ETV Bharat / sports

Ashes: ୪୦୦ ଟେଷ୍ଟ ୱିକେଟ କ୍ଳବ୍‌ରେ ନାଥନ ଲାୟନ

ଇତିହାସ ରଚିଲେ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ । କ୍ରିକେଟର ଲମ୍ବା ଫର୍ମାଟରେ ଶନିବାର ୪୦୦ ୱିକେଟ ପୂରଣ କରିବାରେ ବିଶ୍ବର ୧୭ତମ ବୋଲର ହୋଇଛନ୍ତି ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ । ଅଧିକ ପଢନ୍ତୁ

author img

By

Published : Dec 11, 2021, 8:31 PM IST

Nathan Lyon registers his 400th scalp in Test cricket
Ashes: ୪୦୦ ଟେଷ୍ଟ ୱିକେଟ କ୍ଳବ୍‌ରେ ନାଥନ ଲାୟନ

ବ୍ରିସବେନ୍‌: ଇତିହାସ ରଚିଲେ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ । କ୍ରିକେଟର ଲମ୍ବା ଫର୍ମାଟରେ ଶନିବାର ୪୦୦ ୱିକେଟ(400 test wickets) ପୂରଣ କରିଛନ୍ତି ଲାୟନ । ବ୍ରିସବେନର ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଆସେସ ଟେଷ୍ଟରେ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି ଭେଟେରାନ କଙ୍ଗାରୁ ସ୍ପିନର ।

ଇଂନିସର ୭୪ତମ ଓଭରରେ ଅଫ୍‌-ସ୍ପିନର ନାଥନ ଲାୟନ ଡେୱିଡ ମଲାନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୪୦୦ତମ ୱିକେଟ ପୂରଣ କରିଥିଲେ । ଦ୍ବିତୀୟ ଇଂନିସରେ ମଲାନ, ଓଲି ପୋପ୍‌, ଓଲି ରବିନସନ, ମାର୍କ ଉଡ୍‌ଙ୍କ ରୂପରେ ୪ଟି ୱିକେଟ ହାତେଇଥିଲେ ଲାୟନ ।

ବୋଲରଙ୍କ କମାଲ ଯୋଗୁଁ ଜୋ ରୁଟ୍‌ଙ୍କ ଟିମ ଇଂଲଣ୍ଡକୁ ୯ ୱିକେଟରେ ହରାଇ ଅଷ୍ଟ୍ରେଲିଆ ୫ ଟିକିଆ ଆସେସ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ।

ମ୍ୟାଚ୍‌ର ତୃତୀୟ ଦିନରେ ଭ୍ରମଣକାରୀ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଚତୁର୍ଥ ଦିନ ଘରୋଇ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସହ ମାତ୍ର ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଏହାର ଭରଣା କରିବାକୁ ସଂପୂର୍ଣ୍ଣ ପ୍ରୟାସ କରିଥିଲା । ମାତ୍ର ଚତୁର୍ଥ ଦିନ ଆରମ୍ଭରେ ଅଷ୍ଟ୍ରେଲିଆ ପ୍ରତିଆକ୍ରମଣ କରିବା ସହ ବିଜୟ ସୁନିଶ୍ଚିତ କରିଥିଲା । ଦ୍ବିତୀୟ ଇଂନିସରେ ଇଂଲଣ୍ଡକୁ ୨୯୭ ରନ୍‌ରେ ରୋକିବା ସହ ଶେଷ ୮ଟି ୱିକେଟ ମାତ୍ର ୭୭ ରନ୍‌ରେ ହାସଲ କରିଥିଲେ ଅଷ୍ଟ୍ରେଲୀୟ ବୋଲର ।

Vijay Hazare Trophy: ହ୍ୟାଟ୍ରିକ ବିଜୟ ସହ ଟେବୁଲ ଟପର ଓଡିଶା

ତୃତୀୟ ଦିନର ଅସମାପ୍ତ ସ୍କୋର ୨୨୦/୨ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ମାତ୍ର ୩ ରନ୍‌ ଯୋଡିବା ପରେ ଡେୱିଡ ମଲାନଙ୍କ ରୂପରେ ଦିନର ପ୍ରଥମ ୱିକେଟ ହରାଇଥିଲା । ଏହି ୱିକେଟ ସହ ଭେଟେରାନ ଅଷ୍ଟ୍ରେଲୀୟ ବୋଲର ନାଥନ ଲାୟନ ୪୦୦ତମ ଟେଷ୍ଟ ୱିକେଟ ପୂରଣ କରିଥିଲେ ଓ ରୁଟ୍‌ ଓ ମଲାନଙ୍କ ୧୬୨ ରନ୍‌ର ଭାଗିଦାରୀକୁ ଭାଙ୍ଗିଥିଲେ । ଏହି ମାଇଲଷ୍ଟୋନ ହାସଲ କରିବାରେ ଲାୟନ ଟେଷ୍ଟ କ୍ରିକେଟରେ ମୋଟ ଭାବେ ୧୭ତମ ଓ ସେନ ୱାର୍ଣ୍ଣ, ଗ୍ଳେନ ମାକଗ୍ରାଥ୍‌ଙ୍କ ପରେ ତୃତୀୟ ଅଷ୍ଟ୍ରେଲୀୟ ବୋଲର ହେବାର ଉପଲବ୍ଧି ହାସଲ କରିଥିଲେ ।

ଏହାପରେ ଘାତକ ବୋଲିଂ ସହ ଇଂଲଣ୍ଡକୁ ଶୀଘ୍ର ଅଲଆଉଟ୍‌ କରିଥିଲେ ଅଷ୍ଟ୍ରେଲୀୟ ବୋଲର୍‌ । ବିଜୟ ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ମାତ୍ର ୨୦ ରନ୍‌ ରହିଥିଲା ଓ ଏହି ଛୋଟିଆ ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ପାଟ୍‌ କମିନ୍ସଙ୍କ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.