ଶାରଜାହ: ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଗ୍ରୁପ ୧ ସୁପର ୧୨ ମୁକାବିଲା ଦୁଇ ଏସୀୟ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଶ୍ରୀଲଙ୍କା କ୍ୟାପଟେନ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଛି । ଫଳରେ ଶ୍ରୀଲଙ୍କା ସାମ୍ନାରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ବାଂଲାଦେଶ ପକ୍ଷରୁ ଓପନର ମହମ୍ମଦ ନେଇମ ସର୍ବାଧିକ ୬୨ ରନ୍ର ଇଂନିସ ଖେଳିଛନ୍ତି । ୫୨ ବଲ୍ରୁ ୬ଟି ଚୌକା ସହାୟତାରେ ୬୨ ରନ୍ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ସେହିପରି ଅଭିଜ୍ଞ ମୁସଫିକର ରହିମ ମଧ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୩୭ ବଲ୍ରୁ ୫ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୫୭ରନ୍ର ଇଂନିସ ଖେଳିଛନ୍ତି । ଲିଟନ ଦାସ ୧୬ ଓ ସାକିବ ୧୦ ରନ୍ କରି ଆଉଟ୍ ହୋଇଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ନାଣ୍ଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ