ୍ଲଘଂନ ମାମଲାରେ ଅନ୍ତର୍ଜାତୀୟ ଲିଗ୍‌ ଟି୨୦ ନବୀନଙ୍କ ଉପରେ ୨୦ ମାସ ପାଇଁ ବ୍ୟାନ୍‌ ଲଗାଇଛି । ଅନ୍ତର୍ଜାତୀୟ ଲିଗ୍‌ ଟି୨୦ରେ ନବୀନ ଶାରଜାହ ୱାରିୟର୍ସ ପାଇଁ ମ୍ୟାଚ୍‌ ଖେଳିଥିଲେ । ହେଲେ ଏହି ଫ୍ରାଞ୍ଚାଇଜ୍‌ ସହ ସେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ତାଙ୍କ ଉପରେ ଏହି ବ୍ୟାନ୍‌ ଲଗାଇଛି ଇଣ୍ଟରନ୍ୟାସନାଲ୍‌ ଲିଗ୍‌ ଟି୨୦ ।

  • ILT20 has banned Naveen Ul Haq for 20 months for refusing to sign a retention with Sharjah Warriors. (ESPNcricinfo)

    - He has instead decided to play in SA20 for Durban's Super Giants. pic.twitter.com/q6IDg5bC2A

    — CricketMAN2 (@ImTanujSingh) December 18, 2023 " class="align-text-top noRightClick twitterSection" data=" ">

ନବୀନଙ୍କୁ ଟି୨୦ ଲିଗ୍‌ରୁ ବ୍ୟାନ୍‌: ଆଫଗାନିସ୍ତାନର ଏହି ଷ୍ଟାର ପେସର ଇଣ୍ଟରନାସନାଲ୍‌ ଲିଗ୍‌ ଟି୨୦ ପ୍ରଥମ ସିଜିନ୍‌ରେ ଶାରଜାହ ୱାରିୟର୍ସର ସଦସ୍ୟ ହୋଇଥିଲେ । ଏହି ସମୟରେ ଫ୍ରାଞ୍ଚାଇଜ୍‌ ନବୀନଙ୍କ ସହ ୧ ବର୍ଷ ପାଇଁ କଣ୍ଟ୍ରାକ୍ଟ୍‌ କରିଥିଲା । ପ୍ରଥମ ସିଜିନରେ ନବୀନ ଶାରଜାହ ୱାରିୟର୍ସ ପାଇଁ ୯ ମ୍ୟାଚ ଖେଳି ୨୪.୩୬ ହାରାହାରି ସହ ୧୧ ୱିକେଟ ଦଖଲ କରିଥିଲେ । ଯାହାକୁ ନେଇ ଚୁକ୍ତି ଅବଧି ବଢ଼ାଇବାକୁ ଚାହିଁଥିଲା ଶାରଜାହ ୱାରିୟର୍ସ । ହେଲେ ନବୀନ ଏନେଇ ରାଜି ହୋଇନଥିଲେ । ଯାହା ତାଙ୍କୁ ନିଷେଧାଦେଶ ଆଡକୁ ନେଇଗଲା । ଏହାପରେ ମାମଲା ଇଣ୍ଟରନାସନାଲ୍‌ ଲିଗ୍‌ ଟି୨୦ ନିକଟରେ ପହଞ୍ଚିଥିଲା । ନବୀନ ଏବଂ ଶାରଜାହ ୱାରିୟର୍ସଙ୍କ ପକ୍ଷ ଶୁଣିବା ପରେ ବ୍ୟାନ୍‌ ଜାରି ରଖିବା ନେଇ ନିଷ୍ପତ୍ତି ନେଇଛି ଇଣ୍ଟରନ୍ୟାସନାଲ୍‌ ଲିଗ୍‌ ଟି୨୦ । ନବୀନଙ୍କ ଉପରେ କଣ୍ଟ୍ରାକ୍ଟ୍‌ ଏଗ୍ରିମେଣ୍ଟ ଆଧାରରେ ହିଁ ବ୍ୟାନ୍‌ ଲଗାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଇତିହାସ ରଚିଲେ ନାଥନ ଲିୟନ, ହାସଲ କଲେ ୫୦୦ ଟେଷ୍ଟ ୱିକେଟ୍‌

ଦିନିକିଆରୁ ଅବସର ନେଇଛନ୍ତି ନବୀନ: ନିକଟରେ ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ ୨୦୨୩ରୁ ହିଁ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ ଆଫଗାନିସ୍ତାନର ଏହି ଯୁବ କ୍ରିକେଟର । ଅବଶ୍ୟ ଏନେଇ ବିଶ୍ବକପ୍‌ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ । ସେ ଅଧିକରୁ ଅଧିକ ଟି୨୦ କ୍ରିକେଟ ଖେଳିବାକୁ ଚାହୁଁଥିବାରୁ ଦିନିକିଆରୁ ଅବସର ନେଉଥିବା କହିଥିଲେ ନବୀନ । ହେଲେ ଏଭଳି ଏକ ବଡ଼ ଟି୨୦ ଲିଗ୍‌ରେ ୨୦ ମାସର ବ୍ୟାନ୍‌ ଲାଗିବା ପରେ ତାଙ୍କୁ ଏକ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଟେଷ୍ଟ ସିରିଜ୍‌ରୁ ଓହରିଲେ ଈଶାନ କିଷାନ୍‌, କେଏସ୍‌ ଭରତଙ୍କୁ ସାମିଲ କଲା BCCI

ନବୀନଙ୍କ ଅନ୍ତର୍ଜାତୀୟ କ୍ୟାରିୟର: ନବୀନ ଆଫଗାନିସ୍ତାନ ପାଇଁ ଉଭୟ ଦିନିକିଆ ଏବଂ ଟି୨୦ ଫର୍ମାଟ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ସେ ଟି୨୦ କ୍ରିକେଟ୍‌ ଖେଳିବା ଜାରି ରଖିବେ । ଏହି ଆଫଗାନିସ୍ତାନୀ ଷ୍ଟାର ପେସର କେବଳ ୧୫ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରେ ସେ ୩୨.୧୮ ହାରାହାରି ସହ ୨୨ ୱିକେଟ୍‌ ଅକ୍ତିଆର କରିଛନ୍ତି । ସେହିଭଳି ୨୭ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ସେ ୨୦.୭୦ ହାରାହାରି ସହ ୩୪ ୱିକେଟ୍‌ ନିଜ ନାମରେ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.