ETV Bharat / sports

ଚେନ୍ନାଇରେ ହାର୍ଟ ସର୍ଜରୀ ପରେ ମୁଥୟା ମୂରଲିଧରନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲିଧରନଙ୍କ ଚେନ୍ନାଇର ଏକ ସିଟି ହସ୍ପିଟାଲରେ ହାର୍ଟ ସର୍ଜରୀ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Apr 19, 2021, 3:49 PM IST

Muttiah Muralitharan undergoes heart surgery in Chennai
ଚେନ୍ନାଇରେ ମୁଥୟା ମୂରଲିଧରନଙ୍କ ହେଲା ହାର୍ଟ ସର୍ଜରୀ

ଚେନ୍ନାଇ: କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲିଧରନଙ୍କ ଚେନ୍ନାଇର ଏକ ସିଟି ହସ୍ପିଟାଲରେ ହାର୍ଟ ସର୍ଜରୀ ହୋଇଥିବା ଜଣାପଡିଛି । ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମର ସପୋର୍ଟ ଷ୍ଟାଫ ସଦସ୍ୟ ରହିଛନ୍ତି ମୂରଲିଧରନ । 49 ବର୍ଷୀୟ ମହାନ କ୍ରିକେଟରଙ୍କ ନାମରେ 1347 ଶିକାର ସହ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟର ରେକର୍ଡ ରହିଛି । ମୂରଲିଧରନ 133ଟି ଟେଷ୍ଟ, 350ଟି ଦିନିକିଆ ଓ 12ଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି ।

ଆଇପିଏଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭେଟେରାନ ପୂର୍ବତନ କ୍ରିକେଟରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ମାର୍ଚ୍ଚ ମାସରେ ଏକ ବ୍ଲକେଜ ଚିହ୍ନଟ ହୋଇଥିଲା । ସେଥିପାଇଁ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।

କ୍ରିକେଟର ଲମ୍ବା ଫର୍ମାଟରେ 800 ୱିକେଟ ଓ ଏକଦିବସୀୟରେ 534 ଓ ଟି20ରେ 13ଟି ୱିକେଟ ତାଙ୍କ ନାମରେ ରହିଛି । ସେ 1996 ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଶ୍ରୀଲଙ୍କା ଟିମର ସଦସ୍ୟ ରହିଛନ୍ତି ।

2015 ଠାରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ ଓ ମେଣ୍ଟର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.